Advertisment

Ajit Pawar Plane Incident: କୁହୁଡି ହେଲା କି କାଳ? ଲ୍ୟାଣ୍ଡିଂ ବେଳେ ଦେଖା ଯାଇନଥିଲା ରନୱେ

କୁହୁଡ଼ି ପାଇଁ କ୍ରାସ? ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ପରେ ସାମ୍ନାକୁ ଆସିବାରେ ଲାଗିଛି କାରଣ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କହିଛନ୍ତି, ଲ୍ୟାଣ୍ଡିଂ ପୂର୍ବରୁ ATC ସହ ଯୋଗାଯୋଗ କରିଥିଲେ ପାଇଲଟ୍।

RAM MOHAN NAIDU

RAM MOHAN NAIDU Photograph: (OTV)

Advertisment

କୁହୁଡ଼ି ପାଇଁ କ୍ରାସ? ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ପରେ ସାମ୍ନାକୁ ଆସିବାରେ ଲାଗିଛି କାରଣ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କହିଛନ୍ତି, ଲ୍ୟାଣ୍ଡିଂ ପୂର୍ବରୁ ATC ସହ ଯୋଗାଯୋଗ କରିଥିଲେ ପାଇଲଟ୍। କୁହୁଡ଼ି ପାଇଁ ରନୱେ ଦେଖାଯାଇନଥିଲା।

Advertisment

ଏହାପରେ ପୁଣି ଦ୍ବିତୀୟ ଥର ପାଇଁ ଲାଣ୍ଡିଂ କରିବାକୁ ଚେଷ୍ଟା କରିଥିଲେ ପାଇଲଟ୍। ଘଟଣାସ୍ଥଳରେ DGCA ଓ AAIB ଟିମ୍ ପହଞ୍ଚି ପୁରା ମାମଲାର ତଦନ୍ତ କରୁଛି। ପ୍ରକୃତ କାରଣ କ’ଣ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ଏଭଳି ମନ୍ତବ୍ୟ ପରେ ଏବେ କୁହୁଡ଼ିକୁ ନେଇ ଅଧିକ ଆଶଙ୍କା ବଢ଼ିଛି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଅକାଳ ବିୟୋଗ ପାଇଁ ସବୁଠି ଖେଳି ଯାଇଛି ଶୋକର ଛାୟା । ବିମାନ ଦୁର୍ଘଟଣାରେ ତାଙ୍କ ସହ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଜନସଭା ପାଇଁ ମୁମ୍ବାଇରୁ ବାରାମତୀ ଯାଉଥିଲେ ଅଜିତ୍ ପାଓ୍ବାର । ଆଜି ସକାଳ ୮ଟା ୪୫ ମିନିଟ୍ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Advertisment

ବାରାମତୀରେ ତାଙ୍କ ବିମାନ ଅବତରଣ ବେଳେ ଭୟଙ୍କର ଭାବେ ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ଅଜିତଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ । ସେଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି । ଏହି ଛାତିଥରା ବିମାନ ଦୁର୍ଘଟଣାରେ ଅଜିତ୍ ପାଓ୍ବାରଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପିଏସ୍ଓ, ଜଣେ ଆଟେଣ୍ଡାଣ୍ଟ ଓ ୨ କ୍ରିଉ ମେମ୍ବର ରହିଛନ୍ତି ।

Plane Crash Maharastra Ajit Pawar Deputy CM Ajit Pawar Die in Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ