Advertisment

After IndiGo Crisis: ସାରା ଦେଶରେ ବଢିଚାଲିଛି ବିମାନ ଟିକେଟ ଦର , ପଞ୍ଚମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା ... ଯାତ୍ରୀ ହନ୍ତସନ୍ତ

ଇଣ୍ଡିଗୋ ବିମାନ ସଙ୍କଟ ପରେ ସାରା ଦେଶରେ ବିମାନ ଟିକେଟ ଦର ବଢିଚାଲିଛି। ଯେଉଁ ଟିକେଟ ଦର ସପ୍ତାହେ ତଳେ ୭ ହଜାର ଥିଲା ସେହି ଟିକେଟ ଦର ଏବେ ଅହେତୁକ ବୃଦ୍ଧି ପାଇଛି। ଯାହା ଯାତ୍ରୀଙ୍କ ପକେଟକୁ ଖୁବ ବାଧୁଛି।

INDIGO

INDIGO Photograph: (OTV)

Advertisment

ଇଣ୍ଡିଗୋ ବିମାନ ସଙ୍କଟ ପରେ ସାରା ଦେଶରେ ବିମାନ ଟିକେଟ ଦର ବଢିଚାଲିଛି। ଯେଉଁ ଟିକେଟ ଦର ସପ୍ତାହେ ତଳେ ୭ ହଜାର ଥିଲା ସେହି ଟିକେଟ ଦର ଏବେ ଅହେତୁକ ବୃଦ୍ଧି ପାଇଛି। ଯାହା ଯାତ୍ରୀଙ୍କ ପକେଟକୁ ଖୁବ ବାଧୁଛି। ଏଭଳି ପରିସ୍ଥିତିରେ ଲୋକେ ଉଚ୍ଚା ଦରରେ ଟିକେଟ କିଣି ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଇଣ୍ଡିଗୋ ସଙ୍କଟ ସମାଧାନ ନହେଲା ଯାଏଁ ଏଭଳି ସମସ୍ୟା ଲାଗି ରହିବ ବୋଲି ଆଶଙ୍କା କରାଯାଉଛି। ଆସନ୍ତାକାଲି ରବିବାର ଥିବାରୁ ଆଜିଠାରୁ ମଧ୍ୟ ଦର ଖୁବ୍ ଉଚ୍ଚା ରହିଛି। 

Advertisment

ବିମାନବନ୍ଦରରେ ଥମୁନି ଯାତ୍ରୀଙ୍କ ଟେନସନ୍। ଇଣ୍ଡିଗୋ ବିମାନ ବାତିଲ୍ ଏବଂ ବିଳମ୍ବ ଯୋଗୁଁ ୫ ଦିନ ହେବ ହଟହଟା ହେଉଛନ୍ତି ଯାତ୍ରୀ। ଇଣ୍ଡିଗୋ ଏୟାର ଲାଇନ୍ସ ଅଚଳାବସ୍ଥା ଏପର୍ଯ୍ୟନ୍ତ ଦୂର ହୋଇନି। ବାରମ୍ବାର ବିମାନ ରିସିଡ୍ୟୁଲ ଓ କ୍ୟାନସଲ ପରେ ଅଧ୍ୟୈର୍ଯ୍ୟ ହେଉଛନ୍ତି ଯାତ୍ରୀ । ଜରୁରୀ କାମରେ ଯିବାକୁ ଗତ ୫ ଦିନ ଧରି ଦେଶରେ ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଅଟକି ରହିଛନ୍ତି। ଦେଶର ସମସ୍ତ ବିମାବନ୍ଦରରେ ଫସି ରହିଛନ୍ତି ଶହ ଶହ ସଂଖ୍ୟାରେ ଯାତ୍ରୀ। ଦେଶବ୍ୟାପୀ ବିଶୃଙ୍ଖଳା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ କ୍ଷମା ମାଗିଛି । ପୂର୍ଣ୍ଣ ଅର୍ଥ ଫେରସ୍ତ ଏବଂ ଉଡ଼ାଣ ବାତିଲ ଉପରେ ଛାଡ୍ ଦେବାକୁ ପ୍ରତିଶ୍ରୁତି ଦେଇଛି। 

ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ଯାତ୍ରୀ ପରାମର୍ଶବଳୀ ଜାରି କରି ଘୋଷଣା କରିଛି ଇଣ୍ଡିଗୋ ବିମାନ ଚଳାଚଳ ଧୀରେ ଧୀରେ ସ୍ୱାଭାବିକ ହେଉଛି। ଏପଟେ ବିମାନ ବନ୍ଦ ଯୋଗୁଁ ଯାତ୍ରୀଙ୍କ କ୍ଷତି ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଲୋଡ଼ି ପିଟିସନ୍ ଫାଇଲ ହୋଇଛି। ଆବେଦନରେ କୋର୍ଟଙ୍କୁ ସ୍ୱତଃସ୍ପୃର୍ତ୍ତ ଭାବରେ ବିଚାର କରିବାକୁ, ଡିଜିସିଏକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବାକୁ ଏବଂ ତୁରନ୍ତ ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଅନୁରୋଧ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ