Ramleela Heart Attack Photograph: (OTV)
ରାମ ରାମ ବୋଲି ଡାକୁଥିଲେ। ବୃଦ୍ଧ ଦଶରଥ ଭୂମିକାରେ ଆସିଥିଲେ। ଅଭିନୟର ଅନ୍ତିମ ଦୃଶ୍ୟରେ ସେ ରାମ ନାମ ନେଇ ମୃତ୍ୟୁକୁ ବରିଥାନ୍ତେ। ହେଲେ କିଏ ଜାଣିଥିଲା, ଏ ଅଭିନୟ ତାଙ୍କୁ ଜୀବନ ରାଙ୍ଗମଞ୍ଚରୁ ବିଦାୟ ଦେଇଦେବ ବୋଲି। ଏ ବିଚିତ୍ର ମରଣରୁ ଅଙ୍ଗୀକାର କରିଥିବା ଏ ବ୍ୟକ୍ତି ଜଣକ ହେଉଛନ୍ତି ୭୩ ବର୍ଷିୟ ଅମରେଶ ମହାଜନ। ଦଶରଥ ଭୂମିକାରେ ମଞ୍ଚରେ ଅଭିନୟ କରୁକରୁ ଟଳିପଡିଲେ ଅମରେଶ।
ରାମ ନାମ ନେଉ ନେଉ ପିଣ୍ଡରୁ ଉଡିଗଲା ପ୍ରାଣପକ୍ଷୀ। ଅଭିନୟ ତାଙ୍କ ଜୀବନର ସାରାଂଶ ଥିଲା। ରାମଲୀଳା (Ramleela ) ତାଙ୍କର କଳାର ସବୁଠାରୁ ସୁନ୍ଦର ଅଭିବ୍ୟକ୍ତି। ଦୀର୍ଘ ୪୦ ବର୍ଷ ହେଲାଣି ସେ ରାମଲୀଳା କରୁଥିଲେ। ହେଲେ ମଙ୍ଗଳବାର ରାତି ଥିଲା ତାଙ୍କ ଜୀବନର ଶେଷ ରାତି। ଏହି ରାତିକୁ କେହି ବି ଭୁଲିପାରିବେ ନାହିଁ । ଯେଉଁମାନେ ସେଦିନ ସେଠାରେ ଉପସ୍ଥିତ ଥିଲେ । ସେ ରାତି ଅଭୁଲା ହୋଇ ରହିଯିବ ।
ମଞ୍ଚରେ ଟଳିପଡ଼ିଲେ
ହିମାଚଳ ପ୍ରଦେଶ ଚମ୍ବାର। ଏଇଠି ରାମଲୀଳା ମଞ୍ଚସ୍ଥ ହେଉଥିଲା ବୋଲି ଭିଡ ବି ଖଚାଖଚ ଥିଲା। ରାତି ପ୍ରାୟ ସାଢ଼େ ୮ଟା। ରାମଲୀଳାରେ ମଞ୍ଚରେ ଚାଲିଥିଲା ଦଶରଥ ଦରବାରର ଦୃଶ୍ୟ। ଅମରେଶ ମହାଜନ ଓରଫ ଶିବୁ ଥିଲେ ମଞ୍ଚର ସର୍ବୋଚ୍ଚ ସ୍ଥାନରେ, ଦଶରଥଙ୍କ ଭୂମିକାରେ। ତାଙ୍କ ଅଭିନୟ ଏତେ ନିଖୁଣ ଥିଲା ଯେ ଦର୍ଶକଙ୍କ ନଜର ତାଙ୍କ ଉପରୁ ହଟୁ ନ ଥିଲା। ହେଲେ ହଠାତ୍ ଅମରେଶଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଗଲା। ଛାତିରେ ଯନ୍ତ୍ରଣା ଅନୁଭବ କରି ସେ ମଞ୍ଚ ଉପରେ ଟଳିପଡିଲେ। ଚେତାଶୂନ୍ୟ ହୋଇଗଲେ। ଦେଖନ୍ତୁ କେମିତି ସେ ନିଜ ପାଖରେ ବସିଥିବା ଅଭିନେତାଙ୍କ ଉପରେ ଶୋଇପଡୁଛନ୍ତି।
ପ୍ରଥମେ, ଦର୍ଶକ ଏବଂ କଳାକାରମାନେ ଭାବିଥିଲେ ଯେ ବୋଧହୁଏ ଏହା ପ୍ରଦର୍ଶନର ଏକ ଅଂଶ। କିନ୍ତୁ ଯେତେବେଳେ ସେ ଆଉ ଉଠିଲେ ନାହିଁ, ମଞ୍ଚରେ ଥିବା ଅନ୍ୟ କଳାକାରମାନେ ଭୟଭୀତ ହୋଇଗଲେ। ସାଥୀ କଳାକାରମାନେ ତୁରନ୍ତ ତାଙ୍କୁ ଉଠାଇ ନିକଟସ୍ଥ ହସ୍ପିଟାଲକୁ ନେଇଗଲେ। ମଞ୍ଚର ପରଦା ପଡିଗଲା। ଆଉ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଅମରେଶ ମହାଜନ ହିମାଚଳ ପ୍ରଦେଶ, ଚମ୍ବା ଜିଲ୍ଲାର ମୋହଲ୍ଲାର ବାସିନ୍ଦା। ସେ ଗତ ୨୩ ବର୍ଷ ଧରି ଏହି ରାମଲୀଳା ମଞ୍ଚରେ ଦଶରଥ କିମ୍ବା ରାବଣର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇଁ ସମସ୍ତେ କହୁଛନ୍ତି, ସତରେ ଏ ମରଣ ବଡ ବିରଳ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/24/ramleela-heart-attack-2025-09-24-18-38-50.jpg)