Advertisment

Acid attack On Student: ରାଜଧାନୀରେ ଚାଞ୍ଚଲ୍ୟ; କଲେଜରୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଏସିଡ୍ ମାଡ଼, ମେଡିକାଲରେ ଭର୍ତ୍ତି

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ଼। ବାଇକରେ ଆସି ଏସିଡ୍ ଫିଙ୍ଗି ଛୁ ମାରିଲେ ୩ ଦୁର୍ବୃତ୍ତ। ମୁହଁକୁ ରକ୍ଷା କଲେ ପୀଡ଼ିତା, ଦୁଇ ହାତରେ ଲାଗିଛି ଆଘାତ।

Acid Attack

Acid Attack Photograph: (OTV)

Advertisment

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ଏସିଡ୍ ଆଟାକ୍। ବାଇକରେ ଆସି ୩ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଏସିଡ୍ ଫିଙ୍ଗି ଚମ୍ପଟ ମାରିଲେ। ସେ ମୁହଁକୁ ରକ୍ଷା କରିଥିଲେ ବି ଦୁଇ ହାତରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ୨୦ ବର୍ଷୀୟ ଛାତ୍ରୀଙ୍କୁ ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଶୋକ ବିହାରରେ ଥିବା ଲକ୍ଷ୍ମୀବାଇ କଲେଜର ଦ୍ବିତୀୟ ବର୍ଷରେ ପଢୁଛନ୍ତି ଛାତ୍ରୀ। 
ଆଜି ଏକ୍ସଟ୍ରା କ୍ଲାସ ପାଇଁ ଯାଇଥିବା ବେଳେ କଲେଜ ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିଲେ। ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି। ଜଣେ ଅଭିଯୁକ୍ତର ଘର ପୀଡ଼ିତା ରହୁଥିବା ମୁକୁନ୍ଦପୁର ଅଞ୍ଚଳରେ ଓ ଅନ୍ୟ ଦୁଇ ଜଣ ତାର ସହଯୋଗୀ। 
ପୀଡ଼ିତାଙ୍କୁ ଅଭିଯୁକ୍ତ ଜିତେନ୍ଦ୍ର ବିଭିନ୍ନ ସମୟରେ ପିଛା କରୁଥିବାରୁ ମାସେ ତଳେ ତାସହ ଯୁକ୍ତିତର୍କ ହୋଇଥିଲା। ସେହି ରାଗରେ ଦୁଇ ସାଙ୍ଗଙ୍କ ସହାୟତରେ ଆଜି ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ଦିଲ୍ଲୀ ପୋଲିସ। ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚାଲିଛି। 
ଦିଲ୍ଲୀରେ ଛାତ୍ରୀଙ୍କୁ ଏସିଡ୍ ମାଡ଼
ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ଼
ବାଇକରେ ଆସି ଏସିଡ୍ ଫିଙ୍ଗି ଛୁ ମାରିଲେ ୩ ଦୁର୍ବୃତ୍ତ
ମୁହଁକୁ ରକ୍ଷା କଲେ ପୀଡ଼ିତା, ଦୁଇ ହାତରେ ଆଘାତ 
ଦିଲ୍ଲୀ ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲରେ ଛାତ୍ରୀ ଭର୍ତ୍ତି 
ଅଶୋକ ବିହାରରେ ଲକ୍ଷ୍ମୀବାଇ କଲେଜର ଦ୍ବିତୀୟ ବର୍ଷ ଛାତ୍ରୀ
ଏକ୍ସଟ୍ରା କ୍ଲାସ ପାଇଁ କଲେଜ ଆସୁଥିବା ବେଳେ ଏସିଡ୍ ମାଡ଼
ମାସେ ତଳେ ଅଭିଯୁକ୍ତ ସହ ଯୁକ୍ତିତର୍କ ହୋଇଥିଲା
ପୁରୁଣା ରାଗ ସୁଝାଇବାକୁ ଏସିଡ୍ ମାଡ଼ କରିଥିବା ଅଭିଯୋଗ

Advertisment
Acid Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ