Drowning Photograph: (OTV)
ଶୁକ୍ରବାର ବିଳମ୍ବିତ ରାତିରେ ଥଣ୍ଡା ଓ କୁହୁଡ଼ିରେ ପ୍ରାୟ ଦୁଇ ଘଣ୍ଟା ଧରି ଜଣେ ସଫ୍ଟୱେର୍ ଇଞ୍ଜିନିୟର ଗର୍ତ୍ତରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ । ତାଙ୍କ ବାପା ବି ଉପରେ ରହି ମୋ ପୁଅକୁ ବଞ୍ଚାଇ ଦିଅ ବୋଲି କହୁଥିଲେ । କିନ୍ତୁ କେହି ଶୁଣିନଥିଲେ ।
ଅଗ୍ନିଶମ ବାହିନୀର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ବଞ୍ଚାଇବାକୁ ଭିତରେ ପଶିବାକୁ ସାହସ କରିପାରିନଥିଲେ । କାର୍ ସହ ବୁଡି ଯାଇଥିଲେ ୨୭ ବର୍ଷୀୟ ଯୁବକ । ସ୍ଥାନୀୟ ଲୋକ, ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଦ୍ୱାରା ଘେରି ରହିଥିବା ଜଣେ ଅସହାୟ ପିତା ତାଙ୍କ ସଫ୍ଟୱେର୍ ଇଞ୍ଜିନିୟର ପୁଅକୁ ବୁଡ଼ି ଯାଉଥିବାର ଦେଖିଥିଲେ। ବୁଡ଼ି ରହିଥିବା ଗ୍ରାଣ୍ଡ ଭିଟାରା କାର ଉପରେ ଠିଆ ହୋଇ ଏହି ଯୁବରାଜ ମେହେଟା ଚିତ୍କାର କରୁଥିଲେ । ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଏଡାରେ ଘଟିଛି ଏହି ଦୁର୍ଘଟଣା ।
କାହିଁକି ଉଦ୍ଧାରକାରୀ ଦଳ ପଶିଲେନି ଭିତରେ ?
ମେହେଟାଙ୍କ କାର୍ ଯେଉଁ ୨୦ ଫୁଟ ଗଭୀର ପାଣି ଭର୍ତ୍ତି ଗର୍ତ୍ତରେ ଖସି ପଡ଼ିଥିଲା, ସେଠାରେ ଉଦ୍ଧାରକାରୀ ଦଳ ପ୍ରବେଶ କରିପାରି ନଥିଲେ । ଏହାର କାରଣ ଅତ୍ୟଧିକ ଥଣ୍ଡା ଓ ଘନ କୁହୁଡି ବୋଲି କୁହାଯାଇଥିଲା । ଏପରିକି କାମ ହେଉଥିବାରୁ ସାଇଟରେ ଲୁହା ରଡ୍ ବାହାରିଥିଲା । କାଳେ ଲୁହା ରଡ୍ କିଛି ବିପଦ ସୃଷ୍ଟି କରିପାରେ ବୋଲି ଉଦ୍ଧାରକାରୀ ଦଳ ଆଶଙ୍କା କରିଥିଲେ ।
ଏହି ଦୁଃଖଦ ଘଟଣା ପ୍ରଶାସନର ଅବହେଳା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଶନିବାର ଦିନ ପ୍ରାୟ ୧୨.୨୦ ସମୟରେ ମେହେତାଙ୍କ କାର ଏକ ଭଙ୍ଗା କାନ୍ଥ ଭାଙ୍ଗି ଗାତ ଭିତରକୁ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଖବର ପ୍ରସାରିତ ହେବା ମାତ୍ରେ ତାଙ୍କ ବାପା ରାଜକୁମାର ମେହେଟା, ପୋଲିସ, ଅଗ୍ନିଶମ ବିଭାଗ ଏବଂ SDRFର ପ୍ରାୟ ୮୦ ଜଣ କର୍ମଚାରୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବେ କି ନାହିଁ ତାହା ଉପରେ ବିତର୍କ କରୁଥିଲେ । ଯୁବରାଜ ପ୍ରାୟ ଦେଢ଼ ଘଣ୍ଟା ଧରି ବୁଡ଼ି ଯାଉଥିବା ଗାଡ଼ି ଉପରେ ଠିଆ ହୋଇ ବାରମ୍ବାର ରକ୍ଷା ପାଇବାକୁ ନିବେଦନ କରିଥିଲେ। ଯୁବରାଜଙ୍କ ଶେଷ ଶବ୍ଦ ଥିଲା, ବାପା ମୁଁ ମରିବାକୁ ଚାହୁଁନାହିଁ, ମୋତେ ସାହାଯ୍ୟ କର ।
ତାଙ୍କ ଚିତ୍କାର ରାତି ପ୍ରାୟ ୧.୪୫ ଟାରେ ନୀରବ ହୋଇଯାଇଥିଲା । ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ଭିତରେ ପଶିଥିଲେ । ଦୁର୍ଘଟଣା ଘଟିବାର ଚାରି ଘଣ୍ଟା ପରେ ଶେଷରେ ତାଙ୍କ ମୃତଦେହ ବାହାର କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/19/drowning-2026-01-19-16-23-32.jpg)