Advertisment

Elderly Marriage: ବିବାହର ପ୍ରଥମ ରାତି ପରେ ଚାଲିଗଲା ବୃଦ୍ଧଙ୍କ ଜୀବନ

୭୫ ବର୍ଷୀୟ ବୃଦ୍ଧ ସଙ୍ଗରୁରାମ ୩୫ ବର୍ଷୀୟ ମନଭାବତୀଙ୍କୁ ବିବାହ କରିଥିଲେ। ବାହାଘର ପରେ ପତ୍ନୀଙ୍କ ସହ ପ୍ରଥମ ରାତି କଟାଇବା ପରେ ସକାଳକୁ ତାଙ୍କ ପ୍ରାଣବାୟୁ ଚାଲିଯାଇଥିଲା।

up oldman death after marriage

up oldman death after marriage Photograph: (OTV)

Advertisment

୩୫ ବର୍ଷର କନିଆଁକୁ ୭୫ ବର୍ଷୀୟ ବର। ମନ୍ଦିରରେ ପଡିଲା ହାତଗଣ୍ଠି। ମଥାରେ ସିନ୍ଦୂର ଦେଲେ, ନବବଧୂକୁ ଘରକୁ ନେଲେ। ହେଲେ ବିବାହର ପ୍ରଥମ ରାତି ପରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଘଟଣାଟି ଉତ୍ତରପ୍ରଦେଶ (Uttar Pradesh) ଜୌନପୁର ଜିଲ୍ଲାର । ସଙ୍ଗରୁରାମ ନାମକ ଜଣେ ୭୫ ବର୍ଷୀୟ ବୃଦ୍ଧ ତାଙ୍କଠାରୁ ଅଧା ବୟସର ମହିଳାଙ୍କୁ କରିଥିଲେ ବିବାହ । ମହିଳାଙ୍କ ବୟସ ୩୫ ବର୍ଷ । ସଙ୍ଗରୁରାମ ଭାବିଥିଲେ ଜୀବନର ବାକି ସମୟ କାଟିଦେବେ ନୂଆ ପତ୍ନୀଙ୍କ ସହ । ବାହାଘର ପରେ ପତ୍ନୀଙ୍କ ସହ କଟାଇଥିଲେ ପ୍ରଥମ ରାତି । ହେଲେ ସକାଳ ହେଲା ବେଳକୁ ଉଡିଯାଇଥିଲା ବୃଦ୍ଧଙ୍କ ପ୍ରାଣବାୟୁ ।
ବର୍ଷକ ତଳେ ସଙ୍ଗରୁରାମଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ହୋଇଥିଲା । ଗୋଟିଏ ବର୍ଷ ହେଲା ଏକାକୀ ଜୀବନ ବିତାଉଥିଲେ ସେ। ତାଙ୍କର କୌଣସି ପିଲାପିଲି ନଥିଲେ। ବୟସର ଅପରାହ୍ନରେ ନିଜ ପାଇଁ ସାଥିଟିଏ ବାଛିଥିଲେ ସଙ୍ଗରୁରାମ । ଦ୍ୱିତୀୟ ବିବାହ ପାଇଁ ମନ ବଳାଇଥିଲେ। ଏହାକୁ ସମସ୍ତେ ବିରୋଧ କରିଥିଲେ ବି ସେ କାହା କଥା ଶୁଣି ନଥିଲେ। 
ସେପ୍ଟେମ୍ବର ୩୦ରେ ଜଲାଲପୁର ଅଞ୍ଚଳର ୩୫ ବର୍ଷୀୟ ମନଭାବତୀଙ୍କୁ ବିବାହ କରିଥିଲେ ସଙ୍ଗ୍ରୁରାମ । ମନ୍ଦିରରେ ପାରମ୍ପରିକ ରୀତିନୀତିରେ ବାହାଘର ହେଲା । ବାହାଘର ଦିନ ସବୁ କିଛି ଠିକଠାକ ଥିଲା। ଦୁଇ ଜଣ ରାତିସାରା ପରସ୍ପର ସହ କଥା ହୋଇଥିଲା । କଥାବାର୍ତ୍ତାରେ ରାତି ପାହି ଯାଇଥିଲା ବୋଲି କହିଛନ୍ତି ମନଭବତୀ । ତାଙ୍କ କହିବା କଥା, ବାହାଘରର ପରଦିନ ସକାଳେ ସଙ୍ଗ୍ରୁରାମଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ବେଳେ ଡାକ୍ତରମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ଏବେ ଚାରିଆଡେ ଚର୍ଚ୍ଚା ।

Advertisment

ଅଧିକ ଦେଖନ୍ତୁ:

Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ