Advertisment

5 Layer Security: ୫ ସ୍ତରୀୟ ସୁରକ୍ଷା ବଳୟରେ ଦିଲ୍ଲୀରେ ବୁଲିବେ ପୁଟିନ୍ , ଭାରତରେ କଡ଼ା ସୁରକ୍ଷା ବ୍ୟବସ୍ଥା

୨ ଦିନ ଧରି ଭାରତରେ ରହିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏଥିପାଇଁ ତାଙ୍କ ସୁରକ୍ଷାକୁ କରାଯାଇଛି କଡ଼ା କଡ଼ି। ଏଥିପାଇଁ ପ୍ରାୟ ୪ ଡଜନ ବରିଷ୍ଠ ସୁରକ୍ଷା ଅଧିକାରୀ ଦିଲ୍ଲୀରେ ଆସି ପହଞ୍ଚି ସାରିଛନ୍ତି। ରୁଷ ରାଷ୍ଟ୍ରପତି ସୁରକ୍ଷା ପାଇଁ ୫ ସ୍ତରୀୟ ସୁରକ୍ଷା ବଳୟ ତିଆରି କରାଯାଇଛି।

Putin-Security

Putin-Security Photograph: (OTV)

Advertisment

୨ ଦିନ ଧରି ଭାରତରେ ରହିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏଥିପାଇଁ ତାଙ୍କ ସୁରକ୍ଷାକୁ କରାଯାଇଛି କଡ଼ା କଡ଼ି। ଏଥିପାଇଁ ପ୍ରାୟ ୪ ଡଜନ ବରିଷ୍ଠ ସୁରକ୍ଷା ଅଧିକାରୀ ଦିଲ୍ଲୀରେ ଆସି ପହଞ୍ଚି ସାରିଛନ୍ତି। ରୁଷ ରାଷ୍ଟ୍ରପତି ସୁରକ୍ଷା ପାଇଁ ୫ ସ୍ତରୀୟ ସୁରକ୍ଷା ବଳୟ ତିଆରି କରାଯାଇଛି। ଯେଉଁଥିରେ ଉଚ୍ଚ ତାଲିମପ୍ରାପ୍ତ ଅଧିକାରୀ, ଭାରତର NSG କମାଣ୍ଡୋ, ସ୍ନାଇପର୍ସ, ଡ୍ରୋନ, ଜାମର୍ସ ଓ ଏଆଇ ମନିଟରିଂ ରହିଛି। ଏହି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭାରତର ବିଭିନ୍ନ ସ୍ଥାନକୁ ଯିବେ ପୁଟିନ୍।

Advertisment

ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀ ଆସିଛନ୍ତି ପୁଟିନ। ଆଉ ସେ ଭାରତରେ ପହଞ୍ଚିବା କ୍ଷଣି ତାଙ୍କୁ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ବାହ୍ୟ ସୁରକ୍ଷା ବଳୟରେ ଏନଏସ୍‌ଜି ଓ ଦିଲ୍ଲୀ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ରହିଥିବା ବେଳେ ଆଭ୍ୟନ୍ତରୀଣ ସୁରକ୍ଷା କଥା ରୁଷୀୟ ରାଷ୍ଟ୍ରପତି ସୁରକ୍ଷା ସେବାର ଅଧିକାରୀମାନେ ବୁଝିବେ। ପୁଟିନ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଥିବେ ସେତେବେଳେ ଆଭ୍ୟନ୍ତରୀଣ ସୁରକ୍ଷା ବଳୟ ମଧ୍ୟରେ ଭାରତର SPG କମାଣ୍ଡୋମାନେ ମଧ୍ୟ ସାମିଲ ହେବେ।


ସେହିପରି ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା ପାଇଁ ଗୋଟିଏ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଛି। ସେ ଯିବାକୁ ଥିବା ରାସ୍ତା ଉପରେ ଡ୍ରୋନ ଦ୍ୱାରା ନଜର ରଖାଯିବ। ପୁଟିନ ଯେଉଁ ହୋଟେଲରେ ରହିବେ, ତା’ର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ରୁଷୀୟ ସୁରକ୍ଷା ଅଧିକାରୀମାନେ ପୁଟିନ ଯିବାକୁ ଥିବା ପ୍ୟାଲେସର ସୁରକ୍ଷାକୁ ତନଖି କରିଛନ୍ତି। ସେହିପରି ପୁଟିନଙ୍କ ପାଇଁ ଏକ ଆର୍ମଡ ଅତ୍ୟାଧନିକ ଲିମୋଜିନ୍ ଗାଡ଼ି ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ିକୁ ସ୍ୱତନ୍ତ୍ର ଭାବେ ରୁଷରୁ ବିମାନ ଯୋଗେ ଏଠାକୁ ଅଣାଯାଇଛି। 

Advertisment

ଶୁକ୍ରବାର ପୁଟିନ ରାଜ ଘାଟରେ ଥିବା ମହାତ୍ମା ଗାନ୍ଧି ସ୍ମାରକୀ ପରିଦର୍ଶନ କରିବେ। ପରେ ହାଇଦ୍ରାବାଦ ହାଉସରେ ଆୟୋଜିତ ସମ୍ମିଳନୀରେ ଯୋଗଦେବେ ଓ ଭାରତ ମଣ୍ଡପମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ଶୁକ୍ରବାର ରାଷ୍ଟ୍ରପତି ଭବନରେ ତାଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋଟିଏ ଭୋଜିର ଆୟୋଜନ କରୁଛନ୍ତି। ଯେଉଁଥିରେ ଯୋଗଦେବେ ପୁଟିନ ।           

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ