Advertisment

Rs 25K For Third Child: ୩ ନଂ କୁ ବମ୍ପର ଅଫର, ସବୁ ବୁଝିବେ ସରକାର

ଏଣିକି ଆଉ ଦୁଇ ସନ୍ତାନରେ ଅଟକି ଯାଆନ୍ତୁ ନାହିଁ। ତୃତୀୟ ସନ୍ତାନ ପାଇଁ ବି ମନ ବଳାନ୍ତୁ। କାରଣ ତୃତୀୟ ସନ୍ତାନ ହେଲେ ମିଳିବ ବମ୍ପର ଅଫର।  ବାପାମା’ ପାଇବେ କ୍ୟାସ୍ ଓ ହେବେ ମାଲେମାଲ।

Offer

Offer Photograph: (OTV)

Advertisment

ଏଣିକି ଆଉ ଦୁଇ ସନ୍ତାନରେ ଅଟକି ଯାଆନ୍ତୁ ନାହିଁ। ତୃତୀୟ ସନ୍ତାନ ପାଇଁ ବି ମନ ବଳାନ୍ତୁ। କାରଣ ତୃତୀୟ ସନ୍ତାନ ହେଲେ ମିଳିବ ବମ୍ପର ଅଫର।  ବାପାମା’ ହେବେ ମାଲେମାଲ। କାରଣ ତୃତୀୟ ସନ୍ତାନ ହେଲେ ମିଳିବ କ୍ୟାସ୍। ଶିକ୍ଷା, ସ୍ବାସ୍ଥ୍ୟ ବି ପୂରାପୂରି ମାଗଣା।  ଏପରି ଅଫର୍ ଚାଇନା,ଜାପାନ କି ଅନ୍ୟ କୌଣସି ଦେଶର ସରକାର ଘୋଷଣା କରି ନାହାନ୍ତି। ଏପରି ଅଫର୍ ଆମ ଦେଶରେ ଦିଆଯାଇଛି । ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସରକାର ଖୁବଶୀଘ୍ର  ଏପରି ଏକ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ଯେଉଁଥିରେ ତୃତୀୟ ସନ୍ତାନ ଜନ୍ମ କରୁଥିବା ଦମ୍ପତିଙ୍କ ଉପରେ ସରକାର ଅଫର ପରେ ଅଫର୍ ଅଜାଡ଼ି ଦେବେ ।

Advertisment

ଦକ୍ଷିଣ ଭାରତ ରାଜ୍ୟମାନଙ୍କରେ ଜନ୍ମ ହାର ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି। ଆଗକୁ ପାର୍ଲାମେଣ୍ଟାରୀ ସିଟ୍ ପାଇଁ ଗଣନା ଆରମ୍ଭ ହେବ । ଏହାଦ୍ବାରା ଲୋକସଭାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟର ସିଟ୍ କମିଯିବା ଆଶଙ୍କା ଦେଖାଦେଇଛି। ମାତ୍ର  ଅଧିକ ଜନସଂଖ୍ୟା ହେତୁ ଉତ୍ତରପ୍ରଦେଶ, ବିହାର ଆଦି ରାଜ୍ୟର ସିଟ୍ ବଢ଼ିବା ସମ୍ଭାବନା ଦେଖାଦେଇଛି। 

ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ଜନସଂଖ୍ୟା ବଢ଼ାଇବା ନିମନ୍ତେ ଦମ୍ପତିଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଏପରିକି ତୃତୀୟ ସନ୍ତାନ ଜନ୍ମ କଲେ ଉକ୍ତ ସନ୍ତାନ ପାଇଁ ୧୮ ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ । ବାପାମା’ ସରକାରୀ ଚାକିରିଆ ହୋଇଥିଲେ ମା’ଙ୍କୁ ୧୨ ମାସର ମାତୃତ୍ୱ ଛୁଟି ଓ ପିତାଙ୍କ ପାଇଁ ଦୁଇ ମାସର ପିତୃତ୍ୱ ଛୁଟି ଅନ୍ତର୍ଭୁକ୍ତ। ଅବସର ଗ୍ରହଣ କରୁଥିବା ତିନି ସନ୍ତାନ ଥିବା ସରକାରୀ କର୍ମଚାରୀଙ୍କୁ ୫୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ପାଣ୍ଠି ସହିତ ୧୫ ଦିନର ସୁସ୍ଥତା ଛୁଟି ମଧ୍ୟ  ପ୍ରଦାନ କରିବେ।   

Advertisment

୧୯୯୩ ମସିହାରେ ଆନ୍ଧ୍ରରେ ଜନ୍ମ ନିୟନ୍ତ୍ରଣ ହାର ୩%ରୁ ୧.୪%କୁ ଖସିଯାଇଥିଲା। ଏବେ ତାହା ୧.୫% ଥିବା ବେଳେ ତାହାକୁ ୨.୧%ରେ ପହଞ୍ଚାଇବାକୁ ଯୋଜନା ରାଜ୍ୟ ସରକାର ଯୋଜନା  ପ୍ରସ୍ତୁତ କରୁଛନ୍ତି। କାରଣ ଦ୍ରୁତ ଗତିରେ ଜନ୍ମ ନିୟନ୍ତ୍ରଣ ହାର ହ୍ରାସ ପାଇବାରୁ ଏହା ସରକାରଙ୍କ ପାଇଁ ଏକ ସତର୍କ ଘଣ୍ଟି। ଏହାଦ୍ବାରା ରାଜ୍ୟରେ ଯୁବ ଗୋଷ୍ଠୀଙ୍କ ସଂଖ୍ୟା କମିବା ସହ ବୃଦ୍ଧଙ୍କ ସଂଖ୍ୟା ବଢ଼ିବ । ଏହା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ବାଧା ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।

"ପ୍ରଜନନ ହାରରେ ହ୍ରାସ ଯୁବ କର୍ମଜୀବୀଙ୍କ ସଂଖ୍ୟା ହ୍ରାସ ଆର୍ଥିକ ଅଭିବୃଦ୍ଧି ପାଇଁ ବିପଦ ସୃଷ୍ଟି କରୁଛି ଏବଂ ଜାପାନ, ଦକ୍ଷିଣ କୋରିଆ ଏବଂ ଇଟାଲୀ ପରି ବାର୍ଦ୍ଧକ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ନାଇଡୁ କହିଛନ୍ତି ଯେ ଜନସଂଖ୍ୟା ପରିଚାଳନା ନୀତି ଅନୁଯାୟୀ, ଶିଶୁ ଯତ୍ନ ନେବା ପାଇଁ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ତୃତୀୟ ସନ୍ତାନ ଜନ୍ମକୁ ଉତ୍ସାହିତ କରିବା ପାଇଁ ପୋଷଣ-ଶିକ୍ଷା-ସୁରକ୍ଷା ପ୍ୟାକେଜ ଅଧୀନରେ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହା ସହିତ, ତୃତୀୟ ସନ୍ତାନକୁ ପ୍ରତି ମାସରେ ହଜାରେ  ଟଙ୍କା ପ୍ରଦାନ କରାଯିବ।

Advertisment

ଏହା ଏବେ ଡ୍ରାଫ୍ଟ ଅବସ୍ଥାରେ ଥିବା ବେଳେ ଖୁବଶୀଘ୍ର ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆଗତ ହୋଇ ନିୟମରେ ପ୍ରଣୟନ ହେବ । ତେବେ  ସରକାରଙ୍କ ଏପରି ଲୋଭନୀୟ ଅଫର ପରେ ଜନସଂଖ୍ୟା କେତେ ବୃଦ୍ଧି ପାଉଛି ତାହା ଉପରେ ସମସ୍ତଙ୍କ ନଜର। 

Andhra Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ