Advertisment

landslide Hits:ହିମାଚଳ ପ୍ରଦେଶରେ ଭୂସ୍ଖଳନ, ପୋତି ହୋଇଗଲା ଯାତ୍ରୀବାହୀ ବସ...୧୫ ଜଣଙ୍କ ମୃତ୍ୟୁ

ହିମାଚଳ ପ୍ରଦେଶର ବିଳାସପୁରରେ ଭୟଙ୍କର ଭୂସ୍ଖଳନ । ମାଟି ତଳେ ପୋତି ହୋଇଗଲା ଯାତ୍ରୀବାହୀ ବସ। ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକେ ଏବେ ବି ମାଟି ତଳେ ଫସି ରହିଛନ୍ତି।

himachal

himachal Photograph: (OTV)

Advertisment

ହିମାଚଳ ପ୍ରଦେଶର ବିଳାସପୁରରେ ଭୟଙ୍କର ଭୂସ୍ଖଳନ । ମାଟି ତଳେ ପୋତି ହୋଇଗଲା ଯାତ୍ରୀବାହୀ ବସ। ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକେ ଏବେ ବି ମାଟି ତଳେ ଫସି ରହିଛନ୍ତି। ଏହି ଘଟଣା ବାଲ୍ଲୁ ବ୍ରିଜ ନିକଟରେ ଘଟିଛି, ଯାହା ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି।

Advertisment

ମାରୋଟରୁ କାଲାଉଲ ଅଭିମୁଖେ ଯାଉଥିବା ଏକ ଘରୋଇ ବସରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ। ହଠାତ୍ ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଖସିଥିଲା। ଫଳରେ ବସ୍‌ଟି ମାଟି ଓ ପଥର ତଳେ ଚାପି ହୋଇଯାଇଥିଲା। ପାହାଡ଼ରୁ ଧସିଥିବା ମାଟି ବସକୁ ସମ୍ପୂର୍ଣ୍ଣ ପୋତି ଦେଇଥିଲା, ଯାତ୍ରୀମାନେ ଭିତରେ ଫସି ରହିଥିଲେ। ଘଟଣାର ଏକ ଭୟଙ୍କର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଦେଖି ସମସ୍ତେ ସ୍ତବ୍ଧ।

Advertisment

ଖବର ପାଇବା ମାତ୍ରେ ପୁଲିସ, ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ପରିଚାଳନା ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ। ଜେସିବି ସାହାଯ୍ୟରେ ମାଟି ଓ ପଥର ହଟାଇ ଫସିଥିବା ଯାତ୍ରୀଙ୍କୁ ବାହାର କରାଯାଉଛି। ଏଯାଏ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ, ୧୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି।

Advertisment

ବିଳାସପୁର ଡେପୁଟି କମିଶନର ରାହୁଲ କୁମାର କହିଛନ୍ତି, ପ୍ରାଥମିକ ତଦନ୍ତରୁ ବସରେ ୩୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି, କିନ୍ତୁ ପ୍ରକୃତ ଯାତ୍ରୀ ସଂଖ୍ୟା ଏବେ ବି ଅସ୍ପଷ୍ଟ। ଉଦ୍ଧାରକାରୀ ଟିମ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଆହୁରି ଅନେକ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ