Advertisment

ପରଲୋକରେ ବିଶ୍ୱର ସବୁଠାରୁ ବୟୋଜ୍ୟେଷ୍ଠ ଯୋଡ଼ା ମଣିଷ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିବା ଯାଆଁଳା ଯୋଡ଼ା ଭାଇଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ରୋନୀ ଓ ଡନି ଗେଲନ୍ ନାମକ ଏହି ଦୁଇ ଭାଇ ୨୮ ଅକ୍ଟୋବର, ୧୯୫୧ରେ ଜନ୍ମ ଗ୍ରହଣ କରିଥିଲେ। ଦୁହେଁ ଆମେରିକାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ଦୁହିଁଙ୍କର ମୃତ୍ୟୁ ସ୍ୱାଭାବିକ କାରଣରୁ ହୋଇଛି। ୨୦୧୪ରେ ଦୁହେଁ ୬୩ ବର୍ଷ ବୟସରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଯୋଡ଼ି […]

ପରଲୋକରେ ବିଶ୍ୱର ସବୁଠାରୁ ବୟୋଜ୍ୟେଷ୍ଠ ଯୋଡ଼ା ମଣିଷ

joined

Advertisment

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିବା ଯାଆଁଳା ଯୋଡ଼ା ଭାଇଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ରୋନୀ ଓ ଡନି ଗେଲନ୍ ନାମକ ଏହି ଦୁଇ ଭାଇ ୨୮ ଅକ୍ଟୋବର, ୧୯୫୧ରେ ଜନ୍ମ ଗ୍ରହଣ କରିଥିଲେ। ଦୁହେଁ ଆମେରିକାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ଦୁହିଁଙ୍କର ମୃତ୍ୟୁ ସ୍ୱାଭାବିକ କାରଣରୁ ହୋଇଛି।

Advertisment

publive-image୨୦୧୪ରେ ଦୁହେଁ ୬୩ ବର୍ଷ ବୟସରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଯୋଡ଼ି ହୋଇ ଜୀବିତ ରହିବାର ରେକର୍ଡ ନିଜ ନାଁରେ କରିଥିଲେ। ଏହା ପୂର୍ବରୁ ଏହି ରେକର୍ଡ ଆମେରିକାର ଚେଙ୍ଗ ଓ ଆଙ୍ଗ ବଙ୍କରଙ୍କ ନାଁରେ ଥିଲା। ଏହା ସହ ଗେଲନ୍ ବ୍ରଦର୍ସ ଜିଆକୋମୋ ଓ ଜିଓଭାନୀ ବାତିସ୍ତା ଟୋକିଙ୍କ ନାଁରେ ଥିବା ରେକର୍ଡକୁ ମଧ୍ୟ ଭାଙ୍ଗିଥିଲେ। ଜିଆକୋମୋ ଓ ଜିଓଭାନୀ ୧୮୭୫ରେ ଜନ୍ମଗ୍ରହଣ କରିଥିଲେ ଏବଂ ୬୨ ବର୍ଷ ଓ ୨୫୧ ଦିନ ପର୍ଯ୍ୟନ୍ତ ବଞ୍ଚିଥିଲେ।

publive-imageଗେଲନ୍ ବ୍ରଦର୍ସଙ୍କ ଶରୀର ଜନ୍ମରୁ ହିଁ ପେଟରେ ଯୋଡ଼ି ହୋଇ ରହିଥିଲା। ରୋନୀ ଓ ଡନୀଙ୍କ ଭାଇ କହିଛନ୍ତି, ବିଶ୍ୱର ସବୁଠାରୁ ବୟୋଜ୍ୟେଷ୍ଠ ଯୋଡ଼ା ହୋଇଥିବା ଯାଆଁଳ ଭାଇଙ୍କ ରେକର୍ଡ ନିଜ ନାଁରେ କରିବା ପୂର୍ବରୁ ଦୁହେଁ ବହୁତ ଉତ୍ସାହିତ ଥିଲେ।

Advertisment

ପେଟ ଯୋଡ଼ି ହୋଇଥିବାରୁ ଦୁହିଁଙ୍କ ଶରୀରରେ ଏକମାତ୍ର ଲୋୟର୍ ଡାଇଜେଷ୍ଟିଭ୍ ଟ୍ରାକ୍ଟ ଓ ମଳଦ୍ୱାର ଥିଲା। କିନ୍ତୁ ଦୁହିଁଙ୍କର ହୃଦୟ ଅଲଗା ଥିଲା। ଦୁହିଁଙ୍କ ହାତ ଓ ଗୋଡ଼ ମଧ୍ୟ ସମ୍ପୂର୍ଣ୍ଣ ସାମାନ୍ୟ ମଣିଷଙ୍କ ଭଳି ଥିଲା। ଦୁହିଁଙ୍କର ଭଲମନ୍ଦ ବୁଝାବୁଝି କରୁଥିଲେ ସେମାନଙ୍କର ଭାଇ ଓ ତାଙ୍କ ପତ୍ନୀ।

publive-image୨୦୧୪ରେ ଦୁଇ ଭାଇ କାର୍ନିଭାଲ୍ ସାଇଡ୍ ଶୋ'ରେ ଭାଗ ନେଇଥିଲେ, ଯେଉଁଠାରେ ଦୁହେଁ ଆକର୍ଷଣର କେନ୍ଦ୍ର ପାଲଟିଥିଲେ। ଏହି ଶୋ'ରୁ ଆୟ କରିଥିବା ଅର୍ଥକୁ ସେମାନେ ବାକି ୯ ଭାଇ ଓ ଭଉଣୀଙ୍କ ସହାୟତାରେ ଲଗାଇଥିଲେ। ୧୯୯୧ରେ ଦୁହେଁ ମନୋରଞ୍ଜନ ଦୁନିଆ ଅର୍ଥାତ୍ ପେସାରୁ ଦୂରେଇ ଯାଇଥିଲେ ଏବଂ ୨୦ ବର୍ଷ ପର୍ଯ୍ୟନ୍ତ ପରିବାରଠାରୁ ଅଲଗା ରହିଥିଲେ। କିନ୍ତୁ ୨୦୧୦ରେ ଦୁହେଁ ପୁଣିଥରେ ପରିବାର ସହ ରହିବା ଆରମ୍ଭ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ