Advertisment

କରୋନା ମୁକ୍ତ ଭଉଣୀଙ୍କୁ ଦେଖି ଖୁସିରେ ନାଚିଲେ ଯୁବତୀ

ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେବା ପରେ ଯୁବତୀ ଜଣଙ୍କ ଘରକୁ ଫେରୁଥିଲେ। ଏନେଇ ତାଙ୍କ ଭଉଣୀ ତାଙ୍କୁ ଜବରଦସ୍ତ ଷ୍ଟାଇଲରେ ସ୍ୱାଗତ କରିଥିଲେ। DJ ଲଗାଇ ରାସ୍ତାରେ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୪ ମିଲିୟନରୁ ଅଧିକ ଲୋକେ ଏହି କିଲର କରୋନାରେ ସଂକ୍ରମିତ ହୋଇଛନ୍ତି। Just Loved the #SistersDuet!❤️ A worthy welcome of Elder Sis, returned after […]

ଅଦ୍ୟତନ ହୋଇଛି
କରୋନା ମୁକ୍ତ ଭଉଣୀଙ୍କୁ ଦେଖି ଖୁସିରେ ନାଚିଲେ ଯୁବତୀ

corona

Advertisment

ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେବା ପରେ ଯୁବତୀ ଜଣଙ୍କ ଘରକୁ ଫେରୁଥିଲେ। ଏନେଇ ତାଙ୍କ ଭଉଣୀ ତାଙ୍କୁ ଜବରଦସ୍ତ ଷ୍ଟାଇଲରେ ସ୍ୱାଗତ କରିଥିଲେ। DJ ଲଗାଇ ରାସ୍ତାରେ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୪ ମିଲିୟନରୁ ଅଧିକ ଲୋକେ ଏହି କିଲର କରୋନାରେ ସଂକ୍ରମିତ ହୋଇଛନ୍ତି।

Advertisment

ଏହି ଭିଡିଓକୁ ଗତ ରବିବାର ଦିନ ଆଇପିଏସ୍‌ ଅଧିକାରୀ ଦୀପାଂଶୁ କାବ୍ରା ନିଜ ଟ୍ୱିଟ୍‌ରେ ସେୟାର କରିଛନ୍ତି। ଯାହାକୁ ଦେଖି ଆପଣ ଖୁସି ହୋଇଯିବେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବତୀ ଜଣଙ୍କ କରୋନାକୁ ମାତ୍‌ ଦେଇ ଘରେ ପହଞ୍ଚିବା ମାତ୍ରେ ତାଙ୍କ ଭଉଣୀ DJ ଲଗାଇ ଜୋରରେ ରାସ୍ତା ଉପରେ ନାଚୁଛନ୍ତି। ତା’ପରେ ଦୁଇ ଭଉଣୀ ମିଶି ରାସ୍ତା ଉପରେ ଖୁସିରେ ନାଚିବାକୁ ଲାଗିଲେ।

Advertisment

ସେ ‘ଚିଲର୍‌ ପାର୍ଟି’ ଫିଲ୍ମର ସୁପରହିଟ୍‌ ଗୀତ ‘ଟାଇ-ଟାଇ ଫିସ୍‌’ରେ ଡ୍ୟାନ୍ସ କରୁଥିଲେ। ଗୀତ ଲଗେଇ ଭଉଣୀ ପାଖକୁ ଖୁସିରେ ନାଚି ନାଚି ଯାଉଛନ୍ତି। ଲୋକମାନେ ଦୁଇ ଭଉଣୀଙ୍କ ଭିଡିଓକୁ ଖୁବ୍‌ ପସନ୍ଦ କରୁଛନ୍ତି।

ଭିଡିଓକୁ ପୋଷ୍ଟ କରି ଦୀପାଂଶୁ କାବ୍ରା କ୍ୟାପସନରେ ଲେଖିଛନ୍ତି, 'ଉଭୟ ଭଉଣୀଙ୍କ ନୃତ୍ୟ ଦେଖି ବହୁତ ଭଲ ଲାଗିଲା। ବଡ଼ ଭଉଣୀ କରୋନାକୁ ମାତ୍‌ ଦେଇଥିବାରୁ ତାଙ୍କର ଜୋରଦାର ସ୍ୱାଗତ କରାଯାଉଛି।

Advertisment

ଏହି ଭିଡିଓ ଜୁଲାଇ ୧୯ ରେ ଶେୟାର କରାଯାଇଥିଲା, ଏପର୍ଯ୍ୟନ୍ତ ୨୧ ହଜାରରୁ ଅଧିକ ଭ୍ୟୁଜ୍‌ ମିଳିଥିଲା। ଏନେଇ ଜଣେ ୟୁଜର ଲେଖିଛନ୍ତି ‘ସତରେ ଏଭଳି ଭିଡିଓକୁ ଦେଖିକି ମଜା ଆସିଗଲା।  ସ୍ୱାଗତ କରିବ ତ ଏମିତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ