Advertisment

ସେଲଫି ନେଉଥିଲେ, ଆଉ ତା' ପରେ…

ହାଇଦ୍ରବାଦ: ସେଲଫି ନେଉଥିବା ବେଳେ ଘଟିଲା ଅଘଟଣ। ଆଉ ଚାଲିଗଲା ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଆମେରିକାରେ ରହୁଥିବା ଆନ୍ଧ୍ର ପ୍ରଦେଶର ଜଣେ ଯୁବତୀ ନିଜ ଭାବିପତିଙ୍କ ସେଲଫି ଉଠାଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଝରଣାରେ ଖସିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ପୋଲାଭାରାପୁ କମଳା ଏବଂ ତାଙ୍କ ଭାବିପତି ଆଟଲାଣ୍ଟାରେ ନିଜ ସମ୍ପର୍କୀୟଙ୍କୁ ଭେଟି ଘରକୁ ଫେରୁଥିଲେ। ଏହା ମଧ୍ୟରେ ଦୁହେଁ ବାଲ୍ଡ ରିଭର୍ ନିକଟରେ […]

ସେଲଫି ନେଉଥିଲେ, ଆଉ ତା' ପରେ…

elfie

Advertisment

ହାଇଦ୍ରବାଦ: ସେଲଫି ନେଉଥିବା ବେଳେ ଘଟିଲା ଅଘଟଣ। ଆଉ ଚାଲିଗଲା ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଆମେରିକାରେ ରହୁଥିବା ଆନ୍ଧ୍ର ପ୍ରଦେଶର ଜଣେ ଯୁବତୀ ନିଜ ଭାବିପତିଙ୍କ ସେଲଫି ଉଠାଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଝରଣାରେ ଖସିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ମୃତ ପୋଲାଭାରାପୁ କମଳା ଏବଂ ତାଙ୍କ ଭାବିପତି ଆଟଲାଣ୍ଟାରେ ନିଜ ସମ୍ପର୍କୀୟଙ୍କୁ ଭେଟି ଘରକୁ ଫେରୁଥିଲେ। ଏହା ମଧ୍ୟରେ ଦୁହେଁ ବାଲ୍ଡ ରିଭର୍ ନିକଟରେ ଅଟକି ଯାଇଥିଲେ। ଏହି ସମୟରେ ଦୁହେଁ ସେଲଫି ନେବାକୁ ବାହାରିଲେ, କିନ୍ତୁ ତାହା କମଳାଙ୍କ ପାଇଁ ହୋଇଥିଲା କାଳ। କମଳା ଝରଣାରେ ଖସିଯାଇଥିବା ବେଳେ ତାଙ୍କ ଭାବିପତି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ପରେ ଅଚେତ ଅବସ୍ଥାରେ କମଳାଙ୍କୁ ଉଦ୍ଧାର କରାଯାଇଥିଲେ, ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ବହୁ ଚେଷ୍ଟା ସତ୍ତ୍ୱେ କମଳାଙ୍କୁ ବଞ୍ଚାଯାଇ ପାରିଲା ନାହିଁ।

ଯୁବତୀଙ୍କ ମୃତଦେହକୁ ଭାରତ ଆଣିବା ପାଇଁ ପ୍ରୟାସ କରାଯାଉଛି। ଏହି ଦୁଃଖଦ ପାଇବା ପରେ କମଳାଙ୍କ ବାପା-ମାଆଙ୍କୁ ବହୁତ ଶକ୍ତ ଝଟକା ଲାଗିଛି। କମଳାଙ୍କ ମାଆ କହିଛନ୍ତି, କମଳା ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ଏବଂ ଅଧିକ ପାଠପଢ଼ିବା ପାଇଁ ଆମେରିକା ଯାଇଥିଲେ। ଏପରିକି ଆମେରିକାରେ କମଳା ଚାକିରି ମଧ୍ୟ କରୁଥିଲେ।

Advertisment

କମଳାଙ୍କ ବାପା କହିଛନ୍ତି, ତେଲୁଗୁ ଆସୋସିଏସନ୍ କମଳାଙ୍କ ମୃତଦେହକୁ ଭାରତ ଆଣିବା ପାଇଁ ଆମକୁ ଆଶ୍ୱାସନା ଦେଇଛନ୍ତି। କମଳାଙ୍କ ଭଉଣୀ ଚେନ୍ନାଇରେ ରୁହନ୍ତି। କିନ୍ତୁ କମଳାଙ୍କ ପରିବାର କ୍ରିଷ୍ଣା ଜିଲ୍ଲାର ଗୁଡ଼ାବେଲୁରରେ ରହନ୍ତି। ଗ୍ରାଜୁଏସନ୍ ଶେଷ କରିବା ପରେ କମଳା ଆମେରିକା ଚାଲିଯାଇଥିଲେ ଏବଂ ସେଠାରେ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ