Advertisment

ସୁପ୍ରିମ କୋର୍ଟରେ ପାଇଲଟଙ୍କ ବିଜୟ

ନୂଆଦିଲ୍ଲୀ: ସଚିନ ପାଇଲଟ୍ ମାମଲାରେ ଶୁଣାଣି କରିପାରିବେ ରାଜସ୍ଥାନ ହାଇକୋର୍ଟ। ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ତିନିଜଣିଆ ଖଣ୍ଡପୀଠ ରହିତାଦେଶ ଦେବାକୁ ମନା କରିଛନ୍ତି। ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଗଣତନ୍ତ୍ରରେ ବିରୋଧର ସ୍ୱରକୁ ଚପାଇ ଦେଇ ହେବ ନାହିଁ। ରାଜସ୍ଥାନରେ ବିଦ୍ରୋହୀ କଂଗ୍ରେସ ନେତା ସଚିନ୍ ପାଇଲଟ ଓ ତାଙ୍କ ୧୮ ସମର୍ଥକଙ୍କୁ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତି ସିପି ଯୋଶୀ କରିଥିବା ଆବେଦନ ଉପରେ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ। ସେହିପରି […]

ସୁପ୍ରିମ କୋର୍ଟରେ ପାଇଲଟଙ୍କ ବିଜୟ

rajasthan political crisis

Advertisment

ନୂଆଦିଲ୍ଲୀ: ସଚିନ ପାଇଲଟ୍ ମାମଲାରେ ଶୁଣାଣି କରିପାରିବେ ରାଜସ୍ଥାନ ହାଇକୋର୍ଟ। ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ତିନିଜଣିଆ ଖଣ୍ଡପୀଠ ରହିତାଦେଶ ଦେବାକୁ ମନା କରିଛନ୍ତି। ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଗଣତନ୍ତ୍ରରେ ବିରୋଧର ସ୍ୱରକୁ ଚପାଇ ଦେଇ ହେବ ନାହିଁ। ରାଜସ୍ଥାନରେ ବିଦ୍ରୋହୀ କଂଗ୍ରେସ ନେତା ସଚିନ୍ ପାଇଲଟ ଓ ତାଙ୍କ ୧୮ ସମର୍ଥକଙ୍କୁ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତି ସିପି ଯୋଶୀ କରିଥିବା ଆବେଦନ ଉପରେ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ସେହିପରି ଏହି ମାମଲାରେ କୌଣସି ରାୟ ଦେବାରୁ ରାଜସ୍ଥାନ ହାଇକୋର୍ଟଙ୍କୁ ବିରତ ରଖିବା ଲାଗି ଯୋଶୀ କରିଥିବା ଆବେଦନକୁ ବି ସୁପ୍ରିମ୍ କୋର୍ଟ ନାପସନ୍ଦ କରିଛନ୍ତି। ବାଚସ୍ପତି ଏକ ଦିନଟିଏ ମାତ୍ର ଅପେକ୍ଷା କରିପାରିବେ ନାହିଁ ବୋଲି କୋର୍ଟ ପଚାରିଛନ୍ତି। ସେହିପରି ବାଚସ୍ପତି ନିଜେ କୋର୍ଟର ଦ୍ୱାରସ୍ଥ ହେବା ନେଇ ସର୍ବୋଚ୍ଚ କୋର୍ଟ ଆପତ୍ତି ଉଠାଇଛନ୍ତି।

ବାଚସ୍ପତି ଜଣେ ନିରପେକ୍ଷ ବ୍ୟକ୍ତି ହୋଇଥିବା ବେଳେ ସେ କାହିଁକି କୋର୍ଟକୁ ଆସିବେ ବୋଲି ସୁପ୍ରିମକୋର୍ଟ ପଚାରିଥିଲେ। ଯଦି କୌଣସି ବ୍ୟକ୍ତିଙ୍କ ଉପରୁ ନେତାଙ୍କ ଭରସା ଉଠିଯାଏ ତେବେ ତାଙ୍କୁ ଅଯୋଗ୍ୟ ଘୋଷଣା କରିଦେବା ଠିକ୍ ହେବ ନାହିଁ। ଏହାଦ୍ୱାରା ଆଉ କେହି ବିରୋଧ ପ୍ରଦର୍ଶନ କରିପାରିବେ ନାହିଁ। ତେବେ ଗଣତନ୍ତ୍ରରେ ବିରୋଧର ସ୍ୱର ଚପାଇ ଦେବା ଠିକ୍ ନୁହେଁ ବୋଲି ମାମଲାର ଶୁଣାଣି କରି କହିଛନ୍ତି ବିଚାରପତି ଜଷ୍ଟିସ ଏ.କେ. ମିଶ୍ର।

Advertisment

ବାଚସ୍ପତି ନିଷ୍ପତ୍ତି ଉପରେ କୋର୍ଟ କୌଣସି ରାୟ ଦେଇପାରିବେ ନାହିଁ ବୋଲି କଂଗ୍ରେସ ଓକିଲ କପିଲ ସିବଲଙ୍କ ଯୁକ୍ତିକୁ କାଉଣ୍ଟର କରି ଜଷ୍ଟିସ ମିଶ୍ର ଏହା କହିଥିଲେ। ବିଧାୟକମାନଙ୍କୁ ଲୋକେ ବାଛିଛନ୍ତି ତେଣୁ ସେମାନେ କାହିଁକି ବିରୋଧ ପ୍ରଦର୍ଶନ କରିପାରିବେ ନାହିଁ ବୋଲି କୋର୍ଟ ପଚାରିଥିଲେ।

ଏହା ପୂର୍ବରୁ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ସମେତ ୧୯ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଟାଳିବା ନେଇ ରାଜସ୍ଥାନ ବିଧାନସଭା ଅଧ୍ୟକ୍ଷ ସିପି ଜୋଶୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବୁଧବାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆସନ୍ତାକାଲି ହାଇକୋର୍ଟରେ ସଚିନ୍ ପାଇଲଟ ଏବଂ ବାକି ୧୮ଜଣ ବିଧାୟକଙ୍କ ମାମଲା ଉପରେ ଶୁଣାଣି ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ