Advertisment

ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ନାରା ଦେଇ ଅଶାନ୍ତି ସୃଷ୍ଟି କଲେ କାହିଁକି?

ଦିଲ୍ଲୀ ଚାଷୀ ଆନ୍ଦୋଳନରେ ଫାଟ ଦେଖିବାକୁ ମିଳିଛି। ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ନାଁରେ ବ୍ୟାପକ ହିଂସାକାଣ୍ଡ ପରେ ଭାରତୀୟ କିଷାନ ୟୁନିୟନ ଭାନୁ ଏବଂ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋର୍ଡିନେସନ୍ କମିଟି ଆନ୍ଦୋଳନରୁ ଓହରିଛି।

ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ନାରା ଦେଇ ଅଶାନ୍ତି ସୃଷ୍ଟି କଲେ କାହିଁକି?

farmer-protest

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ଚାଷୀ ଆନ୍ଦୋଳନରେ ଫାଟ ଦେଖିବାକୁ ମିଳିଛି। ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ନାଁରେ ବ୍ୟାପକ ହିଂସାକାଣ୍ଡ ପରେ ଭାରତୀୟ କିଷାନ ୟୁନିୟନ ଭାନୁ ଏବଂ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋର୍ଡିନେସନ୍ କମିଟି ଆନ୍ଦୋଳନରୁ ଓହରିଛି। ତେଣେ ବିଭିନ୍ନ ଥାନାରେ ଉପଦ୍ରବକାରୀଙ୍କ ସହ ପ୍ରମୁଖ ଚାଷୀ ନେତାଙ୍କ ନାଁରେ ୨୫ଟି FIR ରୁଜୁ କରିଛି ଦିଲ୍ଲୀ ପୋଲିସ୍ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ହିଂସାର ତଦନ୍ତ କରିପାରେ। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଇନଶୃଙ୍ଖଳା ସଂପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ତେଣେ ସାମ୍ନାକୁ ଆସୁଛି ଉପଦ୍ରବକାରୀଙ୍କ ଉଗ୍ର ଚରିତ୍ରର ଏକାଧିକ ଲଜ୍ଜାଜନକ ଉଦାହରଣ।

Advertisment

publive-imageହିତାହିତ ଜ୍ଞାନ ହରାଇ, ଉଗ୍ର ଉପଦ୍ରବର ଚିତ୍ର ଗତକାଲି ଆପଣମାନେ ଦେଖିଥିଲେ। ଆନ୍ଦୋଳନ ନୁହେଁ, ଅସଭ୍ୟ ଆକ୍ରୋଶର ଚିତ୍ର। ଯେଉଁ ଦେଶର ସମ୍ବିଧାନ ପ୍ରତିବାଦର ହକ୍ ଦେଇଛି, ସେଇ ଦେଶର ସ୍ୱାଭିମାନକୁ ଅସମ୍ମାନ, ଘୋର ଅପମାନ। ଦିଲ୍ଲୀରେ ଚାଷୀ ଆନ୍ଦୋଳନ ନାଁରେ ହିଂସାକାଣ୍ଡ ବେଳେ, ତ୍ରିରଙ୍ଗାକୁ କିଭଳି ଦୁର୍ବବ୍ୟବହାର କରାଯାଇଥିଲା, ତାର ଗୋଟିକ ପରେ ଗୋଟିଏ ଲଜ୍ଜାଜନକ ଦୃଶ୍ୟ ସାମ୍ନାକୁ ଆସୁଛି।

publive-imageକେବଳ ଏତିକି ନୁହେଁ ଗତକାଲି ଲାଲକିଲ୍ଲା ଟିକେଟ୍ କାଉଣ୍ଟରରେ ପଶି ଉପଦ୍ରବକାରୀ କିଭଳି ଧ୍ୱଂସଲୀଳା ରଚିଥିଲେ, ବିଭିନ୍ନ ସ୍ଥାନରେ ପୋଲିସକୁ କିଭଳି ଆକ୍ରମଣ କରିଥିଲେ, ତାର ଚିତ୍ର ବି ସାରାଦେଶକୁ ମର୍ମାହତ କରିଛି। ଘଟଣାରେ ୩୦୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ, ଟ୍ରାକ୍ଟର ଓଲଟି ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି। ଆଜି ପୁରା ଘଟଣାର ସମୀକ୍ଷା କରିଛନ୍ତି ଦିଲ୍ଲୀ ପୋଲିସ କମିଶନର।

Advertisment

publive-imageଲାଲକିଲ୍ଲା ଆରଟିଓ ନଙ୍ଗଲୋଇ ଓ ଗାଜିପୁରରେ ସଂଘର୍ଷ ବେଳେ କ୍ୟାମେରାରେ ରେକର୍ଡ ହୋଇଥିବା କିଛି ଚାଷୀ ନେତାଙ୍କ ସମେତ ଅନ୍ୟ ଉପଦ୍ରବକାରୀଙ୍କ ନାଁରେ ପ୍ରାୟ ୨୫ଟି ଏତଲା ଦାୟର କରିଛି ଦିଲ୍ଲୀ ପୋଲିସ। ସେଥିରେ ଦଙ୍ଗା କରିବା, ମାରଣାସ୍ତ୍ର ଦ୍ୱାରା ଆକ୍ରମଣ, ପୋଲିସକୁ କର୍ତ୍ତବ୍ୟ ସଂପାଦନରୁ ରୋକିବା ଆଦି ସହ ହତ୍ୟା ଉଦ୍ୟମ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ମଧ୍ୟ ସଂଗୀନ ଦଫା ଲାଗିଛି। ଏଥିସହ ଟ୍ରାକ୍ଟର ରାଲି ଏନ୍ଓସି ଉଲ୍ଲଂଘନ ଅଭିଯୋଗରେ ଦର୍ଶନ ପାଲ୍, ରାଜିନ୍ଦର ସିଂ, ବଲ୍ୱୀର ସିଂ ରାଜେଓ୍ୱାଲ୍ ପ୍ରମୁଖ ଚାଷୀ ନେତାଙ୍କ ସହ ବିକେୟୁ ମୁଖପାତ୍ର ରାକେଶ ଟିକାୟତଙ୍କ ନାଁରେ ବି ଏତଲା ହୋଇଛି।

publive-image୨୦୦ରୁ ଅଧିକ ଉପଦ୍ରବକାରୀ ଅଟକ ଅଛନ୍ତି। ଏହାର ତଦନ୍ତଭାର କ୍ରାଇମ୍ ବ୍ରାଞ୍ଚ ହାତକୁ ଯାଇପାରେ । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଗୃହ ସଚିବ, ସିଆର୍ପିଏଫ୍ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଓ ଦିଲ୍ଲୀ ପୋଲିସ କମିଶନରଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ରାଜଧାନୀର ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, ସଂସ୍କୃତି ମନ୍ତ୍ରଣାଳୟ ଓ ଏଏସଆଇ ପକ୍ଷରୁ ଲାଲ୍କିଲ୍ଲାର ସ୍ଥିତି ଅନୁଧ୍ୟାନ ଲାଗି ନିର୍ଦ୍ଦେଶ ଦିଆଯାଇଛି।

Advertisment

publive-imageଏପଟେ ଗତକାଲିର ଅଭାବନୀୟ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରୁ ଓହରିଯାଇଛନ୍ତି ୨ଟି ଚାଷୀ ସଂଗଠନ। ଭାରତୀୟ କିଷାନ ୟୁନିୟନ (ଭାନୁ) ଓ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋର୍ଡିନେସନ୍ କମିଟି ଏହି ଆନ୍ଦୋଳନରୁ ଓହରିଥିବା ସଂଗଠନର ମୁଖ୍ୟ ଭାନୁପ୍ରତାପ ସିଂ ଓ ଭିଏମ୍ ସିଂ ଘୋଷଣା କରିଛନ୍ତି। ସେପଟେ ଗତକାଲିର ହିଂସାକାଣ୍ଡକୁ ନିନ୍ଦା କରିବା ସହ ଏହା ପଛରେ ବାହ୍ୟଶକ୍ତିର ହାତ ଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତ ଷଡ଼ଙ୍ଗୀ। ଏଭିତରେ ହିଂସାକାଣ୍ଡ ଲିଙ୍କରେ ପ୍ରାୟ ୫୫୦ଟି ଆକାଉଣ୍ଟ୍ ସସ୍ପେଣ୍ଡ୍ କରିଦେଇଛି ଟୁଇଟର୍।

ଆହୁରି ପଢନ୍ତୁ: ଆଇନ ଭାଙ୍ଗିଲେ, ଲାଲକିଲ୍ଲା ଉପରେ ଚଢ଼ିଲେ

Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ