ccd-letter
ବେଙ୍ଗାଲୁରୁ: ବହୁ ଖୋଜାଖୋଜି ପରେ ମିଳିଛି କାଫେ କଫି ଡେ’ ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ। ସ୍ଥାନୀୟ ମାଛଧରାଳି ମୃତଦେହକୁ ଦେଖି ପୋଲିକୁ ଖବର ଦେଇଥିଲେ। ପୁଲିସ ଶବକୁ ଚିହ୍ନଟ କରିବା ପରେ ତାହା ନିଖୋଜ ସିଦ୍ଧାର୍ଥଙ୍କର ବୋଲି ସ୍ପଷ୍ଟ ହୋଇଛି। ସିଦ୍ଧାର୍ଥ ନେତ୍ରାବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି।
ସୋମବାର ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ଲେଖିଥିବା ଏକ ଚିଠି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଆବେଗଭରା ଏହି ଚିଠିରେ ସିଦ୍ଧାର୍ଥ ଲେଖିଥିଲେ ତାଙ୍କ ଅନ୍ତରର ବ୍ୟଥା। ବ୍ୟାବସାୟିକ ବିଫଳତା ତାଙ୍କୁ ଏକ ବଡ଼ ନିଷ୍ପତି ନେବାକୁ ବାଧ୍ୟ କରିଛି ବୋଲି ସେ ଚିଠିରେ ଲେଖିଛନ୍ତି । ତାଙ୍କର ଏହି ବିଫଳତା ପାଇଁ ସେ ଆୟକର ବିଭାଗକୁ ମଧ୍ୟ ଦୋଷ ଦେଇଥିଲେ।
ତେବେ ଏ ଚିଠି ସିଦ୍ଧାର୍ଥ ଲେଖିଥିଲେ ତ ? ତାଙ୍କ ନାଁରେ ଆଉ କେହି ଏପରି ଚିଠି ଲେଖି ନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି। ଏ ପ୍ରଶ୍ନ ଉଠାଇଛି ଆୟକର ବିଭାଗ ।
ଆୟକର ବିଭାଗ ପକ୍ଷରୁ କୁହାଯାଇଛି, ସିସିଡି ଯେଉଁ ବାର୍ଷିକ ରିପୋର୍ଟ ଅଫିସରେ ଦାଖଲ କରିଛି ସେଥିରେ ଥିବା ଦସ୍ତଖତ ଏବଂ ତାଙ୍କ ଶେଷ ଚିଠିର ଦସ୍ତଖତ ମେଳ ଖାଉ ନାହିଁ। ତେଣୁ ଏଇ ଚିଠି ସିଦ୍ଧାର୍ଥ ଲେଖିଛନ୍ତି କି ନାହିଁ ସେ ନେଇ ସନ୍ଦେହ ଉଠିଛି।
ସୋଶାଲ ମିଡ଼ିଆରେ ବୁଲୁଥିବା ଏଇ ଚିଠିରେ ସେ କହିଛନ୍ତି “ମୁଁ ଉଦ୍ୟୋଗପତି ଭାବେ ବିଫଳ ହୋଇଛି। ଦୀର୍ଘ ଦିନ ଧରି ଲଢିଲି। ଆଉ ପାରୁନି..। ଏତେ ଚାପ ସମ୍ଭାଳି ହେଉନି । ମୁଁ ସବୁ କିଛି ଛାଡ଼ି ଦେବାକୁ ସ୍ଥିର କରିଛି। ଜଣେ ପାର୍ଟନର ମୋ ଉପରେ ଶେଆର ଫେରାଇ ନେବାକୁ ବାରମ୍ବାର ଚାପ ପକାଉଛନ୍ତି। ୬ ମାସ ତଳେ ମୁଁ ମୋର ଜଣେ ବନ୍ଧୁଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଉଧାର ଆଣିଥିଲି। ମୁଁ ଏବେ ଏତେ ବଡ଼ ପରିମାଣର ଋଣ ପରିଶୋଧ କରିପାରୁନାହିଁ।”
ଏହାଛଡ଼ା ଆୟକର ବିଭାଗର ଅଧିକାରୀମାନେ ତାଙ୍କ କମ୍ପାନୀକୁ ସିଲ୍ କରିବା ପାଇଁ ବାରମ୍ବାର ଚାପ ପକାଇବା ସହ ହଇରାଣ କରୁଥିଲେ ବୋଲି ଏହି ‘ଶେଷ’ ଚିଠିରେ ଉଲ୍ଲେଖ ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ccd-letter_1625923230.jpg)