narendra
ନୂଆଦିଲ୍ଲୀ: ଆଉ କେଇ ଘଣ୍ଟାର ଅପେକ୍ଷା । ତା ପରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହିତ ତାଙ୍କ ନୂଆ ଟିମ୍ର ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଛି ଭବ୍ୟ ସମାରୋହ। ପ୍ରାୟ ୬ ହଜାରରୁ ଅଧିକ ଅତିଥିଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି।
ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ସମସ୍ତ ବ୍ୟବସ୍ଥା ସରିଛି। ତେବେ କିଏ ଆସିବେ ମୋଦିଙ୍କର ଏହି ବିଜୟ ଉତ୍ସବ ସମାରୋହକୁ।
ଯାହା ଜଣାଯାଇଛି, ବାଂଲାଦେଶ, ମ୍ୟାମାଁର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଲ ଏବଂ ଭୁଟାନ ଆଦି ଦେଶର ରାଷ୍ଟ୍ରମୁଖ୍ୟ ଏହି ସମାରୋହରେ ଭାଗ ନେବେ।
ଆଜିର ବିଦେଶୀ ଅତିଥିଙ୍କୁ ଜାଣନ୍ତୁ
୧-ଅବଦୁଲ ହମିଦ-ବାଂଲାଦେଶ ପ୍ରେସିଡେଣ୍ଟ
୨-ମୈତ୍ରିପାଲା ସିରିସେନା-ଶ୍ରୀଲଙ୍କା ପ୍ରେସିଡେଣ୍ଟ
୩-ସୋରନବେ ଜିନ୍ବେକୋଭ-କିର୍ଗିଜ୍ ରିପବ୍ଲିକ ପ୍ରେସିଡେଣ୍ଟ
୪-ୟୁ ୱିନ ମିଣ୍ଟ-ମ୍ୟାମାର ପ୍ରେସିଡେଣ୍ଟ
୫-କେ ପି ଶର୍ମା ଓଲି-ନେପାଳ ପ୍ରଧାନମନ୍ତ୍ରୀ
୬-ଡ.ଲୋଟେ ସେରିଙ୍ଗ-ଭୁଟାନ ପ୍ରଧାନମନ୍ତ୍ରୀ
୭-ପ୍ରବୀଣ କୁମାର ଜଗନୁଥ୍-ମରିସସ୍ ପ୍ରଧାନମନ୍ତ୍ରୀ
୮-ଗ୍ରିସଦା ବୁନ୍ରାକ୍-ଥାଇଲାଣ୍ଡ ସ୍ୱତନ୍ତ୍ର ଦୂତ
ଏମାନେ ଆସିବେନି
୧-ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବାରୁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସି ପାରିବେ ନାହିଁ।
୨-ଦେଶର ବିଶିଷ୍ଟ ନେତାମାନଙ୍କୁ ଏହି ସମାରୋହକୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳ ମଖ୍ୟମନ୍ତ୍ରୀ ପିନାରାୟା ବିଜୟନ ଏହି ଉତ୍ସବରେ ଯୋଗଦେବେ ନାହିଁ। ତେବେ ଅରବିନ୍ଦ କେଜ୍ରିୱାଲା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରିଛନ୍ତି।
ଏମାନଙ୍କ ବ୍ୟତୀତ ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା, ଅଜୟ ପିରାମଲ୍, ଜନ୍ ଚାମ୍ବର୍ସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଲ୍ ଗେଟସଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ଉତ୍ସବରେ ଫିଲ୍ମ ଷ୍ଟାରମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି , ସଂଜୟ ଲୀଲା ବଂଶାଲି, କରନ ଜୋହରଙ୍କୁ ଶାହାରୁଖ ଖାନ୍, କଙ୍ଗନା ରଣାୱତ୍, ରଜନୀକାନ୍ତ । ପୂର୍ବତନ କ୍ରିକେଟ ଖେଳାଳି ହରଭଜନ ସିଂ, ରାହୁଲ ଦ୍ରାବିଡ, ଅନୀଲ କୁମ୍ୱଲେ ଏବଂ ବ୍ୟାଡମିଂଟନ ଖେଳାଳି ସାଇନା ନେହୱାଲ ମଧ୍ୟ ମୋଦିଙ୍କ ସଭାରେ ସାମିଲ ହୋଇପାରନ୍ତି!
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/narendra-1_1625918709.jpg)