Advertisment

କିଏ ସମ୍ଭାଳିବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ? ଚର୍ଚ୍ଚାରେ ନଡ୍ଡା ଓ ଯାଦବଙ୍କ ନାଁ

ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେ ନେଇ ଚାଲିଛି ଆଲୋଚନା । ଏବେ ଏହି ପଦରେ ଅଛନ୍ତି ଅମିତ ଶାହ। ଏଥର ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୃହ ମନ୍ତ୍ରୀ ପଦ ମିଳିଛି। ତେଣୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ତାଙ୍କ ପରେ କିଏ ଏହି ପଦ ସମ୍ଭାଳିବ ସେ ନେଇ ଦଳୀୟ ମହାସଚିବଙ୍କ ସହ ଆଲୋଚନା କରିଛନ୍ତି ଶାହ। ଖୁବ ଶୀଘ୍ର ବିଭିନ୍ନ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ହେବ। ତା […]

କିଏ ସମ୍ଭାଳିବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ? ଚର୍ଚ୍ଚାରେ ନଡ୍ଡା ଓ ଯାଦବଙ୍କ ନାଁ

bjp-cec-meeting_c45dbcce-83c0-11e9-9324-f283958e02d5

Advertisment

ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେ ନେଇ ଚାଲିଛି ଆଲୋଚନା । ଏବେ ଏହି ପଦରେ ଅଛନ୍ତି ଅମିତ ଶାହ। ଏଥର ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୃହ ମନ୍ତ୍ରୀ ପଦ ମିଳିଛି। ତେଣୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ତାଙ୍କ ପରେ କିଏ ଏହି ପଦ ସମ୍ଭାଳିବ ସେ ନେଇ ଦଳୀୟ ମହାସଚିବଙ୍କ ସହ ଆଲୋଚନା କରିଛନ୍ତି ଶାହ।

Advertisment

ଖୁବ ଶୀଘ୍ର ବିଭିନ୍ନ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ହେବ। ତା ପରେ ହେବ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ । ତେବେ ଏହି ପଦରେ କିଏ ଆସୀନ ହେବ, ସେ ନେଇ ଚାଲିଛି ଅନେକ କଳ୍ପନା ଜଳ୍ପନା। ସୂଚନା ଅନୁସାରେ, ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ଦଳର ବରିଷ୍ଠ ନେତା ଜଗତ ପ୍ରକାଶ ନଡ୍ଡା। ନଡ୍ଡା ୧୯୯୩ରେ ପ୍ରଥମେ ହିମାଚଳ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୯୮ ଓ ୨୦୦୭ରେ ମଧ୍ୟ ସେ ବିଧାନସଭାକୁ ନିର୍ବାଚିତ ହୋଇ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ୱରେ ଥିଲେ। ୨୦୧୨ରେ ସେ ନିର୍ବାଚନ ଲଢି ନଥିଲେ। ତେବେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୧୪ରେ ସେ ପ୍ରଥମ ଥର ପାଇଁ ଲୋକସଭାକୁ ନର୍ବାଚିତ ହେବାସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଅନ୍ୟ ବରିଷ୍ଠ ନେତାଙ୍କ ନାଁ ମଧ୍ୟ ଉଠୁଛି। ଅମିତ ଶାହାଙ୍କ ଘନିଷ୍ଠ କୁହାଯାଉଥିବା ଭୂପେନ୍ଦ୍ର ଯାଦବଙ୍କ ନାଁ ଚର୍ଚ୍ଚାରେ ରହିଛି । ସେ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ପଦପଦବୀରେ ରହି ଆସିଛନ୍ତି । ଭୂପେନ୍ଦ୍ର ଯାଦବ ବର୍ତ୍ତମାନ ସେ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଥିବା ସହ ରାଷ୍ଟ୍ରୀୟ ମହାସଚିବ ଦାୟିତ୍ୱରେ ଅଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ