Advertisment

କରୋନାଠୁ ସୁରକ୍ଷା ଦେବ କିଏ? ଏନ ୯୫ ନା କପଡ଼ା ମାସ୍କ...

ଅଦୃଶ୍ୟ ମହାମାରୀ କରୋନା କବଳରେ ପୂରା ଦେଶ। କେମିତି ଏହି ମହାମାରୀଠୁ ନିଜକୁ ବଂଚାଇ ହେବ ତାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ। ଆଉ ଏହାରି ମଧ୍ୟରେ, ସରକାର ବାରମ୍ବାର କହୁଛନ୍ତି ଯେ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ କରୋନା କବଳରୁ ବଂଚିହେବ।

କରୋନାଠୁ ସୁରକ୍ଷା ଦେବ କିଏ? ଏନ ୯୫ ନା କପଡ଼ା ମାସ୍କ...

Mask

Advertisment

ନୂଆଦିଲ୍ଲୀ: ଅଦୃଶ୍ୟ ମହାମାରୀ କରୋନା କବଳରେ ପୂରା ଦେଶ। କେମିତି ଏହି ମହାମାରୀଠୁ ନିଜକୁ ବଂଚାଇ ହେବ ତାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ। ଆଉ ଏହାରି ମଧ୍ୟରେ, ସରକାର ବାରମ୍ବାର କହୁଛନ୍ତି ଯେ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ କରୋନା କବଳରୁ ବଂଚିହେବ। କିନ୍ତୁ ଏଠାରେ ଆମେ କହିରଖୁଛୁ, କେଉଁ ମାସ୍କ କେତେ ନିରାପଦ ତାହାକୁ ନେଇ ଏବେ ଅନେକାଂଶରେ ଦ୍ୱନ୍ଦ୍ୱ ଦେଖାଦେଇଛି। କେହି କେହି କପଡ଼ା ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଥିବା ବେଳେ ଆଉ କେହି କେହି ଏନ ୯୫ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେଉଛନ୍ତି। ତେଣୁ ଲୋକମାନେ ଏବେ କାହାକୁ ପରିଧାନ କରିବେ ସେନେଇ ଚିନ୍ତାରେ ଅଛନ୍ତି।

Advertisment

କେଉଁ ମାସ୍କ କରୋନାରୁ ଆପଣଙ୍କୁ କରିବ ରକ୍ଷା?

ଆପଣ ଜାଣିଛନ୍ତି କି କେଉଁ ମାସ୍କ ପିନ୍ଧିଲେ ଆପଣଙ୍କୁ ଗ୍ରାସ କରିବ ନାହିଁ ମହାମାରୀ? ସାଧା କପଡ଼ା ମାସ୍କ ନା ଏନ ୯୫ ମାସ୍କ? କିଏ ଦେବ ଅଧିକ ସୁରକ୍ଷା? ଆଉ ଏମିତି ସ୍ଥିତିରେ ବାୟୁରେ ସଂକ୍ରମଣ ବ୍ୟାପୁଥିବା କଥା ଜଣାପଡ଼ିବା ପରେ ଚିନ୍ତା ଆହୁରି ମଧ୍ୟ ବଢିଯାଇଛି। କିନ୍ତୁ ବିଶ୍ୱର ଜଣେ ପ୍ରତିଷ୍ଠିତ ଡାକ୍ତର କହିଛନ୍ତି ଯେ, କରୋନା କବଳରୁ ରକ୍ଷା ପାଇବାକୁ ହେଲେ ଏନ ୯୫ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ବିନା ମାସ୍କରେ ମହାମାରୀ ସହ ଲଢେଇ କରିବା ମୁର୍ଖାମୀ ବୋଲି ଡାକ୍ତର ଜଣକ କହିଛନ୍ତି। କେବଳ ଏତିକି ନୁହେଁ ବରଂ ଗୋଟିଏ ମାସ୍କ ବଦଳରେ ୨ ଟି ମାସ୍କ ବ୍ୟବହାର କରିବା ସହ ଗୋଟିଏ ଦିନରେ କେବଳ ଗୋଟିଏ ମାସ୍କ ପିନ୍ଧିବାକୁ ଡାକ୍ତର କହିଛନ୍ତି।

କେତେ ଘଂଟାରେ ବଦଳାଇବେ ମାସ୍କ?

ଯଦି ଆପଣ ଚାହିଁବେ ତେବେ ପ୍ରତି ୫ ଘଂଟାରେ ମଧ୍ୟ ନିଜର ମାସ୍କ ପରିବର୍ତ୍ତନ କରିପାରିବେ। ହେଲେ କୌଣସି ପରିସ୍ଥିତିରେ ବି ୨୪ ଘଂଟାରୁ ଅଧିକ ଲଗାତାର ଗୋଟିଏ ମାସ୍କକୁ ବ୍ୟବହାର ନକରିବାକୁ ସେହି ଡାକ୍ତର ଜଣକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କପଡ଼ା ମାସ୍କ ପିନ୍ଧୁଥିଲେ ତାହାକୁ ଭଲ ଭାବରେ ସଫା କରିବା ପରେ ପରବର୍ତ୍ତୀ ସମୟରେ ବ୍ୟବହାର ଉପଯୋଗୀ କରନ୍ତୁ। କାହିଁକି ନା ଜୀବାଣୁ ମୁକ୍ତ ମାସ୍କ ପିନ୍ଧିଲେ ହିଁ କରୋନାଠାରୁ ଆମେ ଦୂରେଇ ରହିପାରିବା।

Advertisment

କେଉଁ ସ୍ଥାନରେ ପିନ୍ଧିବେ ମାସ୍କ?

ସେପଟେ ଆଉ ଜଣେ ପ୍ରସିଦ୍ଧ ଡାକ୍ତର କହିଛନ୍ତି ଯେ, ଯଦି ଆପଣମାନେ କୌଣସି ପାର୍କ, ଧର୍ମାନୁଷ୍ଠାନ କିମ୍ବା ମାର୍କେଟ୍‌ ଯାଉଛନ୍ତି ତେବେ ସେହି ସମୟରେ ପରସ୍ପରଠାରୁ ଅତି କମ୍‌ରେ ୬ ଫୁଟ୍‌ ଦୂରତା ରକ୍ଷା କରୁଛନ୍ତି ତେବେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଏବେ ବାୟୁରେ କରୋନା ବ୍ୟାପୁଥିବାରୁ ମାସ୍କ ପିନ୍ଧିବା ଦରକାର ବୋଲି ଡାକ୍ତର କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାଧାରଣ କପଡ଼ା ମାସ୍କ ପରି ଆପଣ ଏନ ୯୫ ମାସ୍କକୁ ମଧ୍ୟ ସଫା କରିବେ। ବର୍ତ୍ତମାନ ସମୟରେ କରୋନା ଭୟଙ୍କର ଭାବରେ ବ୍ୟାପୁଥିବାରୁ ମାସ୍କକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

ଆହୁରି ପଢନ୍ତୁ : କରୋନାଠୁ ସୁରକ୍ଷା ଦେବ କିଏ? ଏନ ୯୫ ନା କପଡ଼ା ମାସ୍କ…

COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ