Advertisment

ଦିଦିଙ୍କ ଉପରେ ଆକ୍ରମଣକୁ ନେଇ ତେଜୁଛି ରାଜନୀତି

ଯେଉଁ ନନ୍ଦିଗ୍ରାମରେ ସଂଗ୍ରାମ କରି କ୍ଷମତାକୁ ଆସିଥିଲେ ମମତା ବାନାର୍ଜୀ, ବିଧାନସଭା ନିର୍ବାଚନ ପୂର୍ବରୁ ସେଇ ନନ୍ଦିଗ୍ରାମରେ ତାଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଏହା ପରେ ପଶ୍ଚିମବଙ୍ଗ ରାଜନୀତି ବେଶ୍ ସରଗରମ ବି ହୋଇଛି।

ଦିଦିଙ୍କ ଉପରେ ଆକ୍ରମଣକୁ ନେଇ ତେଜୁଛି ରାଜନୀତି

mamata

Advertisment

କୋଲକତା: ଯେଉଁ ନନ୍ଦିଗ୍ରାମରେ ସଂଗ୍ରାମ କରି କ୍ଷମତାକୁ ଆସିଥିଲେ ମମତା ବାନାର୍ଜୀ, ବିଧାନସଭା ନିର୍ବାଚନ ପୂର୍ବରୁ ସେଇ ନନ୍ଦିଗ୍ରାମରେ ତାଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଏହା ପରେ ପଶ୍ଚିମବଙ୍ଗ ରାଜନୀତି ବେଶ୍ ସରଗରମ ବି ହୋଇଛି। ବିଜେପି-ଟିଏମସି ମଧ୍ୟରେ ଜୋରଦାର୍ ହୋଇଛି ବାକଯୁଦ୍ଧ। ମମତାଙ୍କ ଉପରେ ତଥାକଥିତ ଆକ୍ରମଣକୁ ବିଜେପି ଓ କଂଗ୍ରେସ ସିଧାସଳଖ ନାଟକ ବାଜି କହୁଛନ୍ତି। ଏହି ପ୍ରସଙ୍ଗରେ ଆଜି ଉଭୟ ବିଜେପି ଓ ଟିଏମସି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଦିଦି ହସ୍ପିଟାଲ୍ ବେଡରୁ ଜାରି କରିଛନ୍ତି ଭିଡିଓ ବାର୍ତ୍ତା।

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ରାଜ୍ୟର ରାଜନୀତି ସରଗରମ ହୋଇଛି। ଦିନ ସାରା ପଲିଟିକାଲ୍ ଆଟାକ ଓ କାଉଣ୍ଟର ଆଟାକ୍ ଚାଲିଛି। ସେପଟେ ଟିଏମସିର ଏକ ପ୍ରତିନିଧି ଦଳ କୋଲକାତାରେ ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହୋଇଛନ୍ତି। ଏହି ଘଟଣା ପାଇଁ ସିଧାସଳଖ ବିଜେପିକୁ ଦାୟୀ କରିଛନ୍ତି ଟିଏମସି ସାଂସଦ ଡେରେକ୍ ଓବ୍ରାଏନ୍।

କେନ୍ଦ୍ରର ଇସାରାରେ ମମତାଙ୍କ ସୁରକ୍ଷା ଢିଲା କରାଯାଇଥିବା ଅଭିଯୋଗ କରିଛି ଟିଏମସି। ସେପଟେ ଟିଏମସି ପରେ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ମମତାଙ୍କ ଉପରେ ତଥାକଥିତ ଆକ୍ରମଣକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହିତ ଦଳ ପ୍ରଶ୍ନ କରିଛି, ଦିଦିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ କେଉଁଠି ଥିଲେ, କଣ କରୁଥିଲେ? ଆମ୍ବୁଲାନ୍ସ କେଉଁଠି ଥିଲା? ସେପଟେ କଂଗ୍ରେସ ମଧ୍ୟ ଅଭିଯୋଗ କରିଛି, ହାରିବା ଭୟରେ ଏବେଠୁ ନାଟକ କଲେଣି ଦିଦି। ଏହାରି ଭିତରେ ଆସନ୍ତାକାଲି ସୁଦ୍ଧା ଘଟଣା ଉପରେ ଏକ ରିପୋର୍ଟ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ୍।

Advertisment

ସେପଟେ ହସ୍ପିଟାଲ ବେଡରୁ ନିଜ ସମର୍ଥକଙ୍କୁ ବାର୍ତ୍ତା ଦେଇ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ମମତା। ଦୁଇ ତିନି ଦିନ ଭିତରେ ସେ ପ୍ରଚାର ମୈଦାନକୁ ଫେରିବେ ଏବଂ ହ୍ୱିଲ ଚେୟାରରେ କ୍ୟାମ୍ପେନ କରିବେ ବୋଲି କହିଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ଭିଡିଓ ବାର୍ତ୍ତାରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା କଥା ଉଲ୍ଲେଖ କରିନାହାନ୍ତି ମମତା ବରଂ କେବଳ ନିଜ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି। ହସ୍ପିଟାଲ ତରଫରୁ ବି କୁହାଯାଇଛି ଦିଦିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି।

ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ୧୪ ତାରିଖ ଯାଏ ନିଜର ସବୁ ରାଲି ଓ ନିର୍ବାଚନୀ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ମମତା। ହସ୍ପିଟାଲକୁ ଯାଇ ତାଙ୍କୁ ବିଭିନ୍ନ ନେତା ଏପରିକି ବିଜେପିର ତଥାଗତ ରାୟ ଓ ଶମିକ୍ ଭଟ୍ଟାଚାର୍ଯ୍ୟ ମଧ୍ୟ ଭେଟିଛନ୍ତି। ଗତକାଲି ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀର ବିରୁଲିଆ ବଜାରରେ ମମତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ଗୋଡ଼, ବେକ, ହାତରେ ଆଘାତ ଲାଗିଥିବା କୁହାଯାଇଛି।

Advertisment

ଏହି ଘଟଣାକୁ ନେଇ ଉଭୟ ଟିଏମସି ଓ ବିଜେପି କର୍ମୀ ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି। ଏଥର ନନ୍ଦିଗ୍ରାମରେ ମମତା ଓ ଏକଦା ତାଙ୍କର ଘନିଷ୍ଠ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ବିଗ୍ ଫାଇଟ୍ ହେବାକୁ ଯାଉଛି। ମମତା ବୁଧବାର ନାମାଙ୍କନ ଭରିଥିବା ବେଳେ ଆସନ୍ତାକାଲି ଶୁଭେନ୍ଦୁ ଭରିବେ ପ୍ରାର୍ଥିପତ୍ର।

West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ