Advertisment

ବଟର ଚିକେନ୍‌ ପାଇଁ ଦବାକୁ ପଡ଼ିଲା ୧ ଲକ୍ଷ ୨୩ ହଜାର ଟଙ୍କା

ନୂଆଦିଲ୍ଲୀ: କରୋନା ଭାଇରସ ସୁବୁଠି ତା’ର କାୟାକୁ ବିସ୍ତାର କରି ଚାଲିଛି। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ କିଛି ଲୋକ ନିଜର ପ୍ରିୟ ଖାଦ୍ୟ ଓ ଜିନିଷ ଠିକ୍‌ ଭାବେ ପାଇପାରୁନାହାନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଜଣେ ବ୍ୟକ୍ତି ନିଜର ପ୍ରିୟ ଜିନିଷକୁ ଖାଇବା ପାଇଁ  ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟକ୍ତି ଜଣଙ୍କ ପ୍ରିୟ ଖାଦ୍ୟ ହେଉଛି ବଟର ଚିକେନ୍ । ବଟର ଚିକେନ୍‌ ଖାଇବା ପାଇଁ ବ୍ୟକ୍ତି ଜଣଙ୍କ […]

ଅଦ୍ୟତନ ହୋଇଛି
ବଟର ଚିକେନ୍‌ ପାଇଁ ଦବାକୁ ପଡ଼ିଲା ୧ ଲକ୍ଷ ୨୩ ହଜାର ଟଙ୍କା

chiken

Advertisment

ନୂଆଦିଲ୍ଲୀ: କରୋନା ଭାଇରସ ସୁବୁଠି ତା’ର କାୟାକୁ ବିସ୍ତାର କରି ଚାଲିଛି। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ କିଛି ଲୋକ ନିଜର ପ୍ରିୟ ଖାଦ୍ୟ ଓ ଜିନିଷ ଠିକ୍‌ ଭାବେ ପାଇପାରୁନାହାନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଜଣେ ବ୍ୟକ୍ତି ନିଜର ପ୍ରିୟ ଜିନିଷକୁ ଖାଇବା ପାଇଁ  ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟକ୍ତି ଜଣଙ୍କ ପ୍ରିୟ ଖାଦ୍ୟ ହେଉଛି ବଟର ଚିକେନ୍ । ବଟର ଚିକେନ୍‌ ଖାଇବା ପାଇଁ ବ୍ୟକ୍ତି ଜଣଙ୍କ ଲକ୍‌ଡାଉନ୍‌ର କୌଣସି ନିୟମ ନମାନି ୩୨ କିମି ଚାଲି ଚାଲି ଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ବଟର ଚିକେନ୍‌ ପାଇଁ ତାଙ୍କୁ ଜୋରିମାନା ଦେବାକୁ ପଡ଼ିଲା ୧ ଲକ୍ଷ ୨୩ ହଜାର ଟଙ୍କା ।

Advertisment

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଭଲ ବଟର ଚିକେନ୍‌ ଖାଇବା ପାଇଁ ମେଲବୋର୍ଣ୍ଣର ସିବିଡି ଦେଇ ୩୨ କିମି ଯାଇଥିଲେ। କିନ୍ତୁ ସେଠାରେ କୋଭିଡ-୧୯ ଯୋଗୁ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ବ୍ୟକ୍ତି ଜଣଙ୍କ ନିଜର ପ୍ରିୟ ଖାଦ୍ୟ ଖାଇବା ପାଇଁ କିଛି ବି କରିପାରନ୍ତି। ସେ ଲକ୍‌ଡାଉନ୍‌ର କୌଣସି ନିୟମ ନମାନି ୩୨ କିମି ଯାଇଥିଲେ। ଫଳରେ ତାଙ୍କୁ ୧୬୫୨ ଡଲାର ଫାଇନ୍‌ ଦେବାକୁ ପଡ଼ିଥିଲା। ଯାହାକି ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୧ ଲକ୍ଷ ୨୩ ହଜାର ଟଙ୍କା। ବଟର ଚିକେନ୍‌ ଖାଇବା ନିଶା ଯାହା ତାଙ୍କ ପାଇଁ ଭାରି ପଡ଼ିଲା।

ସ୍ଥାନୀୟ ପୋଲିସର ସୂଚନାନୁସାରେ, ଏହି ସପ୍ତାହ ଶେଷରେ ୭୪ ଜଣ ଲୋକେ ନିୟମ ନମାନିବାରୁ ଜୋରିମାନା ଦେଇଛନ୍ତି। ଅଷ୍ଟ୍ରେଲିଆରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୮୦୦ ରହିଛି। ଗତ ଗୁରୁବାର ଠାରୁ ମେଲବୋର୍ଣ୍ଣରେ ଲକଡାଉନ୍‌ର ନୂଆ ନିୟମ ଆରମ୍ଭ ହୋଇଥିଲା। ନିୟମ ଅନୁଯାୟୀ, ଯଦି ଅତ୍ୟାବଶ୍ୟକ କାମ ରହିଛି ତେବେ ଘରୁ ବାହାରକୁ ବାହାରନ୍ତୁ। ନଚେତ୍‌ ଜୋରିମାନା ଦେବାକୁ ପଡ଼ିବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ