fishering
ୱାଶିଂଟନ: ଆମେରିକାରେ ଏକ ସ୍ଥାନରୁ ଏକ ବହୁ ପୁରାତନ ମାଛ ମିଳିଛି। ମାଛଟି ୧୦୦ ବର୍ଷର ପୁରୁଣା ବୋଲି କୁହାଯାଉଛି। ମାଛର ଓଜନ ୧୦୮ କିଲୋ। ଏଜେନ୍ସି ପକ୍ଷରୁ ଫେସବୁକ୍ରେ ଏକ ଫଟୋ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରେ ଲେଖା ଯାଇଛି, ପ୍ରକୃତରେ ମାଛ ରୂପରେ ଏହା ଏକ ରାକ୍ଷସ। ଏହାର ଲମ୍ବ ପ୍ରାୟ ୭ ଫୁଟ । ଏହି ପୋଷ୍ଟକୁ ୨୦ ହଜାରରୁ ଅଧିକ ଲୋକ ସେୟାର କରିସାରିଲେଣି। ସେ କହିଛନ୍ତି, ଏହାର ଆକାର ଦୃଷ୍ଟିରୁ ଏହାକୁ ଆମେ ମାଛ (ସ୍ତ୍ରୀଲିଙ୍ଗ) ବୋଲି କହିବା। ଏହି ମାଛ ୧୦୦ ବର୍ଷ ଧରି ଏହି ପାଣିରେ ବୁଲୁଛି। ମାଛକୁ ଦେଖିବା ପାଇଁ ବେଶ ଭିଡ ଜମିଥିଲା। ତେବେ ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ମାଛକୁ ପାଣିରେ ଛାଡି ଦିଆଯାଇଛି ।
ମିସିଗନ ଡିପାର୍ଟମେଣ୍ଟ ଅଫ ନାଚୁରାଲ ରିସୋର୍ସେଜ ଅନୁସାରେ, ମେଲ ମାଛର ଆୟୁଷ ୫୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ । ହେଲେ ଫିମେଲ ମାଛର ବୟସ ୭୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଏହି ମାଛ ୨୨ ଏପ୍ରିଲରେ ଡେଟ୍ରାଇଟର ଦକ୍ଷିଣାଞ୍ଚଳରେ ଥିବା ଗ୍ରୋସେଇଲେ ପାଖରେ ଧରା ପଡ଼ିିଥିଲା। ତିନି ଲୋକଙ୍କୁ ନେଇ ଗଠିତ ଏକ ଟିମ୍ ଏହି ମାଛ ବିଷୟରେ ଅଧିକ ଅଧ୍ୟୟନ କରୁଛନ୍ତି। ତେବେ ଏହି ମାଛକୁ ମିଶିଗନ ଏକ ଭୟଙ୍କର ପ୍ରଜାତି ମାଛ ତାଲିକାରେ ସାମିଲ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/fishering_1620036323.jpg)