Advertisment

ଆଇନ ଭାଙ୍ଗିଲେ, ଲାଲକିଲ୍ଲା ଉପରେ ଚଢ଼ିଲେ

ଟ୍ରାକ୍ଟର ରାଲିରେ ଯାଇ ଐତିହାସିକ ଲାଲକିଲ୍ଲା ପାଚେରୀ ଚଢ଼ି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଏଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଇନ ଭାଙ୍ଗିଲେ, ଲାଲକିଲ୍ଲା ଉପରେ ଚଢ଼ିଲେ

farmer-protest

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ ବ୍ୟାପକ ହେବାରେ ଲାଗିଛି ଆନ୍ଦୋଳନ। ଟ୍ରାକ୍ଟର ରାଲି ଆଳରେ ଆଇନ ଭାଙ୍ଗିଲେ ଚାଷୀ। ମିଳିଥିବା  ସୂଚନା ଅନୁସାରେ,  ଜୋର ଜବରଦସ୍ତ ଲାଲକିଲ୍ଲା ଉପରକୁ ଚଢ଼ିଗଲେ ଆନ୍ଦୋଳନରତ ଚାଷୀ। ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ନିଜ ପତାକା, ବୁଲାଇଲେ ଖଣ୍ଡା। ଟ୍ରାକ୍ଟର ରାଲିରେ ଯାଇ ଐତିହାସିକ ଲାଲକିଲ୍ଲା ପାଚେରୀ ଚଢ଼ି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଏଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Advertisment

ଆଜି କୃଷକମାନେ ନିୟମ ଭାଙ୍ଗି ପ୍ରଦର୍ଶନ କରିବା ବେଳେ ଟ୍ରାକ୍ଟରଟି ଜଣଙ୍କର ଉପରେ ଓଲଟି ପଡ଼ିଥିଲା। ବିକ୍ଷୋଭ ବେଳେ କୃଷକମାନେ ଆଜି ନିୟମ ଭାଙ୍ଗି ଦିଲ୍ଲୀରେ ଅନେକ ସ୍ଥାନରେ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ। ଏହାପରେ ମୃତୟନ ଥିବା ପୋଲିସକର୍ମୀଙ୍କ ସହିତ ଧସ୍ତାଧସ୍ତି ଓ ପରେ ହିଂସାରେ ପରିଣତ ହୋଇଥିଲା। ଏହା ଛଡ଼ା ଅନେକ କୃଷକ ଲାଲ୍ କିଲା ଉପରେ ଛିଡ଼ା ହୋଇ ପତାକା ଉଡ଼ାଇବାକୁ ଚେଷ୍ଟା କରିଥିଲେ।

ଏହି ଘଟଣାରେ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିବା ସହିତ ଲୁହ ବୁହା ଗ୍ୟାସ୍ ପ୍ରୋୟଗ କରିଛି ପୋଲିସ। କୃଷକ ହିଂସା ଦେଖାଦେବାରୁ ଦିଲ୍ଲୀର ଅନେକ ରୋଡ୍‌ ବ୍ଲକ କରାଯାଇଛି। ଦିଲ୍ଲୀ କେନ୍ଦ୍ରାଞ୍ଚଳ ଓ ପୂର୍ବ ଦିଲ୍ଲୀର ଉତ୍ତର ପୂର୍ବ ଦିଲ୍ଲୀର ରାସ୍ତାଗଡ଼ିକ ବ୍ଲକ କରିଦିଆଯାଇଛି।

Advertisment

ଦିଲ୍ଲୀର ଶିଂଘୁ, ଟିକ୍ରି ଓ ଗାଜିପୁର ବୋର୍ଡରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ। ଟ୍ରାକ୍ଟର ପରେଡ୍ କରିବାକୁ ଅନୁମିତ ଦେବା ପରେ ମାନିନଥିଲେ କୃଷକ।

Protesting farmers at Red Fortଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ସିଘୁ ବୋର୍ଡରୁ ଆସୁଥିବା କୃଷକମାନେ ସୀମା ବାହାରେ ବିକ୍ଷୋଭ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ସେମାନଙ୍କୁ ରୋକିବାକୁ ରୋକିବାକୁ ଟିୟର ଗ୍ୟାସ୍  ପ୍ରୟୋଗ କରିଥିଲା। ଏକାଧିକ ଟ୍ରାକ୍ଟରେ ପତାକା ଲଗାଯାଇଥିବା ବେଳେ ଉଭୟ ମହିଳା ଓ ପୁରୁଷ ନାଚିବା ସହିତ ଠୁଳ ହେବାକୁ ଲାଗିଥିଲେ। ସେମାନଙ୍କୁ ରୋକିବାକୁ ସୁରକ୍ଷାକର୍ମୀମାନେ ଚେଷ୍ଟା କରିଥିଲେ।

Advertisment

ଏହି ଘଟଣାକୁ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ରାହୁଲ ଟ୍ୱିଟ୍ କରି କହିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ” ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ, ଆହତ ଯିଏ ବି ହୁଅନ୍ତୁ କ୍ଷତି ଦେଶର ହିଁ ହେବ।” ବୋଲି ରାହୁଲ ଲେଖିଛନ୍ତି। ତା ସହିତ ଦେଶହିତ ପାଇଁ କୃଷି ଆଇନ୍‌ ରଦ୍ଦ କର ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି।

Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ