Advertisment

୧୯୭୧ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ପୋଷ୍ଟ ଛାଡ଼ି ପଳାଇଥିଲେ ପାକ୍‌ ସେନା

ନୂଆଦିଲ୍ଲୀ: ପାଖେଇ ଆସୁଛି ଡିସେମ୍ବର ୧୬ ତାରିଖ । ସହିଦ ଦିବସ। ଏହି ଦିନ ଯେତିକି ପାଖେଇ ଆସୁଛି ସେତିକି ଜୀବନ୍ତ ହଇଉଠୁଛି ଆମ ବୀର ଯବାନଙ୍କ ଅମର କୀର୍ତ୍ତି। ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ନିଜର ବୀରତ୍ୱ, ଶୌର୍ଯ୍ୟକୁ ଅମର କରି ଦେଇ ଯାଇଛନ୍ତି ବୀର ଯୋଦ୍ଧା। ଏହି ଯୁଦ୍ଧରେ ଭାରତୀୟ ଯବାନମାନେ ଖାଲି ପାକିସ୍ତାନକୁ ହରାଇ ନ ଥିଲେ ବରଂ ସେମାନେ ପାକିସ୍ତାନର କିଛି ଅଂଶ ନିଜ କବ୍‌ଜାକୁ ନେଇ ଆସିବା ପାଇଁ ଆଗେଇ […]

୧୯୭୧ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ପୋଷ୍ଟ ଛାଡ଼ି ପଳାଇଥିଲେ ପାକ୍‌ ସେନା

indian army

Advertisment

ନୂଆଦିଲ୍ଲୀ: ପାଖେଇ ଆସୁଛି ଡିସେମ୍ବର ୧୬ ତାରିଖ । ସହିଦ ଦିବସ। ଏହି ଦିନ ଯେତିକି ପାଖେଇ ଆସୁଛି ସେତିକି ଜୀବନ୍ତ ହଇଉଠୁଛି ଆମ ବୀର ଯବାନଙ୍କ ଅମର କୀର୍ତ୍ତି। ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ନିଜର ବୀରତ୍ୱ, ଶୌର୍ଯ୍ୟକୁ ଅମର କରି ଦେଇ ଯାଇଛନ୍ତି ବୀର ଯୋଦ୍ଧା। ଏହି ଯୁଦ୍ଧରେ ଭାରତୀୟ ଯବାନମାନେ ଖାଲି ପାକିସ୍ତାନକୁ ହରାଇ ନ ଥିଲେ ବରଂ ସେମାନେ ପାକିସ୍ତାନର କିଛି ଅଂଶ ନିଜ କବ୍‌ଜାକୁ ନେଇ ଆସିବା ପାଇଁ ଆଗେଇ ଯାଇଥିଲେ। ଏମିତି ଦାବି କରିଥିଲେ ସୁବେଦାର ଲକ୍ଷ୍ମଣ ସିଂହ ବିଷ୍ଟ।

Advertisment

ସୁବେଦାର ଲକ୍ଷ୍ମଣ ସିଂ ୧୯୬୨, ୬୫ ଏବଂ ୭୧ ଯୁଦ୍ଧ ଲଢିଥିଲେ। ଭାରତ-ପାକିସ୍ତାନ ଯୁଦ୍ଧ ଅନୁଭୂତି ବର୍ଣ୍ଣନା କଲାବେଳେ ୯୦ ବର୍ଷ ବୟସରେ ବି ତାଙ୍କ ଶରୀର ବେଶ ଫୂର୍ତ୍ତି ଦେଖାଯାଏ। ସେ ୧୯୭୧ ଯୁଦ୍ଧ ବିଷୟରେ କୁହନ୍ତି, ଏହି ସମୟରେ ସେ ବାରୁଦ ସୁଡଙ୍ଗ ମଝିରେ ଫଶି ଯାଇଥିଲେ। ବିସ୍ଫୋରଣ ଯୋଗୁ ସେ ଗୁରୁତର ଆହତ ହୋଇଥିଲେ।

ରାଜସ୍ଥାନ ନିବାସୀ ଲକ୍ଷ୍ମଣ ସିଂହ ୫ କୁମାଉଁ ରେଜିମେଣ୍ଟରେ ନିଯୁକ୍ତି ପାଇଥିଲେ। ୧୯୭୧ ଯୁଦ୍ଧ ସମୟରେ ସେ ଆରଏସପୁରା ସୁଚେତପୁର ସୀମା ମ୍ୟାଙ୍ଗୋ ଓପି ଚେକ୍‌ପୋଷ୍ଟରେ ମୁତୟନ ଥିଲେ। ୧୯୭୧ ଯୁଦ୍ଧରେ ଏହି ୫ କୁମାଉଁ ରେଜିମେଣ୍ଟ ଅପୂର୍ବ ସାହାସ ଦେଖାଇଥିଲା।

Advertisment

ସେ କହନ୍ତି ସେହିବର୍ଷ ଡିସେମ୍ବର ଆରମ୍ଭରେ ପାକିସ୍ତାନ ସୈନ୍ୟମାନେ ଆମ ପୋଷ୍ଟ ଉପରକୁ ମେସିନ୍‌ ଗନ୍‌ରୁ ଫାୟାରିଂ କରିଥିଲେ। ତେବେ ଆମର କୌଣସି ସୈନିକଙ୍କର କିଛି କ୍ଷତି ହୋଇ ନ ଥିଲା।  ହେଲେ ଆମ ସେନାଙ୍କୁ ସେମାନେ ସାମ୍ନା କରିପାରି ନ ଥିଲେ। ଆମର ଜବାବ ଏମିତି ଜୋରଦାର ଥିଲା ଯେ, ପାକିସ୍ତାନୀ ସେନା ନିଜ ପୋଷ୍ଟ ଛାଡି ପଳାଇଯିବାକୁ ବାଧ୍ୟ ହୋଇଥିଲେ। ଏହି ରେଜିମେଣ୍ଟ ପାକିସ୍ତାନର ପୋଷ୍ଟକୁ ନିଜ କବ୍‌ଜାକୁ ନେଇ ଆସିଥିଲେ।

ଏହି ଯୁଦ୍ଧ ସମୟରେ ସୁବେଦାର ଲକ୍ଷ୍ମଣ ସିଂହ ଏକ ଲାଣ୍ଡମାଇନ ନିଷ୍କ୍ରିୟ କରିବାକୁ ଯାଇଥିବାବେଳେ ବିସ୍ଫୋରଣରେ ଗୁରୁତର ହୋଇଥିଲେ। ତାଙ୍କ ଗୋଡରେ ଆଘାତ ଲାଗିଥିଲା। ଡିସେମ୍ବର ୧୩-୧୪କୁ ସେମାନଙ୍କୁ ସୂଚନା ଦିଆଗଲା ଯେ ପାକିସ୍ତାନ ଉପରେ ସେମାନେ ଜିତ୍‌ ହାସଲ କରିସାରିଛନ୍ତି। ସେତେବେଳଳକୁ ଭାରତୀୟ ଯବାନ ଲାହୋର ପହଞ୍ଚି ସାରିଥିଲେ।

Advertisment

ସୁବେଦାର ଲକ୍ଷ୍ମଣ ସିଂହଙ୍କୁ ୧୯୮୨ରେ ତତ୍କାଳୀନ ରାଷ୍ଟ୍ରପତି ନିଲମ ସଞ୍ଜୀବ ରେଡ୍ଡି ସମ୍ମାନିତ କରିବା ସହ ତାଙ୍କର ବୀରତ୍ୱର ପ୍ରଶଂସା କରିଥିଲେ। ୧୯୭୯ରେ ସେନାରୁ ଅବସର ନେବା ପରେ ପରିବାର ସହ କୃଷ୍ଣାପୁରୀରେ ରହୁଥିଲେ। ସେତିକି ନୁହେଁ, ସେନାବାହିନୀରେ ଯୋଗ ଦେଇ ଦେଶ ମାତୃକାର ପୂଜା କରିବା ପାଇଁ ଯେମିତି ସୁବେଦାର ଲକ୍ଷ୍ମଣ ସିଂହଙ୍କ ପରିବାର ଶପଥ ନେଇଛନ୍ତି। ଲକ୍ଷ୍ମଣ ସିଂହଙ୍କ ପରେ ତାଙ୍କ ପୁଅ, ନାତି ମଧ୍ୟ ସେନାରେ ଯୋଗ ଦେଇଛନ୍ତି।

Vijay Divas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ