Advertisment

କାର-ଟ୍ରକ ମୁହାଁମୁହିଁ ଧକ୍କା; ଚାଲିଗଲା ୯ ଜୀବନ

ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ ଯୁବକ, ୩ଜଣ ମହିଳା ଓ ଦୁଇଜଣ ଶିଶୁ ଥିବା ଜଣାପଡିଛି। ଆଜି ସକାଳ ସାଢେ ୫ଟାରେ ଏକ ଟ୍ରକ୍‌ ଓ ସ୍କର୍ପିଓ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ , ଗ୍ୟାସ କଟର ସାହାଯ୍ୟରେ ସ୍କର୍ପିଓକୁ କଟା ହୋଇ ମୃତକମାନଙ୍କୁ ବାହାର କରାଯାଇଥିଲା। ଏଥିରେ ସ୍କର୍ପିଓ ଡ୍ରାଇଭର ଗୁରୁତର […]

କାର-ଟ୍ରକ ମୁହାଁମୁହିଁ ଧକ୍କା; ଚାଲିଗଲା ୯ ଜୀବନ

truck

Advertisment

ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ ଯୁବକ, ୩ଜଣ ମହିଳା ଓ ଦୁଇଜଣ ଶିଶୁ ଥିବା ଜଣାପଡିଛି। ଆଜି ସକାଳ ସାଢେ ୫ଟାରେ ଏକ ଟ୍ରକ୍‌ ଓ ସ୍କର୍ପିଓ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ , ଗ୍ୟାସ କଟର ସାହାଯ୍ୟରେ ସ୍କର୍ପିଓକୁ କଟା ହୋଇ ମୃତକମାନଙ୍କୁ ବାହାର କରାଯାଇଥିଲା। ଏଥିରେ ସ୍କର୍ପିଓ ଡ୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Advertisment

ଖବର ଅନୁଯାୟୀ, ବିହାର ଭୋଜପୁର ୧୦ଜଣ ଲୋକ ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାପାଇଁ ରାଜସ୍ଥାନକୁ ଯାଇଥିଲେ। ସେଠାରୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭରର ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ