Advertisment

ବିବାହ ଦିନ ପ୍ରେମିକ ସହ ଫେରାର ମାରିଲା କନ୍ୟା : ଥାନାରେ କଇଁ କଇଁ କାନ୍ଦିଲା ବର

ବାରାଣାସୀ : ବିବାହ ଦିନ ପ୍ରେମିକ ସହ ଛୁ ମାରିଲା କନ୍ୟା । ଶିଶୁପାଳ ସାଜି ଥାନାରେ ଏତାଲା ଦେଲା ବର । ଉତ୍ତରପ୍ରଦେଶ ବାରାଣାସୀରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ବିବାହ ଦିନ ବରଯାତ୍ରୀ ଆସିବା ପୂର୍ବରୁ ଯୁବତୀ…

ଅଦ୍ୟତନ ହୋଇଛି
ବିବାହ ଦିନ ପ୍ରେମିକ ସହ ଫେରାର ମାରିଲା କନ୍ୟା : ଥାନାରେ କଇଁ କଇଁ କାନ୍ଦିଲା ବର

marrriage

Advertisment

ବାରାଣାସୀ : ବିବାହ ଦିନ ପ୍ରେମିକ ସହ ଛୁ ମାରିଲା କନ୍ୟା । ଶିଶୁପାଳ ସାଜି ଥାନାରେ ଏତାଲା ଦେଲା ବର । ଉତ୍ତରପ୍ରଦେଶ ବାରାଣାସୀରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ବିବାହ ଦିନ ବରଯାତ୍ରୀ ଆସିବା ପୂର୍ବରୁ ଯୁବତୀ ପ୍ରେମିକ ସହ ଫେରାର ହୋଇଯାଇଥିଲା । ସନ୍ଧ୍ୟାରେ ବରଯାତ୍ରୀ ସହ ବର, କନ୍ୟା ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଆଉ ତା’ପରେ କନ୍ୟା ଓ ତା’ ପ୍ରେମିକକୁ ଖୋଜାଖୋଜି କରିଥିଲେ ପରିବାର ଲୋକ । ତେବେ ପୋଲିସରେ ଅଭିଯୋଗ ପରେ ଫେରାର ମାରିଥିବା କନ୍ୟା ଓ ପ୍ରେମିକକୁ ଧରିଥିଲା ପୋଲିସ୍ । କିନ୍ତୁ ସେତେବେଳେକୁ ବରର ସମସ୍ତ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲା ।

Advertisment

ବାରାଣାସୀର ଚୌବେପୁର ପୋଲିସ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଦୁଇ ଦିନ ପୂର୍ବରୁ ଧନଗର ବସ୍ତିକୁ ମୁଫତିଗଞ୍ଜରୁ ବିବାହ ବରଯାତ୍ରୀ ଆସିଥିଲା । ତେବେ କନ୍ୟା ଘରେ ବରଯାତ୍ରୀ ପହଞ୍ଚିବା ପୂର୍ବରୁ ଶିଶୁପାଳ ହୋଇସାରିଥିଲା ବର । ହେଲେ ଏ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । କନ୍ୟା ବରକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଯାଇଥିଲେ । ଆଉ ଏକଥା ଜାଣିବା ପରେ ବରଯାତ୍ରୀଙ୍କ ସମସ୍ତ ଯୋଶ୍ ଥଣ୍ଡା ପଡ଼ିଯାଇଥିଲା ।

ଗୋଟିଏ ପଟେ ଝିଅ ପଳାଇବା ପରେ କନ୍ୟା ଘର ଲୋକ ଇଜ୍ଜତ ଚାଲିଯିବା ଭୟରେ ଚୁପ୍ ହୋଇ ବସିରହିଥଲେ । ଅନ୍ୟପଟେ କନ୍ୟା ବିନା ଘରକୁ କିପରି ଫେରିବେ ବୋଲି ମୁଣ୍ଡରେ ହାତ ଦେଇ ବସିଲେ ବରପିତା । ତେବେ ଆଲୋଚନା ପରେ ଉଭୟ ପରିବାର କନ୍ୟାକୁ ଖୋଜିବା ଆରମ୍ଭ କରିଥିଲେ । ଅନେକ ଖୋଜାଖୋଜି ପରେ ଝିଅର ଖୋଜଖବର ନମିଳିବାରୁ ପୋଲିସରେ ଅଭିଯୋଗ କରାଯାଇଥିଲା ।

Advertisment

ଅଭିଯୋଗ ଆଧାରରେ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ୍ ଏବଂ ଫେରାର ହୋଇଥିବା ଝିଅ ଓ ତା’ ପ୍ରେମୀକୁ ଧରି ନେଇଥିଲା । ଉଭୟ ଧରାପଡ଼ିବା ପରେ ଥାନାରେ ପହଞ୍ଚି ଯାଇଥିଲା ବରଯାତ୍ରୀ ଏବଂ ବିବାହ କରାଇବା ପାଇଁ  ପୋଲିସ ଆଗରେ ଅନୁରୋଧ କରିଥିଲା ବର । ହେଲେ କନ୍ୟା କୌଣସି ମତେ ରାଜି ନହେବାରୁ ଥାନାରେ କାନ୍ଦିପକାଇଥିଲା ବର । ଆଉ ବିନା କନ୍ୟାରେ ତାଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼ିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ