Advertisment

‘ମୋଦି ଭଲ, କିନ୍ତୁ ଆମେରିକା ସହ ଭାରତର ବ୍ୟାବସାୟିକ ସମ୍ପର୍କ ଭଲ ନୁହେଁ’

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଏହି ଗସ୍ତ ବେଳେ ବଡ ଧରଣର ଡିଲ ହୋଇ ନପାରେ ବୋଲି ସୂଚନା ମିଳିଛି । ଗସ୍ତ ବେଳେ ଭାରତ ଓ ଆମେରିକା ମଧ୍ୟରେ ବ୍ୟାବସାୟିକ ବୁଝାମଣା ହୋଇପାରେ କିନ୍ତୁ ବଡ ଡିଲ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି । ଏଥି ସହ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ବଡ ଡିଲ ହେବ […]

‘ମୋଦି ଭଲ, କିନ୍ତୁ ଆମେରିକା ସହ ଭାରତର ବ୍ୟାବସାୟିକ ସମ୍ପର୍କ ଭଲ ନୁହେଁ’

mt

Advertisment

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଏହି ଗସ୍ତ ବେଳେ ବଡ ଧରଣର ଡିଲ ହୋଇ ନପାରେ ବୋଲି ସୂଚନା ମିଳିଛି । ଗସ୍ତ ବେଳେ ଭାରତ ଓ ଆମେରିକା ମଧ୍ୟରେ ବ୍ୟାବସାୟିକ ବୁଝାମଣା ହୋଇପାରେ କିନ୍ତୁ ବଡ ଡିଲ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ।

Advertisment

ଏଥି ସହ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ବଡ ଡିଲ ହେବ କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରି ନାହାନ୍ତି । ସୂଚନାଥାଉ କି,  ଆସନ୍ତା ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ତାଙ୍କୁ ସ୍ୱାଗତ କରିବା ପାଇଁ ଭବ୍ୟ ଆୟୋଜନ କରାଯାଉଛି। ନରେନ୍ଦ୍ର ମୋଦି ଓ ଡୋନଲଡ ଟ୍ରମ୍ପ ଅହମ୍ମଦାବାଦରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ଆମେରିକା ସହିତ ଭାରତର ବ୍ୟବସାୟିକ ସମ୍ପର୍କ ଉପରେ ମଧ୍ୟ ମତ ରଖିଛନ୍ତି ଟ୍ରମ୍ପ। ଭାରତ ଆମେରିକା ସହିତ ବ୍ୟବସାୟିକ ସମ୍ପର୍କ ଭଲ ରଖିନଥିବା ସେ କହିଛନ୍ତି। ହେଲେ ଏହି ଗସ୍ତ ବେଳେ ବ୍ୟବସାୟିକ ସମ୍ପର୍କର ସୁଧାର ଆସିବ ବୋଲି ଟ୍ରମ୍ପ ଆଶା ରଖିଛନ୍ତି। ଭାରତକୁ ନେଇ ଯଦିଓ ଏଭଳି ମତ ରଖିଛନ୍ତି ଟ୍ରମ୍ପ, ସେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁତ ପସନ୍ଦ କରନ୍ତି ବୋଲି କହିଛନ୍ତି।
MODI_TRUMP_POSTER_9AM
TRUMP_MODI_MEET_AVO_FILE

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ