Advertisment

ଗଲୱାନା ଆକ୍ରମଣକୁ ନେଇ ଆମେରିକା ଗୁଇନ୍ଦା ସଂସ୍ଥାର ଖୁଲାସା, ସାମ୍ନାକୁ ଆସିଲା ଏମିତି ତଥ୍ୟ

ୱାଶିଂଟନ: ଆମେରିକା ଗୁଇନ୍ଦା ସଂସ୍ଥା ଗଲୱାନ ଘାଟି ଆକ୍ରମଣ ନେଇ ବଡ ଧରଣର ଖୁଲାସା କରିଛି। ରିପୋର୍ଟ ଅନୁସାରେ, ଭାରତୀୟ ସେନା ଉପରକୁ ଆକ୍ରମଣ କରିବା ପାଇଁ ଚୀନର ବରିଷ୍ଠ ଜନରାଲ ନିଜ ସୈନିକମାନଙ୍କୁ ଆଦେଶ ଦେଇଥିଲେ। ଏହି ଘଟଣାରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଭାରତ-ଚୀନ ସମ୍ପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକା ରିପୋର୍ଟ ଅନୁସାରେ ଚୀନ୍‌ର ପଶ୍ଚିମି ଥିଏଟର କମାଣ୍ଡ ପ୍ରମୁଖ ଜେନରାଲ ଝାଓ ଜୋଙ୍ଗକି […]

ଗଲୱାନା ଆକ୍ରମଣକୁ ନେଇ ଆମେରିକା ଗୁଇନ୍ଦା ସଂସ୍ଥାର ଖୁଲାସା, ସାମ୍ନାକୁ ଆସିଲା ଏମିତି ତଥ୍ୟ

Untitled-1

Advertisment

ୱାଶିଂଟନ: ଆମେରିକା ଗୁଇନ୍ଦା ସଂସ୍ଥା ଗଲୱାନ ଘାଟି ଆକ୍ରମଣ ନେଇ ବଡ ଧରଣର ଖୁଲାସା କରିଛି। ରିପୋର୍ଟ ଅନୁସାରେ, ଭାରତୀୟ ସେନା ଉପରକୁ ଆକ୍ରମଣ କରିବା ପାଇଁ ଚୀନର ବରିଷ୍ଠ ଜନରାଲ ନିଜ ସୈନିକମାନଙ୍କୁ ଆଦେଶ ଦେଇଥିଲେ। ଏହି ଘଟଣାରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଭାରତ-ଚୀନ ସମ୍ପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି।

Advertisment

ଆମେରିକା ରିପୋର୍ଟ ଅନୁସାରେ ଚୀନ୍‌ର ପଶ୍ଚିମି ଥିଏଟର କମାଣ୍ଡ ପ୍ରମୁଖ ଜେନରାଲ ଝାଓ ଜୋଙ୍ଗକି ଗଲୱାନ ଘାଟିରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜେନେରାଲ ଝାଓ ଚୀନ ସେନାର ବରିଷ୍ଠ ଜେନରାଲମାନଙ୍କ ମଧ୍ୟରୁ ଜଣେ ଯିଏ କି ଏବେ ବି ସୀମା ଡିଉଟିରେ ଅଛନ୍ତି। ଝାଓ ଏହା ପୂର୍ବରୁ ଚେତାବନୀ ଦେଇଥିଲେ, ଭାରତ, ଆମେରିକା ଏବଂ ସେମାନଙ୍କର ସହଯୋଗୀଙ୍କ ଶୋଷଣରୁ ନିଜକୁ ବଞ୍ଚାଇବା ପାଇଁ ଚୀନ ଦୁର୍ବଳ ନୁହେଁ।

ଝାଓ ପ୍ରଥମରୁ ସୀମାନ୍ତରେ ଥିବା କଟକଣା ଉପରେ ନଜର ରଖିଥିଲେ। ଭାରତକୁ ଚୀନର ବଳ ଦେଖାଇବା ପାଇଁ ଝାଓ ଏପରି ଆଦେଶ ଦେଇଥିଲେ।

Advertisment

ଆମେରକାର ଏହି ରିପୋର୍ଟରୁ ଏହା ସ୍ପଷ୍ଟ ହେଉଛି, ଏହି ଆକ୍ରମଣ ପଛରେ ନିଜର ବଳ ଦେଖାଇବା ଚୀନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅବଶ୍ୟ ଏହା ଚୀନ ପାଇଁ ମହଙ୍ଗ ପଡ଼ିଲା। ଏହି ଆକ୍ରମଣରେ ଚୀନ୍‌ର ୪୦ରୁ ଅଧିକ ସୈନ୍ୟ ପ୍ରାଣ ହରାଇଥିଲେ।

ତେବେ ଏକଥା ମଧ୍ୟ ସତ ଯେ, ଚୀନ୍‌ର ଏପରି ଆକ୍ରମଣ ନିଷ୍ପତ୍ତି ଚୀନ୍‌ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଜାଣତରେ କରାଯାଇଛି। ଆମେରିକାର କହିବା ଅନୁଯାୟୀ, ଜେନରାଲ ଝାଓ ସଂଘର୍ଷରେ ମୃତ ସୈନିକଙ୍କ ସ୍ମୃତିରେ ଏକ ପ୍ରାର୍ଥନା ସଭା ଆୟୋଜନ କରିଥିଲେ। ତେବେ ଚୀନ ମିଡିଆ ଏ ସମ୍ପର୍କରେ କିଛି ଖୋଲାଖୋଲି କହୁନାହିଁ। ଏପରିକି ଚୀନର ସୋଶାଲ ମିଡିଆ ଏବଂ ୱେବସାଇଡ୍‌ରେ ମଧ୍ୟ ଏ ନେଇ କିଛି ସୂଚନା ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ