Advertisment

କାଲି ଥିଲେ କନ୍‌ଷ୍ଟେବଲ, ଆଜି ହେଲେ IAS

ନୂଆଦିଲ୍ଲୀ: କାଲି ଅଫିସର ସବୁ ବରିଷ୍ଠ କର୍ମଚାରୀଙ୍କୁ ସେ ସାଲ୍ୟୁଟ ମାରୁଥିଲେ। ହେଲେ ଆଉ ତାଙ୍କୁ ସାଲ୍ୟୁଟ ମାରିବାକୁ ପଡ଼ିବନି। ବରଂ ଅନ୍ୟମାନେ ତାଙ୍କୁ ସାଲ୍ୟୁଟ ମାରିବେ। ଆମ ଏଠି ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଲଙ୍କ କଥା କହିବାକୁ ଯାଉଛୁ। କାରଣ ସେ ଏବେ କନଷ୍ଟେବଲରୁ ଆଇଏଏସ। ସିଭିଲ ସର୍ଭିସ ପରୀକ୍ଷା-୨୦୧୯ର ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପରୀକ୍ଷା ଫଳ ଦିଲ୍ଲୀ ପୋଲିସ ପାଇଁ ବିଶେଷ ମହତ୍ୱପୂର୍ଣ୍ଣ। କାରଣ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ ଏହି […]

କାଲି ଥିଲେ କନ୍‌ଷ୍ଟେବଲ, ଆଜି ହେଲେ IAS

upsc

Advertisment

ନୂଆଦିଲ୍ଲୀ: କାଲି ଅଫିସର ସବୁ ବରିଷ୍ଠ କର୍ମଚାରୀଙ୍କୁ ସେ ସାଲ୍ୟୁଟ ମାରୁଥିଲେ। ହେଲେ ଆଉ ତାଙ୍କୁ ସାଲ୍ୟୁଟ ମାରିବାକୁ ପଡ଼ିବନି। ବରଂ ଅନ୍ୟମାନେ ତାଙ୍କୁ ସାଲ୍ୟୁଟ ମାରିବେ। ଆମ ଏଠି ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଲଙ୍କ କଥା କହିବାକୁ ଯାଉଛୁ। କାରଣ ସେ ଏବେ କନଷ୍ଟେବଲରୁ ଆଇଏଏସ।

Advertisment

ସିଭିଲ ସର୍ଭିସ ପରୀକ୍ଷା-୨୦୧୯ର ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପରୀକ୍ଷା ଫଳ ଦିଲ୍ଲୀ ପୋଲିସ ପାଇଁ ବିଶେଷ ମହତ୍ୱପୂର୍ଣ୍ଣ। କାରଣ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହି କନେଷ୍ଟବଲ ଜଣକ ୬୪୫ ରାଙ୍କ ହାସଲ କରିଛନ୍ତି। ସେତିକି ନୁହେଁ, ଦିଲ୍ଲୀ ପୋଲିସରେ କାମ କରୁଥିବା ୨ ଜଣ କର୍ମଚାରୀଙ୍କ ଝିଅ ମଧ୍ୟ ସଫଳ ହୋଇଛନ୍ତି।

ଦିଲ୍ଲୀ ପୋଲିସର ପିସିଆର ୟୁନିଟିରେ ନିଯୁକ୍ତି ଥିଲେ କନେଷ୍ଟବଲ ଫିରୋଜ ଆଲମ୍‌। ସେ ୬୪୫ ରାଙ୍କ ପାଇ ସଫଳତା ଅର୍ଜନ କରିଛନ୍ତି।

Advertisment

ଦିଲ୍ଲୀ ପୋଲିସର ଦ୍ୱାରକା ଡିସିପି କାର୍ଯ୍ୟାଳୟରେ ନିଯୁକ୍ତ ASI ଙ୍କ ଝିଅ ବିଶାଖା ଯାଦବ ୬ଷ୍ଠ ସ୍ଥାନ ପାଇଥିବାବେଳେ ଅନ୍ୟ ଜଣେ ପୋଲିସ କର୍ମୀଙ୍କ ଝି ୩୩ ସ୍ଥାନରେ ରହିଛି। ସୂଚନାଥାଉ କି, ସିଭିଲ ସର୍ଭିସ ପରୀକ୍ଷା-୨୦୧୯ରେ ୮୨୯ ଜଣଙ୍କୁ ମନୋନୀତ କରାଯାଇଛି।

ସେହିପରି ଦିଲ୍ଲୀ ପୋଲିସର ଭିଜିଲାନ୍ସ ବିଭାଗରେ କାମ କରୁଥିବା ସୁଖଦେବ ସିଂହଙ୍କ ଝିଅ ନବନୀତ ମାନ୍‌ ୩୩ ରାଙ୍କ ହାସଲ କରି ଦିଲ୍ଲୀ ପୋଲିସ ପାଇ ଗୌରବ ଆଣି ଦେଇଛନ୍ତି।

Advertisment

ସିପି କାର୍ଯ୍ୟାଳୟରେ ନିଯୁକ୍ତ ASI ଙ୍କ ଝିଅ ବିଶାଖା  ଉତ୍ତର ପ୍ରଦେଶର ମଥୁରାରେ ରୁହନ୍ତି। ସେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂରେ ବିଟେକ କରିବା ପରେ ବେଙ୍ଗାଲୁରୁରେ ୨ ବର୍ଷ ଚାକିରି କରିଥିଲେ। ପରେ ସେ  ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ନେଲେ। ତୃତୀୟ ଥରରେ ସେ ଏହି ସଫଳତା ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ