Advertisment

ପୁଲିସ ଗାଡ଼ିରେ ଗଣ ଦୁଷ୍କର୍ମ!

ମିର୍ଜାପୁର: ପୁଣି ଲଜ୍ଜା। ହାଇଦ୍ରାବାଦ, ରାଜସ୍ଥାନ, ପୁରୀ ପରେ ଉତ୍ତର ପ୍ରଦେଶ ମିର୍ଜାପୁରରେ ଦେଖିବାକୁ ମିଳିଛି ପୁଣି ଏକ ଲଜ୍ଜାଜନକ ଦୁଷ୍କର୍ମ। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ପୁଲିସ ଲୋଗୋ ଲାଗିଥିବା ଚାରି ଚକିଆ ଗାଡ଼ିରେ ଗଣ ଦୁଷ୍କର୍ମ କରାଯାଇଛି। ଉତ୍ତର ପ୍ରଦେଶ ପୁଲିସ ଏହି ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଏହି ସିଆରପିଏଫ ପୁଲିସ ଏବଂ ଅବସରପ୍ରାପ୍ତ ଜେଲରଙ୍କ ପୁଅ ଥିବା ଅଭିଯୋଗ ହୋଇଛି। ଗତକାଲି ଏହି କୁତ୍ସିତ କାରନାମା ଘଟିଥିଲା। […]

ପୁଲିସ ଗାଡ଼ିରେ ଗଣ ଦୁଷ୍କର୍ମ!

rape in police van

Advertisment

ମିର୍ଜାପୁର: ପୁଣି ଲଜ୍ଜା। ହାଇଦ୍ରାବାଦ, ରାଜସ୍ଥାନ, ପୁରୀ ପରେ ଉତ୍ତର ପ୍ରଦେଶ ମିର୍ଜାପୁରରେ ଦେଖିବାକୁ ମିଳିଛି ପୁଣି ଏକ ଲଜ୍ଜାଜନକ ଦୁଷ୍କର୍ମ। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ପୁଲିସ ଲୋଗୋ ଲାଗିଥିବା ଚାରି ଚକିଆ ଗାଡ଼ିରେ ଗଣ ଦୁଷ୍କର୍ମ କରାଯାଇଛି। ଉତ୍ତର ପ୍ରଦେଶ ପୁଲିସ ଏହି ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଏହି ସିଆରପିଏଫ ପୁଲିସ ଏବଂ ଅବସରପ୍ରାପ୍ତ ଜେଲରଙ୍କ ପୁଅ ଥିବା ଅଭିଯୋଗ ହୋଇଛି। ଗତକାଲି ଏହି କୁତ୍ସିତ କାରନାମା ଘଟିଥିଲା। ଏହି ସମସ୍ତଙ୍କ ବିରୋଧରେ ଅପହରଣ ସାଙ୍ଗକୁ ଦୁଷ୍କର୍ମ ଅଭିଯୋଗ ଲାଗିଛି।

Advertisment

ମିର୍ଜାପୁର ଜିଲ୍ଲାର ହଲିଆ ଥାନା ଅଧିକାରୀ କହିଛନ୍ତି, ପୀଡ଼ିତାଙ୍କ ବୟସ ୧୫। ସୋମବାର ହଲିଆରେ ଏକ ନିଛାଟିଆ ଜାଗାରୁ ତାଙ୍କୁ ଅପହରଣ କରାଯାଇଥିଲା। ଅବସରପ୍ରାପ୍ତ ଜେଲର ବ୍ରିଜଲ ମୌର୍ଯ୍ୟଙ୍କ ପୁଅ ଜୟ ପ୍ରକାଶ ମୌର୍ଯ୍ୟ ଏହି ଅପହରଣ କରିଥିଲା ବୋଲି ସେ କହିଛନ୍ତି। ବ୍ରିଜଲଙ୍କ ଝିଅଙ୍କ ଶାଶୁ ଘର ହଲିଆ। ଜୟ ପ୍ରକାଶ ଭଉଣୀ ଘରକୁ ବୁଲିବାକୁ ଆସି ନାବାଳିକାଙ୍କ ସହ ପରିଚିତ ହୋଇଥିଲେ। ଏମିତିକି ନାବାଳିକାଙ୍କ ସହ ସମ୍ପର୍କ ବଢ଼ାଇବାକୁ ଯାଇ ବାରମ୍ୱାର ନିଜ ଭଉଣୀଙ୍କ ଘରକୁ ଜୟ ପ୍ରକାଶ ଆସିଥିଲେ ବୋଲି ସେ କହିଛନ୍ତି।

ପୀଡିତାଙ୍କ ବାପା କହିଛନ୍ତି, ପ୍ରଥମେ ଜୟ ପ୍ରକାଶ ତାଙ୍କ ଝିଅଙ୍କୁ ଫୋନ୍ କରି ଘର ବାହାରେ ଗାଁର ଏକ ଜାଗାରେ ଦେଖାକରିବାକୁ କହିଥିଲା। ସେହି ଜାଗାରେ ଜୟ ଏବଂ ତା’ର ତିନି ଜଣ ସାଙ୍ଗ ଏକ କାର୍‌ରେ ଅଛନ୍ତି ବୋଲି କହିଥିଲା। ଏହାପରେ ଜୟ ପ୍ରକାଶ ତାଙ୍କ ଝିଅକୁ ବଳପୂର୍ବକ ଉଠାଇ ନେଇ ତିନି ସାଙ୍ଗଙ୍କ ସହ ମିଶି ଦୁଷ୍କର୍ମ କରିଥିବା ପୀଡିତାଙ୍କ ବାପା କହିଛନ୍ତି। ଯେଉଁ କାର୍‌ରେ ଏହି ଦୁଷ୍କର୍ମ କାଣ୍ଡ ରଚାଯାଇଥିଲା ସେହି କାର୍‌ରେ ପୁଲିସର ଲୋଗୋ ଲାଗିଥିବା ସେ କହିଛନ୍ତି।

Advertisment

କାର୍‌ରୁ ହଠାତ ତାଙ୍କ ଝିଅକୁ ବାହାର କରାଯାଇଥିଲା। ଏହାପରେ କାର୍‌ଟି ପଳାଇଥିଲା। ଏ ନେଇ ସେ ଥାନାର ଦ୍ୱାରସ୍ଥ ହେବା ପରେ ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଅଭିଯୁକ୍ତମାନେ ହେଲେ ଜୟ ପ୍ରକାଶ, ଲବ କୁମାର ପାଲ, ଗଣେଶ ପ୍ରସାଦ ଏହଂ ସିଆରପିଏଫ କନଷ୍ଟେବଳ ମହେନ୍ଦ୍ର ଯାଦବ(ସୁଲତାନପୁରରେ ନିୟୋଜିତ)।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ