Advertisment

ପରଲୋକରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ ଚନ୍ଦ୍ରକାନ୍ତା ଗୋୟଲଙ୍କ ଆଜି ସକାଳେ ପରଲୋକ ହୋଇଛି। କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍‌ ତାଙ୍କ ମା’ଙ୍କ ଏକ ଫଟୋ ଶେଆର୍‌ କରି ଲେଖିଛନ୍ତି, ‘ସ୍ନେହ ଓ ଭଲ ପାଇବା ମାଧ୍ୟମରେ ସବୁବେଳେ ବାଟ ଦେଖାଉଥିବା ମୋର ପୂଜ୍ୟ ମା’ଙ୍କ ଆଜି ସକାଳେ ସ୍ୱର୍ଗବାସୀ ହୋଇଛି। ସାରା ଜୀବନ ସେ ସେବାରେ ବିତାଇଛନ୍ତି। ଆମ୍ଭମାନଙ୍କୁ ମଧ୍ୟ ସେବା ମନୋଭାବ […]

ପରଲୋକରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’

piyush goyal

Advertisment

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ ଚନ୍ଦ୍ରକାନ୍ତା ଗୋୟଲଙ୍କ ଆଜି ସକାଳେ ପରଲୋକ ହୋଇଛି। କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

Advertisment

ଟ୍ୱିଟ୍‌ରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍‌ ତାଙ୍କ ମା’ଙ୍କ ଏକ ଫଟୋ ଶେଆର୍‌ କରି ଲେଖିଛନ୍ତି, ‘ସ୍ନେହ ଓ ଭଲ ପାଇବା ମାଧ୍ୟମରେ ସବୁବେଳେ ବାଟ ଦେଖାଉଥିବା ମୋର ପୂଜ୍ୟ ମା’ଙ୍କ ଆଜି ସକାଳେ ସ୍ୱର୍ଗବାସୀ ହୋଇଛି। ସାରା ଜୀବନ ସେ ସେବାରେ ବିତାଇଛନ୍ତି। ଆମ୍ଭମାନଙ୍କୁ ମଧ୍ୟ ସେବା ମନୋଭାବ ରଖି ଜୀବନ ଅତିବାହିତ କରିବା ପାଇଁ ସେ ପ୍ରେରିତ କରିଛନ୍ତି। ଈଶ୍ୱର ତାଙ୍କୁ ପାଦ ତଳେ ସ୍ଥାନ ଦିଅନ୍ତୁ। ଓମ୍‌ ଶାନ୍ତି।

Advertisment

ଚନ୍ଦ୍ରକାନ୍ତା ଜୀଙ୍କ ପରଲୋକକୁ ନେଇ ବହୁ ରାଜନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ୍‌ କରି କହିଛନ୍ତି, ‘ମୋର ଘନିଷ୍ଠ ବନ୍ଧୁ ପୀୟୁଷ ଗୋୟଲଙ୍କ ମା’ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।’

Advertisment

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ୍‌ କରି କହିଛନ୍ତି, ‘ପୂର୍ବତନ ବିଧାୟକ ସ୍ୱର୍ଗତଃ ବେଦ୍‌ ପ୍ରକାଶ ଜୀଙ୍କ ପତ୍ନୀ ଚନ୍ଦ୍ରକାନ୍ତା ଜୀଙ୍କ ଦେହାନ୍ତଙ୍କ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ତାଙ୍କର ଜୀବନର ଶେଷ ସମୟ ପର୍ଯ୍ୟନ୍ତ ନୀତିଗତ, ଉତ୍ସର୍ଗୀକୃତ ଭାବେ ଜୀବନ ଅତିବାହିତ କରୁଥିଲେ। ସେ ସବୁବେଳେ ଆମ୍ଭମାନଙ୍କ ମନରେ ରହିବେ। ଓମ୍‌ ଶାନ୍ତି। ’

Piyush Goyals Mother Die Piyush Goyal Union Minister Union Minister Piyush Goyal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ