man
ନୂଆଦିଲ୍ଲୀ: ଅଣ୍ଡରୱେର୍ ସିଲେଇ ଛୋଟ କରିବା ଜଣେ ଟେଲର୍ ବା ଦର୍ଜୀଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ମଧ୍ୟ ତାଙ୍କ ନାଁରେ ପୁଲିସ୍ ଷ୍ଟେସନରେ ଏକ ମାମଲା ମଧ୍ୟ ଦାୟର କରାଯାଇଛି। ମାମଲା ଦାୟର କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୋପାଳର କ୍ରିଷ୍ଣା କୁମାର ଦୁବେ। ଏହି ମାମଲାର ଶୀଘ୍ର ସମାଧାନ ନହେଲେ କଥା କୋର୍ଟକୁ ନେବା ପାଇଁ ଅଭିଯୋଗକାରୀ କହିଛନ୍ତି। ଆଜ୍ଞା ହଁ, ଶୁଣିବାକୁ ହସ ଲାଗିଲେ ବି ଆପଣ ପଢୁଥିବା ଏହି ଖବରଟି ସତ।
ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରି ମାସକୁ ୯୦୦୦ ଟଙ୍କା ଉପାର୍ଜନ କରନ୍ତି। ହେଲେ କରୋନା ଲାକଡାଉନ ପାଇଁ ଦୁଇମାସ ପୂର୍ବରୁ ସେ ତାଙ୍କ ଚାକିରି ହରାଇଛନ୍ତି।
ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ରହୁଥିବା କ୍ରିଷ୍ଣା କୁମାର ଦୁବେ ଭୋପାଳକୁ ଚାକିରି ଖୋଜିବା ପାଇଁ ଆସିଥିଲେ। ପାଖରେ ଟଙ୍କା ନଥିବାରୁ ବନ୍ଧୁଙ୍କଠାରୁ ୧୦୦୦ ଟଙ୍କା ଉଧାର ଆଣି ୨ ମିଟର କପଡ଼ା କିଣି ଅଣ୍ଡରୱେର ସିଲେଇ କରିବା ପାଇଁ ଦେଇଥିଲେ।
ସିଲେଇ କରିବା ପାଇଁ ସେ ଟେଲରଙ୍କୁ ୧୯୦ ଟଙ୍କା ମଧ୍ୟ ଦେଇଥିଲେ। ହେଲେ ଅଣ୍ଡରୱେର ପିନ୍ଧିବା ପରେ ଏହା ତାଙ୍କୁ ଛୋଟ ଓ ଟାଇଟ୍ ହେଉଥିବା ସେ ଜାଣିବାକୁ ପାଇଥିଲେ।
ଯାହାକୁ ନେଇ ବ୍ୟକ୍ତି ଜଣକ ଅଭିଯୋଗ କରି କହିଛନ୍ତି, 'ମୁଁ ଦୁଇ ମିଟର କପଡ଼ା ଦେଇଥିଲି। ଅଣ୍ଡରୱେର ଛୋଟ କେମିତି ହେଲା? ଟେଲରବାଲା କହୁଛି କପଡ଼ା ଛୋଟ ଥିଲା। କିନ୍ତୁ ମୁଁ ଦୋକାନୀକୁ ପଚାରି ବୁଝିଛି ସେ ପୂରା ୨ ମିଟର କପଡ଼ା ଦେଇଥିଲା। ଏପରିକି ସେ ଅଣ୍ଡରୱେରର ଡୋର ମଧ୍ୟ ତିଆରି କରିନାହିଁ। ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ସେଠାକାର କର୍ମଚାରୀ ସାର ଆସିଲେ ବୁଝିବେ ବୋଲି କହିଛନ୍ତି।'
ତେବେ ପୁଲିସରେ ଏପରି ଅଭିଯୋଗ ପରେ ଟେଲର ଜଣକ ଟଙ୍କା ଫେରାଇବା ପାଇଁ ରାଜି ହୋଇଛନ୍ତି ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/man_1625544678.jpg)