lockdown
ଲଣ୍ଡନ: ସାରା ଦୁନିଆରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଇଂଲଣ୍ଡରେ ମାସେ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା ହୋଇଛି।
ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ଏହି ଲକ୍ଡାଉନ୍ ଅବଧି ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିବ। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏହି ଲକ୍ଡାଉନ୍ ଘୋଷଣା କରିଛନ୍ତି।
ଏହି ଲକଡାଉନ୍ ସମୟରେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଉପରେ କଟକଣା ଲଗାଯାଇଛି। ପୁଣି ଥରେ ଲକ୍ଡାଉନ୍ ଘୋଷଣା କରାଯାଉଥିବାରୁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। କରୋନା ସଂକ୍ରମଣ ବଢୁଥିବାରୁ ବାଧ୍ୟ ହୋଇ ଲକ୍ଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ ଜନସନ୍ କହିଛନ୍ତି।
- ଲକଡାଉନ୍ ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଇଛି।
- କେବଳ ଖାଦ୍ୟ ସାମଗ୍ରୀ, ମେସିଡିନ୍, ବ୍ୟାୟାମ ଓ ପାଠପଢ଼ା କାମରେ ହିଁ ଘରୁ ବାହାରକୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
- ଯଦି ଆବଶ୍ୟକ ପଡ଼େ, ତାହେଲେ ଅଫିସ୍ କାମ ଘରୁ କରିବା ପାଇଁ କୁହାଯାଇଛି।
- ଆବଶ୍ୟକ ପଡ଼ିଲେ ଘରୁ ବାହାରକୁ ଯିବା ପାଇଁ କୁହାଯାଇଛି।
- ସ୍କୁଲ୍ ଓ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lockdown-1_1625163933.jpg)