Advertisment

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ବାଲା ସାହେବ୍‌ଙ୍କ ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣାପଡ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ନୂଆ ମନ୍ତ୍ରୀମାନଙ୍କୁ ଶପଥ କରାଇଛନ୍ତି। ଆଜି ଉଦ୍ଧବଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। […]

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

udhav

Advertisment

ମୁମ୍ବାଇ: ବାଲା ସାହେବ୍‌ଙ୍କ ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣାପଡ଼ିଛି।

Advertisment

publive-imageରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ନୂଆ ମନ୍ତ୍ରୀମାନଙ୍କୁ ଶପଥ କରାଇଛନ୍ତି। ଆଜି ଉଦ୍ଧବଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଆସନ୍ତା ଡିସେମ୍ବର ୩ରେ ଏହାର ସମ୍ପ୍ରସାରଣ ହେବ ବୋଲି ସୂଚନା ଦିଆଯାଇଛି।

ଆଜି ଉଦ୍ଧବଙ୍କ ସହ ଶିବସେନାର ଏକନାଥ ସିନ୍ଦେ ଏବଂ ୪ ଥର ଶିବସେନାରୁ ବିଧାୟକ ସୁଭାଷ ରାଜାରାମ ଦେଶାଇ ମଧ୍ୟ ମନ୍ତ୍ରି ଭାବେ ଶପଥ ନେଇଛନ୍ତି। ସେହିଭଳି ଏନ୍‌ସିପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଛଗନ ଭୂଜବଳ ଏବଂ ଏନ୍‌ସିପିର ମହାରାଷ୍ଟ୍ର ମୁଖ୍ୟ ଜୟନ୍ତ ପାଟିଲ ମଧ୍ୟ ଶପଥ ନେଇଛନ୍ତି। କଂଗ୍ରେସରୁ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲାସାହେବ୍‌ ଥରୋଟ୍‌ ଏବଂ ନୀତୀନ ରାଉତ ମଧ୍ୟ ମନ୍ତ୍ରିପଦର ଶପଥ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ