cm
ମହାରାଷ୍ଟ୍ର : ଉଦ୍ଧବ ବାଲ୍ ଠାକ୍ରେ । ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍ରେଙ୍କ କନିଷ୍ଠ ପୁତ୍ର ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍ରେଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଉଦ୍ଧବ।
୧୯୬୦ ଜୁଲାଇ ୨୭ ରେ ଉଦ୍ଧବଙ୍କର ଜନ୍ମ । ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ପ୍ରଥମରୁ ରାଜନୀତି ଅପେକ୍ଷା ଫଟୋଗ୍ରାଫିରେ ଉଦ୍ଧବଙ୍କର ବିଶେଷ ରୁଚି ଥିଲା। ତାଙ୍କ ଫଟୋଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ତେବେ ନିର୍ବାଚନ ସମୟରେ ଉଦ୍ଧବ ଦଳର ପ୍ରଚାର ଅଭିଯାନର ନେତୃତ୍ୱ ନେଉଥିଲେ ।
ଉଦ୍ଧବଙ୍କ ନେତୃତ୍ୱରେ ୨୦୦୨ରେ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନରେ ଶିବସେନା କ୍ଷମତାକୁ ଆସିଥିଲା । ତେବେ ଦଳର ବରିଷ୍ଠ ନେତା ନାରାୟଣ ରାଣେଙ୍କ ସହ ତାଙ୍କର ମତଭେଦ ଶୀର୍ଷରେ ପହଞ୍ଚିଥିଲା। ଫଳରେ ନାରାୟଣ ରାଣେଙ୍କୁ ଦଳରୁ ବିଦା ହେବାକୁ ପଡିଥିଲା ।
୨୦୦୩ରେ ତାଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଥିଲା । ତେବେ ୨୦୦୪ରେ ବାପା ବାଲାସାହେବ ଠାକରେ ତାଙ୍କୁ ନିଜ ଉତ୍ତରାଧିକାରୀ ଘୋଷଣା କରିଥିଲେ । ତେବେ ଏହି ଘୋଷଣା ବାଲାସାହେବଙ୍କ ପୁତୁରା ରାଜ ଠାକରେ ପାଇଁ ଅପ୍ରତ୍ୟାଶିତ ଥିଲା । କାହିଁକି ନା ଉଦ୍ଧବଙ୍କ ପୂର୍ବରୁ ଶିବସେନାରେ ରାଜ ଠାକ୍ରେଙ୍କ ଦବଦବା ଥିଲା । ସେ ହିଁ ଦଳର ସମସ୍ତ କାର୍ଯ୍ୟ ବୁଝୁଥିଲେ । ତେଣୁ ବାଲାସାହେବ ତାଙ୍କୁ ନିଜ ଉତ୍ତରାଧିକାରୀ ଘୋଷଣା କରିବେ ବୋଲି ସମସ୍ତଙ୍କ ଆଶା ଥିଲା । ବାଲା ସାହେବଙ୍କ ନିଷ୍ପତ୍ତିରେ ନିରାଶ ରାଜ୍ ୨୦୦୬ରେ ଦଳ ଛାଡିବା ସହ ମହାରାଷ୍ଟ୍ର ନବ ନିର୍ମାଣ ସେନା ନାଁରେ ନୂଆ ଦଳ ଗଠନ କରିଥିଲେ।
ସେପଟେ ୨୦୧୨ ନଭେମ୍ବର ୧୭ରେ ବାଲ ଠାକରେଙ୍କ ପରଲୋକ ହୋଇଥିଲା। ଏହାପରେ ମଧ୍ୟ ରାଜ୍ୟବାସୀ ଶିବସେନା ପ୍ରତି ଆନୁଗତ୍ୟ ପ୍ରକାଶ କରିଥିଲେ। ସେପଟେ ହିନ୍ଦୁତ୍ୱ ବିଚାରଧାରାରେ ବିଶ୍ୱାସ କରୁଥିବା ଶିବସେନା ବର୍ଷ ବର୍ଷ ଧରି ଏନଡିଏ ଓ ବିଜେପିର ମେଣ୍ଟ ସହଯୋଗୀ ରହି ଆସିଥିଲା।
୨୦୦୪ ଓ ୨୦୦୯ କ୍ରମାଗତ ଦୁଇ ଥର ଲାଗି ସେନା ବିଜେପି ମେଣ୍ଟକୁ ବିଧାନସଭା ନିର୍ବାଚନରେ ପରାଜୟ ମୁହଁ ଦେଖିବାକୁ ପଡିଥିଲା। ମାତ୍ର ୨୦୧୪ ନିର୍ବାଚନରେ ବିଜେପି-ସେନା ମେଣ୍ଟ ସ୍ପଷ୍ଟ ବହୁମତ ସହ କ୍ଷମତା ହାତେଇଥିଲା। ତେବେ ୨୦୦୯ରୁ ଶିବସେନାର କଳେବର ହ୍ରାସ ପାଇବା ସହ ବିଜେପି ରାଜ୍ୟରେ କାୟା ବିସ୍ତାର କରିଚାଲିଥିଲା। ଫଳରେ ଚଳିତ ନିର୍ବାଚନରେ ନିଜ ସତ୍ତା ବଜାୟ ରଖିବା ଲାଗି ଶିବସେନାକୁ ସଂଘର୍ଷ କରିବାକୁ ପଡିଥିଲା ।
ସେହିପରି ପରମ୍ପରା ଭାଙ୍ଗି ଠାକ୍ରେ ପରିବାର ସଦସ୍ୟ ତଥା ଉଦ୍ଧବଙ୍କ ପୁଅ ଆଦିତ୍ୟଙ୍କୁ ଦଳ ପ୍ରଥମ ଥର ଲାଗି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା । ନିର୍ବାଚନ ଫଳ ପ୍ରକାଶ ପରେ ମେଣ୍ଟକୁ ବହୁମତ ମିଳିଥିଲେ ମଧ୍ୟ ଶିବସେନା କ୍ଷମତାକୁ ସମାନ ଭାବେ ବାଣ୍ଟିବା ଅର୍ଥାତ୍ ଅଢେଇ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ପଦ ଦାବି କରିଥିଲା। ମାତ୍ର ତାହା ଚରିତାର୍ଥ ନହେବାରୁ ଦଳ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଓ ଏନସିପି ସହ ହାତ ମିଳାଇଛି। ତେବେ ଉଦ୍ଧବଙ୍କ ଏହି ଷ୍ଟ୍ରାଟେଜି ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତିରେ ଶିବସେନାକୁ କେଉଁ ସ୍ଥିତିରେ ପହଞ୍ଚାଉଛି ତାହା କେବଳ ସମୟ ହିଁ କହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cm-3_1626686147.jpg)