Advertisment

ଉତ୍ତରାଧିକାରୀ ଚିନ୍ତାରେ ଦେଶର ତିନି ପ୍ରମୁଖ ରାଜନୈତିକ ପରିବାର

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ପରିବାର ହେଉ ଅବା ସଂସ୍ଥା, ସମସ୍ତେ ସମୟ ସ୍ରୋତରେ ଆଗକୁ ବଢ଼ିବା ପାଇଁ ଉତ୍ତରାଧିକାରୀଙ୍କ କଥା ଚିନ୍ତା କରନ୍ତି। ପରିବାରର ମୁଖ୍ୟଙ୍କ ବୟସ ହୋଇଗଲେ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ,ଉତ୍ତରାଧିକାରୀ ହିଁ କୁଳ ବଞ୍ଚାଇବା ପାଇଁ ଆଗକୁ ଆସିଥାଏ। ଯଦି ଉତ୍ତରାଧିକାରୀ କୌଣସି କାରଣରୁ ପରିବାରର ସ୍ଥିତି ଓ ସମ୍ମାନ ରଖିବାରେ ଫେଲ ମାରନ୍ତି, ତାହେଲେ ବୟସାଧିକ୍ୟ ଓ ଅସୁସ୍ଥତା ସତ୍ତ୍ୱେ କୁଳକୁ ଉଦ୍ଧାର କରିବା ପାଇଁ ବାପା-ମାଆ ପୁଣି ଆଗକୁ ଆସିଥାନ୍ତି। […]

ଉତ୍ତରାଧିକାରୀ ଚିନ୍ତାରେ ଦେଶର ତିନି ପ୍ରମୁଖ ରାଜନୈତିକ ପରିବାର

Vadra-land-deal11805

Advertisment

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ପରିବାର ହେଉ ଅବା ସଂସ୍ଥା, ସମସ୍ତେ ସମୟ ସ୍ରୋତରେ ଆଗକୁ ବଢ଼ିବା ପାଇଁ ଉତ୍ତରାଧିକାରୀଙ୍କ କଥା ଚିନ୍ତା କରନ୍ତି। ପରିବାରର ମୁଖ୍ୟଙ୍କ ବୟସ ହୋଇଗଲେ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ,ଉତ୍ତରାଧିକାରୀ ହିଁ କୁଳ ବଞ୍ଚାଇବା ପାଇଁ ଆଗକୁ ଆସିଥାଏ। ଯଦି ଉତ୍ତରାଧିକାରୀ କୌଣସି କାରଣରୁ ପରିବାରର ସ୍ଥିତି ଓ ସମ୍ମାନ ରଖିବାରେ ଫେଲ ମାରନ୍ତି, ତାହେଲେ ବୟସାଧିକ୍ୟ ଓ ଅସୁସ୍ଥତା ସତ୍ତ୍ୱେ କୁଳକୁ ଉଦ୍ଧାର କରିବା ପାଇଁ ବାପା-ମାଆ ପୁଣି ଆଗକୁ ଆସିଥାନ୍ତି।

Advertisment

ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଗତ ସାଧାରଣ ନିର୍ବାଚନ ପରେ। ଦେଶର ପ୍ରମୁଖ ପରିବାର ମଧ୍ୟରେ ଗାନ୍ଧି ପରିବାର ଏବଂ ଉତ୍ତର ପ୍ରଦେଶର ଯାଦବ ପରିବାର କ୍ଷେତ୍ରରେ ଏଭଳି କିଛି ଘଟଣା ଘଟିଛି। ନିର୍ବାଚନରେ ଗାନ୍ଧି ପରିବାରର ଯୁବରାଜ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଏଥର ନିର୍ବାଚନ ଲଢ଼ିଥିଲା। ଦେଶ ଯାକ ବୁଲି ମୋଦି ସରକାର ବିରୋଧରେ ରାହୁଲ ଗାନ୍ଧି ଜୋରଦାର ପ୍ରଚାର କରିଥିଲେ ମଧ୍ୟ ବିଜେପିର ରଣନୀତି ଆଗରେ ସଫଳ ହୋଇ ପାରିନାହାନ୍ତି। ସ୍ଥିତି ଏମିତି ଉପୁଜିଛି ଯେ କଂଗ୍ରେସର ପରାଜୟ ପାଇଁ ରାହୁଲ ଗାନ୍ଧି ନିଜକୁ ଦାୟୀ କରି ନିଜ ପରିବାର ଦ୍ୱାରା ପରିଚାଳିତ ଦଳର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଜିଦରେ ଅଡ଼ି ବସିଛନ୍ତି। ଏମିତିକି ଲୋକସଭାରେ କଂଗ୍ରେସ ଦଳର ନେତା ହେବାକୁ ମଧ୍ୟ ସେ ରାଜି ହୋଇନଥିଲେ। ଫଳରେ ପଶ୍ଚିମବଙ୍ଗର କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ହୋଇଛନ୍ତି କଂଗ୍ରେସ ଲୋକସଭା ଦଳର ନେତା। ଅବଶ୍ୟ ପୂର୍ବପରି ୟୁପିଏର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ରାହୁଲଙ୍କ ମାଆ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି।
ଏବେ ଦଳ କିଭଳି ଆଗକୁ ବଢ଼ିବ, ସେଇ ଚିନ୍ତା ଘାରିଛି ସୋନିଆଙ୍କୁ। ବୟସ ସାଙ୍ଗକୁ ଦେହ ଭଲ ରହୁନଥିବାରୁ ଗତ ସାଧାରଣ ନିର୍ବାଚନରେ ସୋନିଆଙ୍କ ଭୂମିକା ପୁଅ ରାହୁଲ ଓ ଝିଅ ପ୍ରିୟଙ୍କାଙ୍କ ତୁଳନାରେ କମ୍ ଥିଲା। ହେଲେ ରାହୁଲଙ୍କ ବିଫଳତା ପରେ ଦଳକୁ ସଜାଡ଼ିବା ପାଇଁ ଏବେ ପ୍ରତିଦିନ କଂଗ୍ରେସ ଓ ବିଭିନ୍ନ ଦଳର ନେତାଙ୍କ ସହ ବୈଠକ କରୁଛନ୍ତି ସୋନିଆ ଗାନ୍ଧି।

ସେହିପରି ଉତ୍ତର ପ୍ରଦେଶର ଯାଦବ ପରିବାର କହିଲେ ମୁଲାୟମ ସିଂହ ଯାଦବଙ୍କ ପରିବାରକୁ ବୁଝାଏ। ନିଜ ନେତୃତ୍ୱରେ ସମାଜବାଦୀ ପାର୍ଟି ଜିତିବା ପରେ ପୁଅ ଅଖିଲେଶଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଦଳ (ସମାଜବାଦୀ ପାର୍ଟି)ର ଅଧ୍ୟକ୍ଷ କରାଇଥିଲେ। ହେଲେ ୨୦୧୭ରେ ଅଖିଲେଶ ଓ ତାଙ୍କ ନିଜ କକା ଶିବପାଲଙ୍କ ମଧ୍ୟରେ ଝଗଡ଼ା ପ୍ରତିପକ୍ଷ ଦଳ ବିଜେପିକୁ ସୁହାଇଲା। ପରିଣାମସ୍ୱରୂପ ବିଜେପି ସରକାର ଗଢ଼ିଲା ।

Advertisment

ସେହିପରି ଚଳିତ ନିର୍ବାଚନରେ ମୋଦିଙ୍କୁ ହରାଇବା ପାଇଁ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଏସପି ସହ ମେଣ୍ଟ କରିଥିଲେ ଅଖିଲେଶ। ପ୍ରଥମେ ଏହି ମେଣ୍ଟକୁ ଅଖିଲେଶଙ୍କ ବାପା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଗ୍ରହଣ କରିନଥିଲେ। ହେଲେ ପୁଅର ସ୍ୱାର୍ଥ ଓ ଜିଦରେ ରାଜି ହୋଇ ନିର୍ବାଚନ ଲଢ଼ିଥିଲେ। ପରିଣାମସ୍ୱରୂପ ଦଳ ହାରିଲା। ଏହି ପରାଜୟ ଯାଦବ ପରିବାରକୁ ଯେତିକି କଷ୍ଟ ଦେଇ ନାହିଁ, ତାଠୁ ଅଧିକ କଷ୍ଟ ଦେଇଛି ବିଏସପି ତାଙ୍କ ଦଳଠାରୁ ଅଧିକ ଆସନରେ ଜିତିବା। ୨୦୧୪ରେ ବିଏସପି କୌଣସି ଆସନ ଜିତିନଥିବା ବେଳେ ଏଥର ୧୦ଟି ଆସନ ଜିତିଛି। ଅନ୍ୟପକ୍ଷେ ସମାଜବାଦୀ ପାର୍ଟି ୨୦୧୪ ଭଳି ଏଥର ମଧ୍ୟ ୫ଟି ଆସନରେ ସୀମିତ ରହିଛି।

ଏବେ ମୁଲାୟମଙ୍କ ବାର୍ଦ୍ଧକ୍ୟ ସାଙ୍ଗକୁ ସ୍ୱାସ୍ଥାବସ୍ଥା ଚିନ୍ତାର କାରଣ ପାଲଟିଛି। ନିକଟରେ ଦୁଇ ଥର ହସ୍ପିଟାଲ ଯାଇ ନିଜର ଚିକିତ୍ସା କରାଇ ସାରିଲେଣି ମୁଲାୟମ। ଏହାପରେ ବି ସେ ଏବେ ତାଙ୍କ ଘରେ ଏକ ଡାକ୍ତର ଦଳ ଦ୍ୱାରା ଚିକିତ୍ସିତ ହେଉଛନ୍ତି। ତଥାପି ଦଳର ବିପର୍ଯ୍ୟସ୍ତ ସ୍ଥିତିକୁ ଦେଖି ସାନ ଭାଇ ଶିବପାଲ ଯାଦବ ଓ ପୁଅ ଅଖିଲେଶଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। କାକା, ପୁତୁରା ବିବାଦ ଭୁଲି ଆଗକୁ ଏକ ହୋଇ ରାଜନୀତି କର ବୋଲି ମୁଲାୟମ ପରାମର୍ଶ ଦେଇଥିଲେ। କିନ୍ତୁ ଅଖିଲେଶ ମୁଲାୟମଙ୍କ କଥାରେ ରାଜି ହୋଇନଥିବା ଜଣାପଡ଼ିଛି।

Advertisment

ସେହିପରି ସମାଜବାଦୀ ପାର୍ଟି ସହ ପ୍ରାକ ନିର୍ବାଚନ ମେଣ୍ଟରୁ ବିଏସପି ଓହରି ଅଖିଲେଶଙ୍କ କଟୁ ସମାଲୋଚନା କରିଛି। ଆଗକୁ ସମାଜବାଦୀ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ବୋଲି ମୁଲାୟମ ଘୋଷଣା କରିଛନ୍ତି।

ସେହିପରି ବିହାରରେ ମଧ୍ୟ ଆରଜେଡିର ଅବସ୍ଥା ସମାନ। ଲାଲୁ ପ୍ରସାଦ ଯାଦବ ଜେଲରେ ଥିବା ବେଳେ ଦୁଇ ପୁଅ ତେଜସ୍ୱୀ ଯାଦବ ଓ ତେଜ୍ ପ୍ରତାପ ଯାଦବଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ୁଥିଲା। ହେଲେ ଚଳିତ ନିର୍ବାଚନ ବେଳେ ତେଜ୍ ପ୍ରତାପ ଟିକେଟ ବଣ୍ଟାରେ ଅସନ୍ତୋଷ ପ୍ରକାଶ କରି ଲାଲୁ-ରାବ୍ରି ମୋର୍ଚ୍ଚା ଗଠନ କରି ପ୍ରାର୍ଥୀ ଦେଇଥିଲେ। ହେଲେ ଉଭୟ ଆରଜେଡି ଏବଂ ଲାଲୁ-ରାବ୍ରି ମୋର୍ଚ୍ଚା କୌଣସି ଆସନରେ ଜିତିପାରି ନାହାନ୍ତି। ଯାହାକି ପ୍ରଥମ ଥର ପାଇଁ ଆରଜେଡି ଲୋକସଭା ନିର୍ବାଚନରେ କୌଣସି ଆସନ ବିଜୟୀ ହୋଇନି। ଏବେ ତେଜ୍ ପ୍ରତାପ ଏବଂ ତେଜସ୍ୱୀ ଯାଦବଙ୍କ ରାଜନୀତିକ ବିଚାରଧାରା ଅଲଗା ହୋଇଛି। ଯାହାକୁ ନେଇ ଜେଲରେ ସଜା କାଟୁଥିବା ଲାଲୁ ଯାଦବ ଚିନ୍ତାରେ ରହିଛନ୍ତି।

ଏବେ ଦେଶରେ ଏହି ତିନି ପ୍ରମୁଖ ପରିବାରର ଉତ୍ତରାଧିକାରୀ ମୋଦି ସରକାର ଚାଲିଥିବା ବେଳେ ଆଗକୁ କିଭଳି ତିଷ୍ଠିବେ ଓ ବଢ଼ିବେ, ସେଇ ଚିନ୍ତାରେ ଉଭୟ ସୋନିଆ ଗାନ୍ଧି ଓ ମୁଲାୟମ ସିଂହ ଯାଦବ ଓ ଲାଲୁ ଯାଦବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ