dog
ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ବିଭିନ୍ନ ପଶୁପକ୍ଷୀଙ୍କ କୌତୁହଳ ଭିଡିଓ ଦେଖିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରାୟ ଦୁଇ ମିନିଟ୍ର ଏହି ଭିଡିଓଟିରେ ଦୁଇଟି କୁକୁର ଏବଂ ଗୋଟିଏ ବଡ଼ ଗୋଧି ମଧ୍ୟରେ ଘମାଘୋଟ ଲଢ଼େଇ ଚିଲିଛି । ଏହି ଭିଡିଓଟି ଏବେ ଇଣ୍ଟରନେଟ୍ରେ ଟ୍ରେଣ୍ଡ ହେଉଛି ଏବଂ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏହି ଭିଡିଓଟିକୁ ଫେସବୁକର ଜଣେ ୟୁଜର ଶେୟାର କରିଛନ୍ତି। ତାଙ୍କ ନାଁ ହିମାନସୁ ଭଟ୍ଟ ।
ବାରମ୍ବାର ଚଢ଼ିବାକୁ ଚେଷ୍ଟା କରି ଗୋଧି ସେହି ସ୍ଥାନରୁ ଖସିଯିବାକୁ ଅସମର୍ଥ ହେଉଥିଲା । ଗୋଧିର ପଞ୍ଝା ଗଛରୁ ଖସି ଯାଉଥିଲା । ଶେଷରେ କ୍ଳାନ୍ତ ହୋଇ ଗୋଧିଟି ତଳକୁ ଖସି ପଡ଼ିଲା । କୁକୁରମାନେ କିନ୍ତୁ ଅଟକି ନଥିଲେ ଓ ତା ଲାଞ୍ଜକୁ କାମୁଡ଼ିବାରେ ଲାଗିଥିଲେ । ଗୋଧି ମଧ୍ୟ ସେମାନଙ୍କ ସହ ଯୁଦ୍ଧ କରିବାକୁ ଚେଷ୍ଟା କରୁଥିଲା ହେଲେ ପାରୁନଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dog_1626698129.jpg)