Advertisment

ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ: ୨ ଯବାନ ସହିଦ, ଜଣେ ଝିଅ ମୃତ

ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୨ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସେହିପରି ନକ୍ସଲ ଓ ଯବାନଙ୍କ ଗୁଳି ବିନିମୟ ଚାଲିଥିବା ବେଳେ ଭୁଲବଶତଃ ପାଖ ଗାଁର ଦୁଇ ଜଣ ଝିଅଙ୍କ ଦେହରେ ଗୁଳି ବାଜିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ […]

ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ:  ୨ ଯବାନ ସହିଦ, ଜଣେ ଝିଅ ମୃତ

ww-8

Advertisment

ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୨ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ସେହିପରି ନକ୍ସଲ ଓ ଯବାନଙ୍କ ଗୁଳି ବିନିମୟ ଚାଲିଥିବା ବେଳେ ଭୁଲବଶତଃ ପାଖ ଗାଁର ଦୁଇ ଜଣ ଝିଅଙ୍କ ଦେହରେ ଗୁଳି ବାଜିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଏବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଆଜି ସକାଳେ କେଶକୁଟୁଲ ଗାଁ ନିକଟରେ ସିଆରପିଏଫ୍‌ର ୧୯୯ ବାଟାଲିୟନ ଓ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ କରାଯାଉଥିଲା। ଏହି ସମୟରେ ସେମାନଙ୍କ ମୁକାବିଲା ସେଠାରେ ଲୁଚି ରହିଥିବା ନକ୍ସଲଙ୍କ ସହ ହୋଇଥିଲା। ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ପ୍ୟାଟ୍ରୋଲିଂ ପାର୍ଟିକୁ ଘେରି ଯାଇ ଆଖି ବୁଜା ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା।

Advertisment

ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଗୁଳିବିନିମୟ ବେଳେ ସେହି ବାଟ ଦେଇ ଏକ ପରିବହନ ଗାଡ଼ି ଯାଉଥିଲା। ଏଥିରେ ଦୁଇ ଜଣ ନାବାଳିକା ବସିଥିଲେ। ସେମାନଙ୍କ ଦେହରେ ଗୁଳି ବାଜିବାରୁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବସ୍ତର ରେଞ୍ଜ ଆଇଜି ବିବେକାନନ୍ଦ ସିହ୍ନା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ