1
ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଏ ନେଇ ଡୋନାଲ୍ଡଙ୍କ ପୁଅ ଟ୍ରମ୍ପ ଜୁନିୟର ଏକ ଗଣମାଧ୍ୟମକୁ କହିଛନ୍ତି। ଟ୍ରମ୍ପ ଜୁନିୟର ତାଙ୍କ ୭୪ ବର୍ଷୀୟ ପିତାଙ୍କର ନିର୍ବାଚନ ଅଭିଯାନକୁ ସମ୍ଭାଳୁଛନ୍ତି।
https://twitter.com/ANI/status/1318045963211087872?s=20
ଆମେରିକାରେ ଆସନ୍ତା ନଭେମ୍ୱର ମାସ ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ ଥିବା ଗଭୀର ସମ୍ପର୍କ ମାଧ୍ୟମରେ ଦୁଇ ଦେଶ ଉପରେ ଭଲ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। କିଛି ମାସ ତଳେ ତାଙ୍କ ପିତା ଡୋନାଲ୍ଡ ଟ୍ରମ୍ପ ଭାରତ ଆସିଥିଲେ। ଏହି ସମୟରେ ତାଙ୍କୁ ରାଜକୀୟ ସମ୍ମାନ ଏବଂ ସମ୍ୱର୍ଦ୍ଧନା ଦିଆଯାଇଥିବା ସେ କହିଛନ୍ତି।
ଏହା ସହ ସେ କହିଛନ୍ତି ଯେ, ଆମେରିକା ଓ ଭାରତ ଦୁହେଁ ବିଶ୍ୱର ଦୁଇ ବଡ଼ ଗଣତାନ୍ତ୍ରିକ ଦେଶ। ଏହି ଦୁଇ ଦେଶର ସର୍ବୋଚ୍ଚ ନେତା ଏକାଠି ହୋଇ ସମାଜବାଦ ଏବଂ ସାମ୍ୟବାଦ ବିରୋଧରେ ଏକ ବଡ଼ ଲଢ଼େଇ ଲଢ଼ୁଛନ୍ତି। ଯାହାକି ସାରା ଦୁନିଆ ଦେଖୁଛି।
ରବିବାର ସେ ତାଙ୍କର ପୁସ୍ତକ ଲିବେରାଲ୍ ପ୍ରିଭିଲେଜ୍ର ସଫଳତା ଅବସରରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏକଥା ଏଏନଆଇକୁ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1-7_1625210043.jpg)