Advertisment

ସଂଯମତା ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍‌ :  ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି।  ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଦରକାର । ଇରାନର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି । ତେଣୁ ଏହି ଦେଶକୁ ଏକଘରିକିଆ […]

ସଂଯମତା ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ

tru

Advertisment

ୱାଶିଂଟନ୍‌ :  ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି।  ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ ।

Advertisment

ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଦରକାର । ଇରାନର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି । ତେଣୁ ଏହି ଦେଶକୁ ଏକଘରିକିଆ କରି ଚାପ ପକାଇବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ ।

ଇରାକରେ ଥିବା ଆମେରିକାର ଏୟାର ବେସ୍ ଉପରେ ଇରାନର ମିସାଇଲ ମାଡ଼ ପରେ ପ୍ରଥମ ଥର ପ୍ରତିକ୍ରିୟା ଦେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏହି ଆକ୍ରମଣରେ କୌଣସି ଆମେରିକୀୟଙ୍କ ମୃତ୍ୟୁ ହୋଇନାହିଁ । କେବଳ ଏୟାରବେସ୍‌ର ସାମାନ୍ୟ କ୍ଷତି ହୋଇଛି ।

Advertisment

ତେହେରାନ ଉପରେ ନୂଆ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । ଏହି ଦେଶକୁ ଆଣବିକ ଶକ୍ତି ହେବାକୁ ଦିଆଯିବ ନାହିଁ । ଏହା ସହିତ ମିଲିଟାରି କମାଣ୍ଡର ସୋଲେମାନିର ହତ୍ୟାକୁ ଯଥାର୍ଥ ଦର୍ଶାଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ସୋଲେମାନ ଥିଲେ ବିଶ୍ୱର ସବୁଠୁ ବଡ଼ ଆତଙ୍କବାଦୀ । ତାଙ୍କୁ ବହୁ ଆଗରୁ ମାରିଦେବାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ