air
ନୂଆଦିଲ୍ଲୀ: ଆର୍ଥିକ ସଂକଟ ଯୋଗୁଁ ଜେଟ୍ ଏୟାର୍ୱେଜ୍ର ସମସ୍ୟା ବଢ଼ିବାରେ ଲାଗିଛି। ୧୩ଟି ଇଣ୍ଟରନ୍ୟାସନାଲ୍ ରୁଟ୍ରେ ବିମାନ ଚଳାଚଳକୁ ରଦ୍ଦ କରିଛି ଏହି କମ୍ପାନି। ଏପ୍ରିଲ ଶେଷ ଯାଏ ଏହି ରୁଟ୍ରେ ସମସ୍ତ ବିମାନ ବନ୍ଦ ରହିବା ସହିତ ବୁକିଂ ମଧ୍ୟ କରାଯିବ ନାହିଁ। ସେହି ରୁଟ୍ ଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀ-ବ୍ୟାଙ୍କକ୍, ମୁମ୍ବାଇ-ବ୍ୟାଙ୍କକ୍, ଦିଲ୍ଲୀ-ସିଙ୍ଗାପୁର।
ସଂସ୍ଥାର ଆର୍ଥିକ ସଂକଟ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ସହିତ ୭ଟି ବିମାନର ଚଳାଚଳକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ରେଣ୍ଟ ସମସ୍ୟାକୁ ନେଇ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ସଂସ୍ଥା। ଏହାକୁ ମିଶାଇ ୫୪ଟି ବିମାନର ଚଳାଚଳ ବନ୍ଦ ହେଲାଣି।
ପୂର୍ବରୁ ଜେଟ୍ ବିମାନର ୬ ଶହ ବିମାନ ଚଳାଚଳ କରୁଥିଲା। ନରେଶ ଗୋଏଲଙ୍କ କମ୍ପାନି ଆର୍ଥିକ ସଂକଟର ସମସ୍ୟାରୁ ଏ ଯାଏ ମୁକୁଳିବାର ବାଟ ବାହାର କରିପାରି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/air-1_1626339263.jpg)