Advertisment

୫ ଟୁରିଷ୍ଟଙ୍କୁ ବଞ୍ଚାଇକୁ ଯାଇ ଜୀବନ ହରାଇଲେ ଗାଇଡ୍‌

ଅନନ୍ତନାଗ: ମୃତ୍ୟୁ ପାଖରେ ସମସ୍ତେ ହାର ମାନନ୍ତି । ହେଲେ ଏମିତି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖେ ମୃତ୍ୟୁ ହାର ମାନେ। ସେମାନେ ମରି ବି ହୁଅନ୍ତ ଅମର। ସେମିତି ଜଣେ ବ୍ୟକ୍ତି ରୋହୁ ଅହମଦ ଦାର ଯିଏ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ହସି ହସି ଉତ୍ସର୍ଗ କରିଦେଇଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଟୁରିଷ୍ଟ ଗାଇଡ୍‌ ଭାବେ କାର୍ଯ୍ୟ କରୁଥିବା ରୋହୁ ଅହମଦ ଦାର। ସେ ନଦୀରେ ବୁଡ଼ି ଯାଉଥିବା ୫ ଜଣ ଟୁରିଷ୍ଟଙ୍କ ଜୀବନ ବଞ୍ଚାଇବାକୁ […]

୫ ଟୁରିଷ୍ଟଙ୍କୁ ବଞ୍ଚାଇକୁ ଯାଇ ଜୀବନ ହରାଇଲେ ଗାଇଡ୍‌

A

Advertisment

ଅନନ୍ତନାଗ: ମୃତ୍ୟୁ ପାଖରେ ସମସ୍ତେ ହାର ମାନନ୍ତି । ହେଲେ ଏମିତି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖେ ମୃତ୍ୟୁ ହାର ମାନେ। ସେମାନେ ମରି ବି ହୁଅନ୍ତ ଅମର। ସେମିତି ଜଣେ ବ୍ୟକ୍ତି ରୋହୁ ଅହମଦ ଦାର ଯିଏ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ହସି ହସି ଉତ୍ସର୍ଗ କରିଦେଇଛନ୍ତି।

Advertisment

ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଟୁରିଷ୍ଟ ଗାଇଡ୍‌ ଭାବେ କାର୍ଯ୍ୟ କରୁଥିବା ରୋହୁ ଅହମଦ ଦାର। ସେ ନଦୀରେ ବୁଡ଼ି ଯାଉଥିବା ୫ ଜଣ ଟୁରିଷ୍ଟଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ପହଲଗାମର ଲିଡେର ନଦୀରେ ଦୁଇ ଜଣ ବିଦେଶୀ ଟୁରିଷ୍ଟଙ୍କ ସହ ମୋଟ୍‌ ୫ ଜଣ ପର୍ଯ୍ୟଟକ ଡଙ୍ଗାରେ ଭ୍ରମଣ କରୁଥିଲେ। ଏମାନଙ୍କ ସହ ଟୁରିଷ୍ଟ ଗାଇଡ୍‌ ଦାର ମଧ୍ୟ ରହିଥିଲେ।

ତେବେ ଅଚାନକ ଜୋରରେ ପବନ ବହିବା ସହ ଡଙ୍ଗାଟି ନଦୀ ମଝିରେ ଓଲଟି ପଡ଼ିଥିଲା। ତେବେ ଏହି ଘଟଣାରେ ବିଚଳିତ ନ ହୋଇ ଦାର ପ୍ରଥମେ ପର୍ଯ୍ୟଟକଙ୍କ କଥା ବୁଝିଥିଲେ। ସମସ୍ତ ୫ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଗଭୀର ନଦୀ ଜଳରୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କୁ ଉଦ୍ଧାର କରିବା ପରେ ଦାର ନିଜେ ଗଭୀର ପାଣି ଭିତରେ ନିଖୋଜ ହୋଇଯାଇଥିଲେ। ଗତକାଲି ସନ୍ଧ୍ୟାରୁ ଦାରଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଲିଡେର୍‌ ନଦୀ ଉପରେ ହୋଇଥିବା ବ୍ରିଜ୍‌ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Advertisment

ମେଡିକାଲ ଯାଞ୍ଚ ପରେ ଦାରଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ତେବେ ଦାରଙ୍କ ଏଭଳି ସାହାସିକତାକୁ କେବଳ ଉଦ୍ଧାର ପାଇଥିବା ପର୍ଯ୍ୟଟକ ନୁହନ୍ତ ସମଗ୍ର ଦେଶବାସୀ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ