Advertisment

କରୋନା ମହାମାରୀ ବେଳେ ରେକର୍ଡ ଭାଙ୍ଗିଲା ସୁନା ଦର

ମୁମ୍ବାଇ: ସାରାଦେଶ ଏବେ କରୋନା ଭଳି ମହାମାରୀ ସମୟ ଦେଇ ଗତି କରୁଥିବା ବେଳେ ସୁନା ଦର ଆଜି ରେକର୍ଡ ସ୍ତରରେ ପହଞ୍ଚିଛି।  Multi-Commodity Exchange (MCX)ରେ ସୁନା ଦର‌ ଆଜି ରେକର୍ଡ ଭାଙ୍ଗିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର ପାଖାପାଖି ୫୦ ହଜାର ଟଙ୍କାରେ ପହଞ୍ଚିଛି। ଆଜି ସକାଳେ ଶେଆର୍‌ ମାର୍କେଟ୍‌ ଖୋଲିବା ମାତ୍ରେ ସୁନାର ଚାହିଦା ଦେଖିବାକୁ ମିଳିଥିଲା। ସକାଳ ପାଖାପାଖି ୯ଟା ୫୦ ମିନିଟ୍‌ ସମୟରେ MCXରେ ସୁନା ଦର ୪୦୯ଟଙ୍କା […]

ଅଦ୍ୟତନ ହୋଇଛି
କରୋନା ମହାମାରୀ ବେଳେ ରେକର୍ଡ ଭାଙ୍ଗିଲା ସୁନା ଦର

gold

Advertisment

ମୁମ୍ବାଇ: ସାରାଦେଶ ଏବେ କରୋନା ଭଳି ମହାମାରୀ ସମୟ ଦେଇ ଗତି କରୁଥିବା ବେଳେ ସୁନା ଦର ଆଜି ରେକର୍ଡ ସ୍ତରରେ ପହଞ୍ଚିଛି।  Multi-Commodity Exchange (MCX)ରେ ସୁନା ଦର‌ ଆଜି ରେକର୍ଡ ଭାଙ୍ଗିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର ପାଖାପାଖି ୫୦ ହଜାର ଟଙ୍କାରେ ପହଞ୍ଚିଛି।

Advertisment

ଆଜି ସକାଳେ ଶେଆର୍‌ ମାର୍କେଟ୍‌ ଖୋଲିବା ମାତ୍ରେ ସୁନାର ଚାହିଦା ଦେଖିବାକୁ ମିଳିଥିଲା। ସକାଳ ପାଖାପାଖି ୯ଟା ୫୦ ମିନିଟ୍‌ ସମୟରେ MCXରେ ସୁନା ଦର ୪୦୯ଟଙ୍କା ସହ ପ୍ରତି ୧୦ ଗ୍ରାମକୁ ୪୯,୯୩୬ ଟଙ୍କାରେ ପହଞ୍ଚିଥିଲା। ସେହିପରି MCXରେ ରୂପା ଦରରେ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ରୂପା ଦର ୩,୦୯୭ଟଙ୍କା ସହ ପ୍ରତି କିଲୋଗ୍ରାମକୁ ୬୦,୪୩୯ ଟଙ୍କାରେ କାରବାର ଚାଲିଥିଲା।

ମଙ୍ଗଳବାର ମଧ୍ୟ ସୁନା ଦର ବୃଦ୍ଧି ପାଇଥିଲା। ମଙ୍ଗଳବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୪୯,୫୦୦ଟଙ୍କାରେ ପହଞ୍ଚିଥିଲା।

Advertisment

ବିଭିନ୍ନ ସ୍ଥାନରେ ସୁନା, ରୂପା ଦର ଅଲଗା ହୋଇପାରେ। କେବଳ ଏହାର ଦରରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଥାଏ।

Gold Price In India Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ