Advertisment

ଘର ଭିତରେ ବାଘ

କଚ୍ଛ  : ଘର ଭିତରେ ପଶିଲା ବାଘ । ଗୁଜରାଟର କଚ୍ଛ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜିଲ୍ଲାର ମୋତିଗଧ୍ୟାର ଗାଁରେ ଜଣଙ୍କ ଘର ଭିତରେ ଏକ କଲରା ପତରିଆ ବାଘ ପଶି ଆସିଥିଲା। ଏହି ସମୟରେ ଘରେ କେହି ନଥିଲେ । ପରେ ଘର ମାଲିକ ଆସି ବାଘକୁ ଦେଖିବାପରେ ଭୟଭୀତ ହୋଇଯାଇଥିଲେ। ତେବେ ସେ ଘର ବାହାରକୁ ଦଉଡ଼ି ପଳାଇ ଆସି ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ। ସୌଭାଗ୍ୟବଶତଃ ବାଘଟି କାହାକୁ […]

ଘର ଭିତରେ ବାଘ

tiger in home

Advertisment

କଚ୍ଛ  : ଘର ଭିତରେ ପଶିଲା ବାଘ । ଗୁଜରାଟର କଚ୍ଛ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜିଲ୍ଲାର ମୋତିଗଧ୍ୟାର ଗାଁରେ ଜଣଙ୍କ ଘର ଭିତରେ ଏକ କଲରା ପତରିଆ ବାଘ ପଶି ଆସିଥିଲା। ଏହି ସମୟରେ ଘରେ କେହି ନଥିଲେ । ପରେ ଘର ମାଲିକ ଆସି ବାଘକୁ ଦେଖିବାପରେ ଭୟଭୀତ ହୋଇଯାଇଥିଲେ।

Advertisment

ତେବେ ସେ ଘର ବାହାରକୁ ଦଉଡ଼ି ପଳାଇ ଆସି ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ। ସୌଭାଗ୍ୟବଶତଃ ବାଘଟି କାହାକୁ ଆକ୍ରମଣ କରିନଥିଲା। ଏହା ପରେ ସେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସି ବାଘକୁ ଉଦ୍ଧାର କରିବାକୁ ପ୍ରୟାସ  କରିଥିଲେ। ଯନ୍ତା ଏବଂ ଟ୍ରାଙ୍କୁଲାଇଜର ସାହାଯ୍ୟରେ ବାଘକୁ ଧରିବାକୁ ଚେଷ୍ଟା କରିଥିଲେ। ତେବେ ଦୀର୍ଘ ୬ ଘଣ୍ଟାର କସରତ ପରେ ବାଘକୁ କାବୁ କରିପାରିଥିଲେ ବନବିଭାଗ କର୍ମଚାରୀ।

ବାଘଟିକୁ ସେମାନେ ଗାଁ ବାହାରକୁ ନେଇ ଦୂର ଜଙ୍ଗଲରେ ଛାଡିଥିଲେ। ଏହି ଘଟଣା ପରେ ଗ୍ରାମବାସୀଙ୍କ ଭିତରେ ଆତଙ୍କ ଖେଳିଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ