Advertisment

‘ମତେ ବି ଟୋପେ ଦିଅ...’ ମଣିଷ ପରି କେମିତି ପାଣି ମାଗୁଛି ଗୁଣ୍ଡୁଚିମୂଷା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୁଣ୍ଡୁଚିମୂଷାର(Squirrel)ଏକ ହୃଦୟସ୍ପର୍ଶୀ ଭିଡିଓ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଗୁଣ୍ଡୁଚିମୂଷାକୁ ଶୋଷ ଲାଗୁଛି। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତିଙ୍କ ହାତରେ ପାଣି ବୋତଲ ଦେଖି ଗୁଣ୍ଡୁଚିମୂଷାଟି ପାଣି ପିଇବା ପାଇଁ ବ୍ୟକ୍ତିଙ୍କ ପାଖକୁ ଯାଉଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍‌ରେ ଶେୟାର କରିଛନ୍ତି। Squirrel asking for water…. pic.twitter.com/JNldkB0aWU — Susanta Nanda IFS (@susantananda3) […]

ଅଦ୍ୟତନ ହୋଇଛି
‘ମତେ ବି ଟୋପେ ଦିଅ...’ ମଣିଷ ପରି କେମିତି ପାଣି ମାଗୁଛି ଗୁଣ୍ଡୁଚିମୂଷା, ଦେଖନ୍ତୁ ଭିଡିଓ

squrall

Advertisment

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୁଣ୍ଡୁଚିମୂଷାର(Squirrel)ଏକ ହୃଦୟସ୍ପର୍ଶୀ ଭିଡିଓ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଗୁଣ୍ଡୁଚିମୂଷାକୁ ଶୋଷ ଲାଗୁଛି। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତିଙ୍କ ହାତରେ ପାଣି ବୋତଲ ଦେଖି ଗୁଣ୍ଡୁଚିମୂଷାଟି ପାଣି ପିଇବା ପାଇଁ ବ୍ୟକ୍ତିଙ୍କ ପାଖକୁ ଯାଉଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍‌ରେ ଶେୟାର କରିଛନ୍ତି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ଶୋଷିଲା ଗୁଣ୍ଡୁଚିମୂଷାଟି ଜଣେ ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି। ବ୍ୟକ୍ତିଙ୍କ ପାଖକୁ ଯାଇ ଦୁଇ ହାତ ଯୋଡ଼ି ପାଣି ପିଇବା ପାଇଁ ଇଶାରା ଦେଉଛି। ବ୍ୟକ୍ତି ଜଣଙ୍କ ହାତରେ ଏକ ପାଣି ବୋତଲ ଧରି ଯେତେବେଳେ ତଳକୁ ବସିପଡ଼ିଲେ, ଠିକ୍‌ ସେତିକିବେଳେ ମଣିଷ ପରି ଗୁଣ୍ଡିଚୁମୂଷାଟି ମଧ୍ୟ ଦୁଇ ଗୋଡ଼ରେ ଛିଡ଼ା ହୋଇ ପାଣି ପିଇବ ବୋଲି ବିକଳ ହେଉଥିଲା। ପରେ ପାଣି ବୋତଲରେ ମୁହଁ ଲଗାଇ ଗୁଣ୍ଡୁଚିମୂଷାଟି ଢ଼କ ଢ଼କ କରି ପିଇବା ଆରମ୍ଭ କରିଥିଲା। ଏହି ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ସୁଶାନ୍ତ ନନ୍ଦ ଏହି ଭିଡିଓକୁ ଜୁଲାଇ ୧୬ରେ ଶେୟାର କରି କ୍ୟାପସନରେ ଲେଖିଛନ୍ତି,‘ଗୁଣ୍ଡୁଚିମୂଷା ପାଣି ମାଗୁଛି। ଭିଡିଓଟିକୁ ଏପର୍ଯ୍ୟନ୍ତ ୩ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳିଥିବା ଜଣାପଡ଼ିଛି। ୧୫ହଜାରରୁ ଅଧିକ ୟୁଜର ଲାଇକ୍‌ କରିବା ସହିତ ୩ହଜାର ରି-ଟ୍ୱିଟ୍‌ କରିଥିବା ଜଣାପଡ଼ିଛି। ଟ୍ୱିଟରେ ଲୋକମାନେ ଉକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ