Advertisment

ଦିଲ୍ଲୀ ଚାଷୀ ଅରାଜକତାକୁ ନେଇ ତାତିଲେ ଜନତା

ଗଣତନ୍ତ୍ର ଦିବସରେ ଚାଷୀ ଅରାଜକତା ଘଟଣାରେ ଦିଲ୍ଲୀ ପୋଲିସର ଆକ୍ସନ ଜାରି ରହିଥିବା ବେଳେ ଏବେ ଉପଦ୍ରବକାରୀଙ୍କ ବିରୋଧରେ ବଢିଲାଣି ସାଧାରଣ ଲୋକଙ୍କ କ୍ଷୋଭ।

ଦିଲ୍ଲୀ ଚାଷୀ ଅରାଜକତାକୁ ନେଇ ତାତିଲେ ଜନତା

farmer

Advertisment

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀ ଅରାଜକତା ଘଟଣାରେ ଦିଲ୍ଲୀ ପୋଲିସର ଆକ୍ସନ ଜାରି ରହିଥିବା ବେଳେ ଏବେ ଉପଦ୍ରବକାରୀଙ୍କ ବିରୋଧରେ ବଢିଲାଣି ସାଧାରଣ ଲୋକଙ୍କ କ୍ଷୋଭ। ତ୍ରିରଙ୍ଗାର ଘୋର ଅପମାନ ସହ ହିଂସାତ୍ମକ ଆଚରଣକୁ ବିରୋଧ କରି ଆଜି ସିଂଘୁ ସୀମାରେ ଦେଖା ଦେଇଥିଲେ ଉତ୍ତେଜନା। ସ୍ଥାନୀୟ ଲୋକଙ୍କ ସହ କିଛି ସାମାଜିକ ସଂଗଠନ ଆଜି ବିକ୍ଷୋଭ କରିବା ସହ ଚାଷୀଙ୍କୁ ତୁରନ୍ତ ସ୍ଥାନ ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଛନ୍ତି। ତେଣେ ଘଟଣାକୁ ନେଇ ଦିଲ୍ଲୀ ପୋଲିସ କମିଶନର ହାଇଲେବଲ ମିଟିଂ କରିଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା ହସ୍ପିଟାଲ୍ ଯାଇ ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି।

Advertisment

ଗାଁ ଲୋକଙ୍କ କ୍ରୋଧ ବନାମ କୃଷକ ଆନ୍ଦୋଳନ। ଦିଲ୍ଲୀ ସିଂଘୁ ସୀମାରେ ସ୍ଥାନୀୟ ଲୋକ ଓ ଆନ୍ଦୋଳନରତ ଚାଷୀ ମୁହାଁମୁହିଁ ନାରାବାଜି, ବିକ୍ଷୋଭ ଆନ୍ଦୋଳନକାରୀ ଚାଷୀଙ୍କୁ ତୁରନ୍ତ ହାଇେଓ୍ୱ ଖାଲି କରିବାକୁ କୁହାଯାଇଛି। ଚିତ୍ର ଚାଷୀଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଲୋକଙ୍କୁ ବି ଖୁବ୍ ବାଧିଛି। ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନ କ୍ଷୁବ୍ଧ କରିଛି ଟ୍ରାକ୍ଟର ରାଲି ନାଁରେ ଅରାଜକତା ସାଙ୍ଗକୁ ଉତ୍ପାତ।

ତେଣୁ ସିଧା ସିଧା ଚାଷୀଙ୍କୁ ଚେତାବନୀ-ଜାଗା ଛାଡ଼ି ଚାଲିଯାଅ। ଫଳରେ ଦୀର୍ଘ ୨ ମାସ ଧରି ଦିଲ୍ଲୀ ସୀମାରେ ଡେରା ପକାଇ କେନ୍ଦ୍ରର କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ଓ ସେମାନଙ୍କ ସଂଗଠନଙ୍କୁ ଲାଗିଛି ବଡ଼ ଧକ୍କା। ଗୋଟିଏ ପରେ ଜାନୁଆରୀ ୨୬ ହିଂସାତ୍ମକ ଆଚରଣ ପରେ ୩ ପ୍ରମୁଖ ଚାଷୀ ସଂଗଠନ ଆନ୍ଦୋଳନକୁ ମୁହଁ ମୋଡି ସମର୍ଥନ ପ୍ରତ୍ୟାହାର ଘୋଷଣା କରି ସାରିଥିବାବେଳେ ଆଜି ସ୍ଥାନୀୟ ଲୋକଙ୍କ ବିରୋଧ ଆଗକୁ କୃଷକ ଆନ୍ଦୋଳନର ଅସ୍ଥିତ୍ୱ ନରହିବା ନେଇ ପରୋକ୍ଷରେ ସଙ୍କେତ ଦେଇଛି। ଗାଜିପୁର ସୀମାରେ ବି ଆଇନଶୃଙ୍ଖଳା ସ୍ଥିତିକୁ ଦେଖି ୧୦ କମ୍ପାନୀ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Advertisment

ଏଣେ ଚାଷୀଙ୍କ ଆକ୍ରମଣରେ ଆହତ ଦିଲ୍ଲୀ ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ। ସିଭିଲ ଲାଇନସ୍ଥିତ ଟ୍ରମା ସେଣ୍ଟରକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଗୃହମନ୍ତ୍ରୀ। ସେପଟେ ଦିଲ୍ଲୀ ପୋଲିସ ଆଜି ଗାଜିପୁର ସୀମାରେ ଚାଷୀ ନେତା ରାକେଶ ଟିକାୟତଙ୍କୁ ନୋଟିସ୍ ଦେଇଛି। ଲାଲକିଲା ଉତ୍ପାତରେ ସଂପୃକ୍ତ ପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ସହ ଚାଷୀନେତା ଦର୍ଶନ ପାଲ୍, ରାଜିନ୍ଦର ସିଂ, ବଲବୀର ସିଂ ରାଜେଓ୍ୱାଲ, ସତନାମ ପନ୍ନୁ, ଶ୍ରବଣ ସିଂ ଓ ଯୋଗେନ୍ଦ୍ର ଯାଦବଙ୍କ ନାଁରେ ବି ଲୁକଆଉଟ୍ ନୋଟିସ୍ ଜାରି କରିଛି। ସେପଟେ ଘଟଣାକୁ ନେଇ ଦିଲ୍ଲୀ ପୋଲିସ କମିଶନର ଏସ୍.ଏନ୍. ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ ବୈଠକ ହୋଇଥିବାବେଳେ ଗତକାଲି ଶ୍ରୀବାସ୍ତବ ସ୍ପଷ୍ଟ କରିଥିଲେ ହିଂସାକାଣ୍ଡରେ ସଂପୃକ୍ତ କାହାରିକୁ ଛଡ଼ା ଯିବନି।

ଉପଦ୍ରବକାରୀଙ୍କୁ ଚିହ୍ନଟ ଲାଗି ଭିଡିଓ ଫୁଟେଜ ସଂଗ୍ରହ କରାଯାଇ ଫେସିଆଲ୍ ରିକଗ୍ନିସନ୍ ସିଷ୍ଟମ ବ୍ୟବହାର କରାଯାଉଛି। ସେପଟେ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ପ୍ରଶାସନ ଚାଷୀଙ୍କୁ ଜାଲରେ ଫସାଇ ଦେଲା ହିଂସା ଶବ୍ଦ ଆମ ସୂଚୀରେ ନଥିଲା। ଆମ ଦାବି ଲାଠି କି ଦଣ୍ଡାରେ ନୁହେଁ ବରଂ ଆଲୋଚନାରେ ହିଁ ସମାପ୍ତ ହୋଇ ପାରିବ।

Advertisment
Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ