Advertisment

ଭାରତ-ଚାଇନା ମୁହାଁମୁହିଁ: ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଏଲ୍‌ଏସିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଭାରତ ପକ୍ଷରୁ ସହିଦ ହୋଇଥିବା ୨୦ ଯବାନଙ୍କ ପରିଚୟ ତାଲିକା ପ୍ରକାଶ କରିଛି ସେନା। ସହିଦ ଯବାନମାନେ ହେଲେ- ୧-ନାଏବ ସୁବେଦାର ସତନାମ ସିଂ ୨- ନାଏବ ସୁବେଦାର ମନଦୀପ ସିଂ ୩- ସିପାହୀ କୁନ୍ଦନ କୁମାର ୪- ସିପାହୀ ଅମନ କୁମାର ୫- ନାଏକ ଦୀପକ ସିଂ ୬- ସିପାହୀ ଚନ୍ଦନ କୁମାର ଏପଟେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା […]

ଭାରତ-ଚାଇନା ମୁହାଁମୁହିଁ: ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

india

Advertisment

ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଏଲ୍‌ଏସିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଭାରତ ପକ୍ଷରୁ ସହିଦ ହୋଇଥିବା ୨୦ ଯବାନଙ୍କ ପରିଚୟ ତାଲିକା ପ୍ରକାଶ କରିଛି ସେନା।

Advertisment

ସହିଦ ଯବାନମାନେ ହେଲେ-

୧-ନାଏବ ସୁବେଦାର ସତନାମ ସିଂ
୨- ନାଏବ ସୁବେଦାର ମନଦୀପ ସିଂ
୩- ସିପାହୀ କୁନ୍ଦନ କୁମାର
୪- ସିପାହୀ ଅମନ କୁମାର
୫- ନାଏକ ଦୀପକ ସିଂ
୬- ସିପାହୀ ଚନ୍ଦନ କୁମାର

ଏପଟେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିବାରୁ କଥା ହୋଇଛନ୍ତି ଉଭୟ ଦେଶର ବୈଦେଶିକ ମନ୍ତ୍ରୀ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ କଥା ହେଲେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି। ସାଂପ୍ରତିକ ପରିସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

Advertisment

୭- ସିପାହୀ ଗଣେଶ ହାସଦା
୮- ସିପାହୀ ଗଣେଶ ରାମ
୯- ସିପାହୀ କେ.କେ ଓଝା
୧୦- ସିପାହୀ ରାଜେଶ ଓରୁନ୍
୧୧- ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ
୧୨- ନାଏବ ସୁବେଦାର ନନ୍ଦୁରାମ ସୋରେନ

୧୩- ହାବିଲଦାର ସୁନୀଲ କୁମାର

ଭାରତ-ଚୀନ ସଂଘର୍ଷରେ ସହିଦ ଯବାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସହିଦ ଯବାନଙ୍କ ପାଇଁ ୨ ମିନିଟର ନିରବ ପ୍ରାର୍ଥନା କରିବା ସହିତ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Advertisment

ଏଥିସହିତ ଚାଇନାକୁ ଚେତାବନୀ ଦେଇ ମୋଦି କହିଛନ୍ତି, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ଆମ ଯବାନ ମାରି ମାରି ମରିଛନ୍ତି। ଏଥତ୍ପାଇଁ ଦେଶ ଗର୍ବ କରୁଛି। ଦେଶର ଅଖଣ୍ଡତା ସହ କୌଣସି ପ୍ରକାର ସାଲିସ୍ କରାଯିବନି। ଆମେ ଶାନ୍ତି ଚାହୁଁ, କିନ୍ତୁ ଉସୁକାଇଲେ କଡ଼ା ଜବାବ ଦେବୁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

୧୪- କର୍ଣ୍ଣେଲ ବି. ସନ୍ତୋଷ ବାବୁ
୧୫- ସିପାହୀ ଜୟକିଶୋର ସିଂହ
୧୬- ହାବିଲଦାର ବିପୁଲ ରାୟ
୧୭- ସିପାହୀ ଗୁରୁତେଜ ସିଂହ
୧୮- ସିପାହୀ ଅଙ୍କୁଶ
୧୯- ସିପାହୀ ଗୁରୁବିନ୍ଦର ସିଂ
୨୦- ହାବିଲଦାର କେ. ପଲାନି

ଦୁଇଦେଶର ଯବାନଙ୍କ ମଧ୍ୟରେ ହୋଇଥିବା ହିଂସାମୂଳକ ସଂଘର୍ଷରେ ଚାଇନାକୁ ବି ବଡ଼ କ୍ଷତି ସହିବାକୁ ପଡ଼ିଛି। ଚାଇନାର ପ୍ରାୟ ୪୩ ଜଣ ଯବାନଙ୍କର ମୃତ୍ୟୁ ହୋଇଛି।

Indian Army India-China Stand-Off India-China Border Tension India China Conflict Ndia China Face Off
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ