shot
ହାଇଦ୍ରାବାଦ : ପୁଲିସ୍ ଏନକାଉଣ୍ଟରରେ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ପ୍ରାଣ ହରାଇଛନ୍ତି। ଆଜି ଚେତନପାଲ୍ଲୀ ଓଭରବ୍ରିଜ୍ ନିକଟରେ ହିଁ ପୁଲିସ୍ ଏନକାଉଣ୍ଟର କରିଛି। ଏହିଠାରେ ସେମାନେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ଦେଇଥିଲେ।
ପୁଲିସ୍ ସେମାନଙ୍କୁ କ୍ରାଇମ ସେନ୍ସକୁ ଆଣିଥିବା ବେଳେ ଏଠାରେ ସେମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍ର କାର୍ଯ୍ୟାନୁଷ୍ଠାନରେ ସେମାନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ୪ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ସେମାନଙ୍କ ଶବ ନେବା ପାଇଁ କୁହାଯାଇଥିଲା। ହେଲେ ସୂତ୍ର ଅନୁସାରେ ୪ ଅଭିଯୁକ୍ତ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁର ପରିବାର ଲୋକେ ଶବ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ସେମାନେ ଏଭଳି ଦୁଷ୍କର୍ମକାରୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।
ପୁଲିସ୍ ସେମାନଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସୁଫଳ ପାଇନାହିଁ। ଏବେ ତେଲେଙ୍ଗାନା ପୁଲିସ୍ ହିଁ ସମସ୍ତଙ୍କର ଅନ୍ତିମ ସଂସ୍କାର କରିବ ବୋଲି ଜଣାପଡ଼ିଛି। ତେବେ ଏନେଇ ପୁଲିସ୍ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shot_1626686828.jpg)