Advertisment

ଏହି ରାଜ୍ୟରେ ୧୫ଦିନ ପାଇଁ ସ୍ନାତକ ନାମଲେଖା ସ୍ଥଗିତ

ତେଲେଙ୍ଗାନା : ଆଜିଠାରୁ ଆରମ୍ଭ ହେବାକୁ ଥିବା ସ୍ନାତକ ନାମଲେଖାକୁ ତେଲେଙ୍ଗାନା ସରକାର ୧୫ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏନେଇ ଡିଗ୍ରୀ ଅନଲାଇନ ସର୍ଭିସେସ ତେଲେଙ୍ଗାନା (ଡିଓଏସଟି) ଏକ ନୋଟିସ୍ ଜାରି କରିଛି। ଖୁବ୍‌ଶୀଘ୍ର ନୂଆ ଅପ୍‌ଡେଟ ଦିଆଯିବ ବୋଲି ଡିଓଏସଟି କହିଛନ୍ତି। କରୋନା ମହାମାରୀ ଯୋଗୁ ଡିଓଏସଟି ତେଲେଙ୍ଗାନାର ପ୍ରଥମ ପର୍ଯ୍ୟାୟ ସ୍ନାତକ ନାମଲେଖାକୁ ୧୫ଦିନ ଆଗକୁ ଘୁଞ୍ଚେଇ ଦେଇଛି। ଏ ନେଇ ଖୁବ୍‌ଶୀଘ୍ର ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ଡିଓଏସଟି ତାର ୱେବସାଇଟରେ […]

ଏହି ରାଜ୍ୟରେ ୧୫ଦିନ ପାଇଁ ସ୍ନାତକ ନାମଲେଖା ସ୍ଥଗିତ

telanaaaa

Advertisment

ତେଲେଙ୍ଗାନା : ଆଜିଠାରୁ ଆରମ୍ଭ ହେବାକୁ ଥିବା ସ୍ନାତକ ନାମଲେଖାକୁ ତେଲେଙ୍ଗାନା ସରକାର ୧୫ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏନେଇ ଡିଗ୍ରୀ ଅନଲାଇନ ସର୍ଭିସେସ ତେଲେଙ୍ଗାନା (ଡିଓଏସଟି) ଏକ ନୋଟିସ୍ ଜାରି କରିଛି। ଖୁବ୍‌ଶୀଘ୍ର ନୂଆ ଅପ୍‌ଡେଟ ଦିଆଯିବ ବୋଲି ଡିଓଏସଟି କହିଛନ୍ତି।

Advertisment

କରୋନା ମହାମାରୀ ଯୋଗୁ ଡିଓଏସଟି ତେଲେଙ୍ଗାନାର ପ୍ରଥମ ପର୍ଯ୍ୟାୟ ସ୍ନାତକ ନାମଲେଖାକୁ ୧୫ଦିନ ଆଗକୁ ଘୁଞ୍ଚେଇ ଦେଇଛି। ଏ ନେଇ ଖୁବ୍‌ଶୀଘ୍ର ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ଡିଓଏସଟି ତାର ୱେବସାଇଟରେ ସୂଚନା ଦେଇଛି।

ଡିଓଏସଟି ହେଉଛି ଏକ ଅନଲାଇନ ସୁବିଧା ଯାହାକି, ତେଲେଙ୍ଗାନା ସରକାରଙ୍କ ସହବଦ୍ଧତାରେ ଚାଲୁଥିବା ୬ଟି ବିଶ୍ୱବିଦ୍ୟାଳୟକୁ ସେବା ଯୋଗାଇଥାଏ। ସେଗୁଡ଼ିକ ହେଲା କାକଟିଆ ବିଶ୍ୱବିଦ୍ୟାଳୟ, ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ, ଓସମାନିଆ ବିଶ୍ୱବିଦ୍ୟାଳୟ, ପାଲାମୁରୁ ବିଶ୍ୱବିଦ୍ୟାଳୟ, ସାତବାହାନ ବିଶ୍ୱବିଦ୍ୟାଳୟ ଏବଂ ତେଲେଙ୍ଗାନା ବିଶ୍ୱବିଦ୍ୟାଳୟ ।

Advertisment

ଏହା ଛାତ୍ରଛାତ୍ରୀଙ୍କୁ ନାମ ଲେଖାପାଇଁ ନିଜ ପୋର୍ଟାଲ ମାଧ୍ୟମରେ ରେଜିଷ୍ଟ୍ରେସନ ସହ ସବମିଟ୍ ଅପ୍‌ସନ୍‌ ଦେଇଥାଏ। ଏ ସବୁ ପକ୍ରିୟା ପରେ ଛାତ୍ରଛତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇ ସେମାନଙ୍କୁ ସିଟ୍ ଆଲର୍ଟ କରାଯାଏ।

ଅଗଷ୍ଟ ୨୪ ତରିଖ ସୁଦ୍ଧା ସମସ୍ତ ନାମଲେଖା ପକ୍ରିୟା ଶେଷ କରିବାକୁ ପୂର୍ବରୁ ନିର୍ଦ୍ଧାରିତ କରିଯାଇଛି। ଏଥିସହ ସେପ୍ଟେମ୍ୱର ପହିଲାରୁ ଏକାଡେମିକ୍ ସେସନ୍ ଆରମ୍ଭ କରିବାକୁ ଡିଓଏସଟି ଆଶା କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ