Advertisment

ଭାରତର ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ ଦେଲେ ତସ୍‌ଲିମା

ନୂଆଦିଲ୍ଲୀ: ପ୍ରସିଦ୍ଧ ସାହିତ୍ୟିକ ତସଲିମା ନସରୀନ୍‌ ଭାରତର ଚର୍ଚ୍ଚିତ ନାଗରିକତା (ସଂଶୋଧନ) ବିଲ୍‌କୁ ସମର୍ଥନ ଦେଇଛନ୍ତି। ସମାଲୋଚକମାନେ ଏହାକୁ ମୁସଲିମ୍‌ ବିରୋଧୀ କହିବାକୁ ସେ ଅସ୍ୱୀକାର କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ହିଁ ଏହି ବିଲ୍‌ ସଂସଦର ଉଭୟ ଗୃହରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଛି। ଏହା ଜରିଆରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧର୍ମ କାରଣରୁ ନିର୍ଯାତନାର ଶିକାର ହେଉଥିବା ଲୋକେ ତ୍ୱରିତ ଉପାୟରେ ଭାରତୀୟ ନାଗରିକତା […]

ଭାରତର ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ ଦେଲେ ତସ୍‌ଲିମା

taslima

Advertisment

ନୂଆଦିଲ୍ଲୀ: ପ୍ରସିଦ୍ଧ ସାହିତ୍ୟିକ ତସଲିମା ନସରୀନ୍‌ ଭାରତର ଚର୍ଚ୍ଚିତ ନାଗରିକତା (ସଂଶୋଧନ) ବିଲ୍‌କୁ ସମର୍ଥନ ଦେଇଛନ୍ତି। ସମାଲୋଚକମାନେ ଏହାକୁ ମୁସଲିମ୍‌ ବିରୋଧୀ କହିବାକୁ ସେ ଅସ୍ୱୀକାର କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ହିଁ ଏହି ବିଲ୍‌ ସଂସଦର ଉଭୟ ଗୃହରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଛି। ଏହା ଜରିଆରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧର୍ମ କାରଣରୁ ନିର୍ଯାତନାର ଶିକାର ହେଉଥିବା ଲୋକେ ତ୍ୱରିତ ଉପାୟରେ ଭାରତୀୟ ନାଗରିକତା ପାଇପାରିବେ। ଏଥିରେ ସେସବୁ ଦେଶରେ ୬ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ନାଗରିକତା ପାଇବେ।

ତେବେ ଏହି ବିଲ ଆଇନରେ ପରିଣତ ହେବା ପରେ ତସଲିମା ନସରୀନ୍‌ ଇଣ୍ଡିଆ ଟୁଡେକୁ ସାକ୍ଷାତକାରରେ କହିଥିଲେ, ଏହା ମୁସଲିମ୍‌ ବିରୋଧୀ ନୁହେଁ। ଭାରତ ଏହାର ମୁସଲିମ୍‌ ଜନସଂଖ୍ୟାକୁ ନିର୍ବାସନ କରୁନାହିଁ।

Advertisment

ନସରୀନ୍‌ ବାଂଲାଦେଶ ଜନ୍ମିତ ଜଣେ ଲେଖକ। ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ଲଜ୍ଜା ପାଇଁ ସେ ଉଗ୍ର ମୌଳବାଦୀ ମୁସଲିମ୍‌ଙ୍କ କ୍ରୋଧର ଶିକାର ହୋଇଥିଲେ। ମୁସଲିମ୍‌ ବହୁଳ ବାଂଲାଦେଶରେ ହିନ୍ଦୁ କିଭଳି ନିର୍ଯାତନାର ଶିକାର ହେଉଛନ୍ତି ସେ ବିଷୟରେ ସ୍ୱର ଉଠାଇବାରୁ ତାଙ୍କୁ ଏଥିପାଇଁ ଦେଶ ଛାଡ଼ିବାକୁ ପଡ଼ିଥିଲା।

ତସଲିମା ଆହୁରି ମଧ୍ୟ କହିଛନ୍ତି, “ମୁଁ ନାଗରିକତା ସଂଶୋଧନ ଆଇନକୁ ସ୍ୱାଗତ କରୁଛି। ତେବେ ସେମାନଙ୍କ ଘୃଣାର ବଡ଼ ଶିକାର ହୋଇଛନ୍ତି କିଛି ମୁକ୍ତ ଚିନ୍ତକ, ଉଦାରବାଦୀ ଏବଂ ନାସ୍ତିକମାନେ। ଆମେ ସେମାନଙ୍କୁ ସମାଲୋଚନା କଲେ ସେମାନେ ଆମକୁ ଘୃଣା କରୁଛନ୍ତି। ମୋ ଭଳି ନିର୍ବାସିତ ବ୍ୟକ୍ତି ମଧ୍ୟ ନାଗରିକତା ପାଇବା ଉଚିତ।”

Advertisment

୨୦୦୪ରୁ ୨୦୦୦୭ ମସିହା ଯାଏ କୋଲକାତାରେ ରହୁଥିବା ତସଲିମା ନସରୀନ୍‌ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଛନ୍ତି। ସେ କହିଛନ୍ତି ମୋ ଘର ମୋର ମନେପଡ଼ୁଛି। ଆବଶ୍ୟକ ହେଲେ ମୁଁ ଭବିଷ୍ୟତରେ ମଧ୍ୟ ପୁଣି ସେହି ବହି ସବୁ ଲେଖିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ