Advertisment

ଅଗଷ୍ଟ ୩୧ ଯାଏ ଏହି ରାଜ୍ୟ ଲକଡାଉନ୍

ଚେନ୍ନାଇ: କରୋନା ସଂକ୍ରମଣ ବ୍ୟାପୁଥିବାର ଦେଖି ତାମିଲନାଡୁ ସରକାର ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ ଏକ ଲକଡାଉନକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ଏହି ଲକଡାଉନରେ କିଛିଟା କୋହଳ ମଧ୍ୟ କରାଯାଇଛି। ବର୍ତ୍ତମାନ ଯେଉଁ ଅଫିସରେ ୫୦ ପ୍ରତିଶତ କର୍ମଚାରୀ କାମ କରୁଛନ୍ତି, ତାକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ କଣ୍ଟେନମେଣ୍ଟ ଜୋନରେ କଟକଣା ପୂର୍ବଭଳି ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍ ଲାଇନ୍ […]

ଅଗଷ୍ଟ ୩୧ ଯାଏ ଏହି ରାଜ୍ୟ ଲକଡାଉନ୍

tamilnadu

Advertisment

ଚେନ୍ନାଇ: କରୋନା ସଂକ୍ରମଣ ବ୍ୟାପୁଥିବାର ଦେଖି ତାମିଲନାଡୁ ସରକାର ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ ଏକ ଲକଡାଉନକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ଏହି ଲକଡାଉନରେ କିଛିଟା କୋହଳ ମଧ୍ୟ କରାଯାଇଛି। ବର୍ତ୍ତମାନ ଯେଉଁ ଅଫିସରେ ୫୦ ପ୍ରତିଶତ କର୍ମଚାରୀ କାମ କରୁଛନ୍ତି, ତାକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ କଣ୍ଟେନମେଣ୍ଟ ଜୋନରେ କଟକଣା ପୂର୍ବଭଳି ବଳବତ୍ତର ରହିବ।

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ, ଅଗଷ୍ଟ ୧ ତାରିଖରୁ ବିନା ଏସି ଥିବା ହୋଟେଲ ଭିତରକୁ ୫୦ ପ୍ରତିଶତ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ତେବେ ଏହା ମଧ୍ୟରେ ସମସ୍ତେ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବା ବାଧ୍ୟତାମୂଳକ। ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ହୋଟେଲେ ଖାଦ୍ୟ ଖାଇବା ପାଇଁ ଅନୁମତି ମିଳିବ। ତେବେ ରାତି ୯ଟା ପର୍ଯ୍ୟନ୍ତ କେବଳ ପାର୍ସଲ୍ ପାଇଁ ଅନୁମତି ମିଳିବ।

ଯେଉଁ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚର ରେଭିନ୍ୟୁ କ୍ଷମତା ୧୦ହଜାରରୁ କମ୍ ଥିବ, ତାହା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ତେବେ ଏହା ମଧ୍ୟରେ ସମସ୍ତଙ୍କୁ ଏସଓପି ଅନୁସରଣ କରିବାକୁ ପଡ଼ିବ। ସେହିପରି ପନିପରିବା ଦୋକାନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲଯିବ। ଫର୍ଣ୍ଣିଚର, ଟେକ୍ସଟାଇଲ୍ ଓ ଅନ୍ୟ ଦୋକାନ ଗୁଡ଼ିକ ମଧ୍ୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ